ଆଜିଠାରୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା । କେମିତି ୧ ଲକ୍ଷ ଟଙ୍କା ଆବେଦନ କରିବେ ଜାଣନ୍ତୁ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଆବେଦନ ପ୍ରକ୍ରିୟାର ସମସ୍ତ ତଥ୍ୟ ବିଷୟରେ ଜଣାଇବୁ । ତେବେ କହିରଖିବୁ ଯେ ଏଥିରେ ୧୮-୩୫ ବର୍ଷ ବୟସର ଯୁବକ ଏବଂ ଯୁବତୀ ଏଥିରେ ଆବେଦନ କରି ପାରିବେ । ଯୁବ ବର୍ଗଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବାକୁ ରାଜ୍ୟ କ୍ୟାବିନେଟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ।

ଯେଉଁଥିରେ ବ୍ୟବସାୟ କରିବାକୁ ଇଚ୍ଛୁକ ଥିବା ଯୁବକ ଯୁବତୀ ତାହା ଦ୍ବାରା ଲାଭାନ୍ବିତ ହୋଇ ପାରିବେ । ସ୍ଵୟମ ଯୋଜନା ଅଧୀନରେ ଯୁବକ ଏବଂ ଯୁବତୀଙ୍କୁ ଲକ୍ଷେ ଟଙ୍କା ମିଳି ପାରିବ । ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିନେବା ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା ବିଷୟରେ । ପ୍ରଥମତଃ ନିୟମ ଅନୁଯାୟୀ ଏଥିରେ ୧୮-୩୫ ବର୍ଷର ଯୁବକ ଯୁବତୀ ଆବେଦନ କରି ପାରିବେ ।

ଯେଉଁଥିରେ ଏକ ଲକ୍ଷ ଟଙ୍କା ସହାୟତା ରାଶି ରହିବ । ତେବେ ଅନୁସୂଚିତ ଜାତି ଏବଂ ଜନଜାତିର ଯୁବ ବର୍ଗଙ୍କ ପାଇଁ ବୟସ ସୀମା ଭିନ୍ନ ରହିଛି । ଯାହାଦ୍ୱାରା ୪୦ ବୟସ ପର୍ଯ୍ୟନ୍ତ ଯୁବକ ଯୁବତୀ ଏହାର ଲାଭ ଉଠାଇ ପାରିବେ । ଏଥିରେ ଗ୍ରାମୀଣ ବ୍ୟକ୍ତିଙ୍କୁ ଅଧିକ ଫୋକସରେ ରଖାଯିବ ଏବଂ ଯୋଗ୍ୟ ବ୍ୟକ୍ତି ଏଥିରେ ଉଭୟ ଅନଲାଇନ ଏବଂ ଅଫଲାଇନରେ ଆବେଦନ କରି ପାରିବେ ।

ତେବେ ସରକାରଙ୍କ ଏହି ଋଣ ବ୍ୟବସ୍ଥାରେ ଉଭୟ ନୂଆ ଏବଂ ପୁରୁଣା ବ୍ୟବସାୟ ବଢ଼ାଇ ପାରିବେ । ଆଉ ସୁଧ ହାର ସରକାର ବହନ କରିବେ । ଏଥିରେ କୌଣସି ପ୍ରସେସିଂ ଫି ମଧ୍ୟ ଦେବାକୁ ପଡ଼ିବ ନାହିଁ । ଯୁବବର୍ଗ ଏଥିରେ swayam.odisha.gov.in ୱେବସାଇଟରେ ଆବେଦନ କରି ପାରିବେ । ଆପଣ ଚାହିଁଲେ ମୋ ସେବାକେନ୍ଦ୍ରରେ ମଧ୍ୟ ଆବେଦନ କରି ପାରିବେ ।

ସହରାଞ୍ଚଳର ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ପୌରପରିଷଦ କାର୍ଯ୍ୟାଳୟରେ ଦାଖଲ କରି କରି ପାରିବେ । ତେବେ ଦରଖାସ୍ତରେ ଆପଣ କେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହିଁବେ ତାହାକୁ ଦର୍ଶାଇବାକୁ ପଡ଼ିବ । ସରକାର ବଜେଟରେ ୪୪୮ କୋଟି ଟଙ୍କା ଖର୍ଚ୍ଚ କରିବେ । ଯାହା ସୁଧ ରହିବ ତାହାକୁ ରାଜ୍ୟ ସରକାର ବହନ କରିବେ ବୋଲି ନିୟମ ରହିଛି । ଖାଲି ସେତିକି ନୁହେଁ ଆବେଦନ ସମୟରେ କୌଣସି ଶୁଳ୍କ କିମ୍ବା ପ୍ରସେସିଂ ଫି ମଧ୍ୟ ଦେବାକୁ ପଡ଼ିବ ନାହିଁ ।

ଚାରି ବର୍ଷ ଅବଧି ମଧ୍ୟରେ ଏହି ଋଣ ପରିଶୋଧ କରିବାକୁ ପଡ଼ିବ । ଏଥିରେ ୩-୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି ଏବଂ ସମ୍ପୂର୍ଣ୍ଣ ସୁଧାହାର ପରିଶୋଧ କରିବାକୁ ରାଜ୍ୟ ସରକାର ୨୨୪ କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ କରିବେ । ତେବେ ମନେ ମନେ ରଖନ୍ତୁ ଯେ ଯଦି ଆପଣ ଆଗରୁ ଋଣ ନେଇ ପୈଠ କରି ନାହାଁନ୍ତି ତେବେ ଏହି ସୁବିଧାର ଲାଭ ପାଇପାରିବେ ନାହିଁ ।

Leave a Reply

Your email address will not be published. Required fields are marked *