ଭାରତରେ ଆକାଶ ଛୁଆଁ ହେଲା ତୈଳ ଦର, କିନ୍ତୁ ପଡୋଶୀ ଦେଶରେ ଏହାର ମୂଲ୍ୟ ବହୁତ ଶସ୍ତା, କଣ ପାଇଁ ଆମ ଦେଶରେ ଏତେ ବଢୁଛି ତେଲ ଦାମ ?

କରୋନା ମହାମାରୀ ପର ଠାରୁ ସାରା ଦେଶରେ ଖାଇବା ତେଲ ଠାରୁ ଆରମ୍ଭ କରି ଇଞ୍ଜିନ ଚାଳିତ ଯାନର ତୈଳ ଦର ମଧ୍ୟ ବୃଦ୍ଧି ପାଇଥିଲା। ଗତ ବର୍ଷ ସାରା ଭାରତବର୍ଷରେ ପେଟ୍ରୋଲ ଓ ଡିଜେଲ ଦର ଶତକ ପାର ହୋଇଥିଲା। ଯଦିଓ ନିର୍ବାଚନ ସମୟରେ ଏହାର ଦାମକୁ ହ୍ରାସ କରାଯାଇଥିଲା କିନ୍ତୁ ବର୍ତ୍ତମାନ ପୁଣି ତୈଳ ଦର ବୃଦ୍ଧି ପାଇବରେ ଲାଗିଛି। ଯେଉଁ କାରଣରୁ ସାଧାରଣ ଲୋକମାନେ ଅଶାନ୍ତି ହେଉଛନ୍ତି। କଣ ପାଇଁ ତୈଳ ଦର ବୃଦ୍ଧି ପାଉଛି ଏହା ପଛରେ କାରଣ କଣ ଏବଂ ଆମ ପଡୋଶୀ ରାଜ୍ୟରେ ତୈଳର ମୂଲ୍ୟ କେତେ ରହିଛି ଆଜି ଆମେ ଆପଣଙ୍କୁ ସେ ସମ୍ପର୍କରେ କହିବାକୁ ଯାଉଛୁ।

ଦେଶରେ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲ ତୈଳର ଦାମ ବୃଦ୍ଧି ପାଇବାରେ ଲାଗିଛି। ଯାହାକି ସାଧାରଣ ଲୋକଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି ହୋଇଛି। ବର୍ତ୍ତମାନ ସମୟରେ ତେଲର ଲିଟର ପିଛା ମୂଲ୍ୟ ୧୧୫ ପାର ହୋଇ ସାରିଛି। ତେବେ ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକେ ତୈଳ ଚାଳିତ ଜାନକୁ ଛାଡି ଚାର୍ଜୀଂ ଗାଡିକୁ ଆପଣେଇଲେଣି। ସାରା ଭାରତରେ ଦିନକୁ ଦିନ ପେଟ୍ରୋଲ ଦର ବୃଦ୍ଧି ପାଇବା ବର୍ତ୍ତମାନ ଏହା ସୋସିଆଲ ମିଡ଼ିଆ ଚର୍ଚ୍ଚାର ବିଷୟ ପଲଟିଲାଣି।

ବର୍ତ୍ତମାନ ସମୟରେ ଲୋକମାନେ ଭାରତରେ ବୃଦ୍ଧି ପାଉଥିବା ପେଟ୍ରୋଲ ଦରକୁ ଭାରତର ପଡୋଶୀ ଦେଶ ସହ ତୁଳନା କରୁଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆମ ପଡୋଶୀ ଦେଶ ପାକିସ୍ତାନରେ ବର୍ତ୍ତମାନ ସମୟରେ ପେଟ୍ରୋଲ ଦର ୬୩ ଟଙ୍କା ରହିଛି। ସେହି ଦେଶରେ ଆର୍ଥିକ ପରିସ୍ଥିତି ସଙ୍କଟାପନ୍ନ ଥିଲେ ମଧ୍ୟ ଭାରତ ତୁଳନାରେ ଏହାର ପେଟ୍ରୋଲ ଦର ବହୁତ କମ୍ ରହିଛି। ସେହିଭଳି ବାଂଲାଦେଶରେ ୭୯ ଟଙ୍କା ରହିଥିବା ବେଳେ ଭୁଟାନରେ ୮୬ ଟଙ୍କା ରହିଛି ପେଟ୍ରୋଲ ଦର। ନେପାଳରେ ୯୭ ଟଙ୍କା ରହିଛି ପେଟ୍ରୋଲ ଦର। ମୁଖ୍ୟକଥା ହେଉଛି ଶ୍ରୀଲଙ୍କା ଯେଉଁଠି ବର୍ତ୍ତମାନ ଆର୍ଥିକ ଜରୁରୀ ପରିସ୍ଥିତି ଲାଗିଛି ସେଠାରେ ପେଟ୍ରୋଲ ଦର ମାତ୍ର ୭୬ ଟଙ୍କା ରହିଛି।

ଯେତେବେଳେ କେନ୍ଦ୍ରମନ୍ତ୍ରୀ ହର୍ଦିକ ସିଂହଙ୍କୁ ଭାରତରେ ବୃଦ୍ଧି ପାଉଥିବା ତୈଳ ଦର ଉପରେ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି ଆନ୍ତର୍ଜାତୀୟ ବଜାରରେ ତୈଳର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶରେ ମଧ୍ୟ ତୈଳ ଦର ବୃଦ୍ଧି ପାଉଛି। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆନ୍ତର୍ଜାତିକ ବଜାରରୁ ଭାରତ ୪୭ ଟଙ୍କାରେ ତୈଳ କିଣୁଛି। ତେବେ ସେଥିରେ କେନ୍ଦ୍ରସରକାର ୫୭ % ଟିକସ ଲଗାଉଥିବା ବେଳେ ରାଜ୍ୟ ସରକାର ୨୩% ଟିକସ ଲାଗେଇଥାନ୍ତି। କିନ୍ତୁ ବିଭିନ୍ନ ରାଜ୍ୟରେ ରାଜ୍ୟସରକାର ଟିକସ ମଧ୍ୟ ଭିନ୍ନ ରହିଥାଏ। ଏହାରେ ଫ୍ରାଇଡ଼ ଓ କମିଶନ ୮% ପ୍ରତିଶତ ଟିକସ ଲାଗେଇଥାନ୍ତି। ସମୁଦାୟ ମିଶେଇଲେ ତୈଳ ଦର ଲୋକ ମାନଙ୍କ ପାଖରେ ଉଚ୍ଚ ଦର ରେ ପହଞ୍ଚି ଥାଏ।

Leave a Reply

Your email address will not be published. Required fields are marked *