ମ୍ୟାଟ୍ରିକ ରେଜଲ୍ଟ ଜାଣିବା ଆଗରୁ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଟ୍ରକ । ପରୀକ୍ଷାରେ ରଖିଥିଲେ ୯୦% ମାର୍କ ।

ଖୁବ କଷ୍ଟ ପରିଶ୍ରମ କରି ପରୀକ୍ଷା ଦେଇ ଯେତେବେଳେ ଜଣେ ଛାତ୍ର କିମ୍ବା ଛାତ୍ରୀ ନିଜର ପରୀକ୍ଷା ଫଳକୁ ଅପେକ୍ଷା କରିଥାଏ ତାହା ତା ଜୀବନର ସବୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହୋଇଥାଏ । କିନ୍ତୁ ଯଦି ସେଇ ପରୀକ୍ଷା ଫଳ ଦେଖିବାକୁ ସେ ଆଉ ନରହେ ତେବେ ତାଠାରୁ ଦୁଃ-ଖଦ ଖବର ଆଉ କଣ ହୋଇପାରେ ?

ଏଭଳି ଏକ ଲୋମ ଟା-ଙ୍କୁରା ଘ-ଟଣା ବର୍ତ୍ତମାନ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଖୁବ ପରିଶ୍ରମ କରି ଦିନ ରାତି ଏକ କରି ପରୀକ୍ଷା ଦେଇଥିଲେ ଛାତ୍ରୀ କିନ୍ତୁ ପରୀକ୍ଷା ଫଳ ବାହାରିବା ଆଗରୁ ହିଁ ସେ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି । ସବୁ ସ୍ୱପ୍ନ ଏବଂ ନିଜ ବାପା ମା’ଙ୍କ ଆଶା ଭରସାକୁ ଅଧାରେ ରଖି ଦୁନିଆ ଛାଡ଼ି ଚାଲିଯାଇଛନ୍ତି ଜଣେ ୧୫ ବର୍ଷୀୟ ଛାତ୍ରୀ ।

କହି ରଖିବୁ ଯେ ଗତ କିଛିଦିନ ତଳେ ଟ୍ରକ ଧ-କ୍କା ଦେବା କାରଣରୁ ଜଣେ ଛାତ୍ରୀଙ୍କ ମୃ-ତ୍ୟୁ ହୋଇଥିବା ଏକ ଘ-ଟଣା ଶୁଣିବାକୁ ମିଳିଥିଲା । ସେହି ଝିଅ ହେଉଛନ୍ତି ଶ୍ବାତି ସୁଚାରିତା ଜେନା ଯିଏକି ଅନୁଗୁଳ ଗାନ୍ଧିମାର୍ଗ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଥିଲେ ଏବଂ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇ ପରୀକ୍ଷା ଫଳକୁ ଅପେକ୍ଷା କରି ରହିଥିଲେ ।

କିନ୍ତୁ ପରୀକ୍ଷା ଫଳ ବାହାରିବା ଆଗରୁ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା । ସୂଚନା ଅନୁଯାୟୀ ଶ୍ବାତିଙ୍କ ଘର ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଣି ଭଣ୍ଡାର ଗାଁରେ ଅଟେ । ବାପା ଅଭିରାମ ଜେନା ଅନୁଗୁଳ ସହରର ଏକ ଘରୋଇ ଅନୁଷ୍ଠାନରେ ମ୍ୟାନେଜର ଭାବରେ କାମ କରନ୍ତି ।

ଶ୍ବାତିଙ୍କ ପରିବାର ଅନୁଗୁଳ ଜିଲ୍ଲାର ବଣିଆବାହାଲରେ ରହୁଥିଲେ । ଯେଉଁଠି ଶ୍ବାତି ରହି ପାଠ ପଢ଼ୁଥିଲେ । କହିରଖିବୁ ଯେ ଶ୍ବାତି ଜଣେ ମେଧାବୀ ଛାତ୍ରୀ ଥିଲେ ଏବଂ ଖୁବ ପରିଶ୍ରମ କରି ପରୀକ୍ଷା ଦେଇଥିଲେ ଏବଂ ଭଲ ଫଳ ରଖିବାକୁ ଟା-ର୍ଗେଟ ମଧ୍ୟ ରଖିଥିଲେ । ଆଉ ବର୍ତ୍ତମାନ ଯେତେବେଳେ ସେ ୯୦ ପ୍ରତିଶତ ରଖିଛନ୍ତି , ସେହି ଖୁସି ଜାଣିବାକୁ ସେ ଆଉ ନାହାଁନ୍ତି । ଗତ ମାର୍ଚ୍ଚ ୨୦ ତାରିଖରେ ଶ୍ବାତିଙ୍କର ଦଶମ ଶ୍ରେଣୀ ପରୀକ୍ଷା ଶେଷ ହୋଇଥିଲା । ପରୀକ୍ଷା ସରିବାର ତିନି ଦିନ ପରେ ଶ୍ବାତି ବାପା ମା’ ସହିତ ମାମୁଁ ଘରକୁ ବୁଲି ଯାଇଥିଲା । ବାପାଙ୍କ ସହିତ ଘରୁ ୧୦ କିଲୋମିଟର ବାଇକ ଯୋଗେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା ।

ଆଉ ଯେତେବେଳେ ମ୍ୟାଟ୍ରିକ ପରୀକ୍ଷା ଫଳ ଦୀର୍ଘ ଦୁଇ ମାସ ପରେ ପ୍ରକାଶ ପାଇଛି ସେତେବେଳେ ସେହି ଦୁର୍ଘ-ଟଣା ସମସ୍ତଙ୍କର ମନେ ପଡ଼ିଛି । ଶ୍ବାତି ୯୦ ପ୍ରତିଶତ ମାର୍କ ରଖିଛନ୍ତି କିନ୍ତୁ ସେହି ସଫଳତାକୁ ସେଲିବ୍ରେଟ କରିବା ପାଇଁ ସେ ଆଉ ନାହାଁନ୍ତି । ତାଙ୍କ ସାଙ୍ଗ ସାଥି ସମସ୍ତେ ତାଙ୍କ ପାଇଁ ଦୁଃ-ଖ ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *