୫୦,୦୦୦ ଟଙ୍କା ନେଇ ୪୯,୦୦୦ କାହିଁକି ଫେରାଇ ଦେଲେ ରାଣୀ । ଆଉ ଆଜି ଫ୍ୟାନ ଆଣିଛନ୍ତି ୧୫,୦୦୦ ଟଙ୍କାର ପାଟ ।

ଅଲିଉଡ଼ରେ ରାଣୀ ପଣ୍ଡା ବର୍ତ୍ତମାନ ସମସ୍ତଙ୍କର ପ୍ରିୟ । ଆଇଟମ ଡାନ୍ସରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ରାଣୀ ପଣ୍ଡା ଯେତେବେଳେ ନିଜର ଖରାପ ପରିସ୍ଥିତିରେ ଥିଲେ ଏବଂ ବିବାଦରେ ରହିଥିଲେ ସେତେବେଳେ ତାଙ୍କୁ ନେଇ ଲୋକେ ଅନେକ ଖରାପ ମନ୍ତବ୍ୟ ଦେଉଥିଲେ । କିନ୍ତୁ ଆଜି ତାଙ୍କର ଇମେଜ ଓଡ଼ିଶାରେ କିଛି ଅଲଗା ରହିଛି । ଆଉ ତାହା ତାଙ୍କ ପ୍ରଶଂସକ ହିଁ କହନ୍ତି ।

କିଭଳି ଭାବରେ କେବଳ ରାଣୀଙ୍କୁ ଦେଖିବା ପାଇଁ ଲୋକେ ନାଟକ ଦେଖିବାକୁ ଆସୁଛନ୍ତି ତାହା ରାଣୀ ପଣ୍ଡାଙ୍କର ଜଣେ ଫ୍ୟାନ କହିଛନ୍ତି । ସେ କହିଛନ୍ତି ଯେ ରାଣୀ ପଣ୍ଡା ଅଦ୍ଵିତୀୟ ଏବଂ ସେ ଜଣେ ଖୁବ ଭଲ ମଣିଷ । ତାଙ୍କୁ ଯେଉଁମାନେ ଖରାପ କହୁଛନ୍ତି ବାସ୍ତବରେ ସେମାନେ ଖରାପ ତେଣୁ ସେମାନେ ସେଭଳି କହୁଛନ୍ତି ।

ତାଙ୍କର ଜଣେ ଫ୍ୟାନ କହିଛନ୍ତି ଯେ ଥରେ ରାଣୀ ପଣ୍ଡା ଖଣ୍ଡଗିରିର ଏକ ସ୍ଥାନକୁ ପ୍ରୋଗ୍ରାମ ପାଇଁ ଯାଇଥିଲେ । ତାଙ୍କୁ ପ୍ରସେସନ କରି ନେବା ଠାରୁ ଆରମ୍ଭ କରି ଅନ୍ୟ ସତ୍କାରରେ ମଧ୍ୟ ଲୋକେ କୌଣସି ଅଭାବ ରଖି ନଥିଲେ । କିନ୍ତୁ ସେଠାକୁ ଯାଇ ରାଣୀ ପଣ୍ଡା ବିନା ପେମେଣ୍ଟରେ ଷ୍ଟେଜ ଚଢ଼ିବେ ନାହିଁ ବୋଲି କହିଥିଲେ ।

ଯେଉଁ କାରଣରୁ ବାଧ୍ୟ ହୋଇ ତାଙ୍କୁ ସେମାନେ ୫୦,୦୦୦ ଟଙ୍କା ପେମେଣ୍ଟ କରିଥିଲେ । ରାଣୀ ପଣ୍ଡା ତାପରେ ଷ୍ଟେଜକୁ ଯାଇଥିଲେ । ଷ୍ଟେଜରେ ପ୍ରାୟ ଏକ ଘଣ୍ଟା ବିତାଇବା ପରେ ଯେତେବେଳେ ସେ ଷ୍ଟେଜରୁ ଓହ୍ଲାଇଲେ ସେତେବେଳେ ସେ ମାତ୍ର ୧୦୦୦ ଟଙ୍କା ରଖି ୪୯ ହଜାର ଟଙ୍କା ଫେରାଇ ଫେରାଇ କହିଥିଲେ ଯେ ସେଠାରେ ଏକ ଅନ୍ନଛତ୍ର ଖୋଲାଯାଉ ବୋଲି ।

ଆଉ ସେହି ସମେୟରେ ରାଣୀ ଦିଦିଙ୍କର ଏଭଳି ବ୍ୟବହାରରେ ସମସ୍ତେ ପ୍ରଭାବିତ ହୋଇଥିଲେ । ପୁଣି ଜଣେ ମାତା ରାଣୀଙ୍କ ପିଣ୍ଡ ପାଖକୁ ଯେତେବେଳେ ସେ ଯାଇଥିଲେ ସେଠାରେ ମଧ୍ୟ ଏକ ଗୋଶାଳା ଗଢ଼ିବାର କଥା ଦେଇଥିଲେ । ଯାହାର କାମ ଏବେବି ଚାଲୁ ରହିଛି । ତେବେ ତାଙ୍କ କହିବା କଥା ଯେ ଏତେ ହୃଦୟବାନ ମଣିଷକୁ କେହିବି ଖରାପ କହିବାର ପ୍ରଶ୍ନ ହିଁ ଉଠୁନାହିଁ ।

ଯେଉଁଲୋକ ମାନେ ତାଙ୍କୁ ଖରାପ କହୁଁଛନ୍ତି ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବି ସୁଦ୍ଧା କେବେ କାହାକୁ ଟଙ୍କାଟିଏ ସାହାଯ୍ୟ କରି ନାହାଁନ୍ତି । କିନ୍ତୁ ରାଣୀ ପଣ୍ଡା ଭଡ଼ା ଘରେ ରହିବି ସୁଦ୍ଧା ଲୋକଙ୍କ ପାଇଁ ତାଙ୍କର ଯେଉଁ ବଳିଦାନ ତାହାକୁ କେହିବି ଅସ୍ବୀକାର କରି ପାରିବେ ନାହିଁ । ଏପଟେ ତାଙ୍କର ତାଙ୍କର ଫ୍ୟାନ ତାଙ୍କ ପାଇଁ ୧୫,୦୦୦ ଟଙ୍କାର ଏକ ପାଟ କିଣି ରାଣୀ ଦିଦିଙ୍କୁ ଉପହାର ଦେବାପାଇଁ ପହଞ୍ଚି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *