ଝିଅ ନ ମିଳିବାରୁ ଜୀବନ ହାରିଦେଲେ ଯୁବକ । ହଁ ଆଜ୍ଞା ବିବାହ ସମସ୍ତଙ୍କ ଜୀବନର ସବୁଠୁ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । ସାଥୀ ବିନା ଜୀବନ କାଟିବା ବେଶ୍ କଷ୍ଟକର ବୋଲି କୁହାଯାଏ । ତେବେ ଜଣେ ଯୁବକ ଅନେକ ଦିନରୁ ବିବାହ କରିବାକୁ ଚାହୁଥିବା ବେଳେ ଯୁବକଙ୍କୁ ମିଳୁ ନଥିଲେ ଝିଅ । ତେବେ ଶେଷରେ ଯୁବକ ଜଣଙ୍କ ଜୀବନ ହାରି ଦେଇଥିବା କୁହାଯାଉଛି । ଯୁବକଙ୍କ ସ୍ବପ୍ନ ଥିଲା ସେ ବିବାହ କରିବେ । ତାଙ୍କ ଜୀବନ ସାଥିଙ୍କ ସହିତ ସୁନାର ସଂସାର ଗଢିବେ । ମନର କଥା ସାଥିଙ୍କ ଆଗରେ କହି ମନ ହାଲକା କରିବେ ଆଉ ପାଦରେ ପାଦ ମିଶାଇ ଏ ଜିବନର ଅବଶିଷ୍ଟ ସମୟକୁ ସାଥୀ ସହିତ ବିତାଇବେ ।
ହେଲେ ଏତେ ସ୍ଵପ୍ନ କୁ ସତେ ଅବା ରାତି କାଇଁ । ଯୁବକଙ୍କ ସ୍ବପ୍ନ ସ୍ବପ୍ନ ହେଇ ରହିଗଲା । କାରଣ ଯୁବକ ଝିଅ ଖୋଜି ଖୋଜି ଆଠ ବର୍ଷ ବିତାଇ ଦେଇଥିଲେ । ବୟସ ବଢୁଥିଲା ହେଲେ ନିଜ ମନର ମଣିଷ ନିଜ ଜୀବନ ସାଥି ମୁଲୁନଥିଲେ । ବହୁତ୍ ଖୋଜିବା ପରେ ଯୁବକ ଜଣଙ୍କ ଶେଷରେ ନିଜ ଜୀବନ ସାଥି ଖୋଜି ଖୋଜି ଥକି ପଡ଼ିଲେ । ସେ ଜଣେ ଚାଷୀ ଯୁବକ ଥିବାରୁ ଭାବିଲେ ତାଙ୍କୁ ଝିଅ ମିଳୁନି । ହେଲେ ମନ ଭିତରେ ଥିବା ଦୃଢ଼ ଇଚ୍ଛା ଶକ୍ତି ସେ କିନ୍ତୁ ହାରିବାକୁ ଦେଇ ନଥିଲେ । ବର୍ଷ ବର୍ଷ କରି ଆଠ ବର୍ଷ ସେ ନିଜ ମନ ଭିତରେ ଦୃଢ଼ ଇଚ୍ଛା ରଖିଥିଲେ କି ନିହାତି ତାଙ୍କୁ ତାଙ୍କ ମନର ମଣିଷ ମିଳିଯିବେ ।
ହେଲେ ଧୀରେ ଧିରେ ଯେତେବେଳେ ଆଶା ମଉଳିବାରେ ଲାଗିଲା ସେତେବେଳେ ଯୁବକ ଜଣଙ୍କ ନିଜେ ମଧ୍ୟ ଭିତରେ ଭିତରେ ଭାଙ୍ଗି ପଡ଼ିବାକୁ ଲାଗିଲେ । ଆଉ ଶେଷରେ ବିବାହ କରିବାକୁ ଝିଅ ମିଳିଲାନି ବୋଲି ନିଜ ଜୀବନକୁ ହାରି ଦେଲେ ଯୁବକ । ମନେ ମନେ ଭାବୁଥିଲେ ମୁଁ ଚାଷୀ ପୁଅ ବୋଲି ମତେ କଣ ଝିଅ ମିଳିବନି । ଆଉ ଶେଷରେ ସେ ଏଇ କଥା ଭାବି ନିଜ ଜୀବନ ହାରିଦେଲେ । ହଁ ଆଜ୍ଞା ଦୀର୍ଘ ଆଠ ବର୍ଷ କାଳ ଝିଅ ଖୋଜି ଖୋଜି ନିରାଶ ହେବା ପରେ ଏମିତି ପଦକ୍ଷେପ ଗ୍ରହଣ କରିଛନ୍ତି ଜଣେ ଚାଷୀ ।
ଗୋଟିଏ ପଟେ ବାପା ମାଆଙ୍କ କଷ୍ଟ । ଆଉ ଏପଟେ ବିବାହ କରିବାର ବୟସ ଧୀରେ ଧୀରେ ଗଡି ଚାଲୁଥିଲା । ଆଉ ଯେତେବେଳେ ନିଜର ବୟସ 36 ବର୍ଷ ଅତିକ୍ରମ କରିଥିଲା ସେ ଆଉ ସହି ପାରି ନଥିଲେ । ତେବେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ହାବେରି ଜିଲ୍ଲାରୁ । ଆଉ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କାରଣ ଯୁବକ ଜଣଙ୍କ ଜୀବନ ସାଥି ନମିଳିବାରୁ ମୃତ୍ୟୁ ବରଣ କରିବା ଖବର ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।