ମ୍ୟାଟ୍ରିକ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର । ବହି ଖାତା ଦେଖି ପରୀକ୍ଷା ଦେବେ ।

ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଶୁଣିବାକୁ ମିଳୁଛି । ଯେଉଁ ଖବର ଅନୁଯାୟୀ ନବମରୁ ଦ୍ଵାଦଶ ଯାଏଁ ପରୀକ୍ଷା ଢାଞ୍ଚା ବଦଳିବ ବୋଲି କୁହାଯାଉଛି । ତେବେ ତାହା HSE କିମ୍ବା CHSE ପାଇଁ ନୁହେଁ । ଆଜ୍ଞା ହଁ! CBSE ରେ ନବମ ଠାରୁ ଦ୍ଵାଦଶ ପର୍ଯ୍ୟନ୍ତ ପରୀକ୍ଷା ଢାଞ୍ଚା ବଦଳିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ କୁହାଯାଉଛି ଯେ CBSE ନବମରୁ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ଅପେନ ବୁକ ଏକଜାମୀନେସନ ଅର୍ଥାତ OBE ବ୍ୟବସ୍ଥା ଲାଗୁ କରିବାକୁ ଚିନ୍ତା କରୁଛନ୍ତି । ତେଣୁ ଅପେନ ବୁକ ଏକଜାମିନେସନ ଲାଗୁ ହୋଇପାରେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ଛାତ୍ର ଛାତ୍ରୀ ବେଶ ଖୁସି ଅଛନ୍ତି ।

ତେବେ OBE ଅର୍ଥାତ ଅପେନ ବୁକ ପରୀକ୍ଷା ହେଉଛି , ପରୀକ୍ଷା ବେଳେ ବହି ଖାତା ଏବଂ ଅନ୍ୟ ରେଫେରେନ୍ସ ମେଟେରିଆଲ ଦେଖି ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ । ପ୍ରଥମେ ଅଳ୍ପ କିଛି ସ୍କୁଲରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ନବମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଇଂରାଜୀ , ଗଣିତ ଏବଂ ବିଜ୍ଞାନରେ ଏଭଳି ଭାବରେ ପରୀକ୍ଷା ଦେଇପାରିବେ ।

ଏକାଦଶ ପରୀକ୍ଷାର୍ଥୀ ମାନେ ଇଂରାଜୀ , ଗଣିତ ଏବଂ ବାୟୋଲୋଜି କିମ୍ବା ଜୀବବିଜ୍ଞାନରେ ଏଭଳି ଢାଞ୍ଚାରେ ପରୀକ୍ଷା ଦେଇ ପାରିବେ । ଏହାର ଫଳାଫଳକୁ ସବୁ ଦିଗରୁ ତର୍ଜମା କରାଯିବ । ସେହି ଅନୁସାରେ ଆଗାମୀ ନିଷ୍ପତ୍ତି ଗ୍ରହଣ କରାଯିବ । ଚଳିତ ବର୍ଷ ନଭେମ୍ବର ଏବଂ ଡିସେମ୍ବରରେ ପାଇଲଟ ପ୍ରୋଗ୍ରାମ ଆରମ୍ଭ ହୋଇପାରେ ।

ଏହି ପଦ୍ଧତିରେ ପରୀକ୍ଷା ହେଲେ ପିଲାଙ୍କ ଉପରେ ଟିଖନିଖ ବିଷୟ ମନେ ରଖିବାର ଚାପ ନଥାଏ । ଏହାଦ୍ବାରା ପରୀକ୍ଷାର୍ଥୀ ମାନେ ପାଠ ଘୋଷିବାରୁ ନିବୃତ ରହି ପାରିବେ । ସେମାନଙ୍କ ଭିତରେ ଗଭୀର ଚିନ୍ତାଶକ୍ତି , ଅଧ୍ୟୟନ ଏବଂ ବିଷୟବସ୍ତୁକୁ ନେଇ ଦକ୍ଷତା ବୃଦ୍ଧି ପାଇବ । ତେଣୁ ଏହି ପଦ୍ଧତି ଲାଗୁ ହେଲେ ପିଲାଙ୍କୁ ସୁବିଧା ମିଳିବ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ସମୟରେ ଏହି ନିୟ ବଦଳାଇବାକୁ ନିଷ୍ପତ୍ତି ନିଆଯାଉଥିଲେ ହେଁ ଏହାକୁ ପ୍ରଥମ ଥର ପାଇଁ କେବଳ କେତୋଟି ଶିକ୍ଷାନୁଷ୍ଠାନରେ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *