ଶହ ଶହ ଗାଁ ଲୋକଙ୍କ ମଝିରେ ଶୋଇଛି ମହାବଳ ବାଘ । ଆଉ ଲୋକ ବି ହେଉନାହାଁନ୍ତି ଭ-ୟଭୀ-ତ ।

ଶହ ଶହ ମଣିଷ ମାନଙ୍କ ମଧ୍ୟରେ ବାଘ ନିର୍ଭ-ୟରେ ଏବଂ ମଣିଷ ମାନେ ମଧ୍ୟ ନିର୍ଭ-ୟରେ । କଥାଟା ଶୁଣି ଅଜବ ଲାଗିଥିବ ସତ , କିନ୍ତୁ ଏହି ମାମ-ଲା ମି-ଛ ନୁହେଁ । ଏହାର ଅନେକ ଭିଡ଼ିଓ ଏବଂ ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଆସିଥିବା ଖବର ଅନୁଯାୟୀ ଏକ ଗାଁରେ ହଠାତ ସକାଳୁ ସକାଳୁ ଲୋକେ ଏକ ମହାବଳ ବାଘକୁ ଦେଖିବାକୁ ପାଇଛନ୍ତି । ଯାହା ମହାବଳ ବାଘ ହୋଇଥିଲେ ହିଁ ସ୍ଵଭାବ ପାଳିତ କୁକୁର ଭଳି । କହିବାର କାରଣ ହେଉଛି ବାଘଟି ଖୁବ ଶାନ୍ତ ସ୍ୱଭାବର । ଖାଲି ସେତିକି ନୁହେଁ ଯେଉଁ ଗୋଟିଏ ଜାଗାରେ ଛିଡ଼ା ହେଉଛି ସେହିଠାରେ ହିଁ ଛିଡ଼ା ହୋଇ ରହୁଛି । କେଉଁ ଆଡ଼େ ଯିବାର ଲୋକେ ଦେଖିବାକୁ ପାଇ ନାହାଁନ୍ତି ।

ଲୋକଙ୍କ ଅନୁଯାୟୀ ସୋମବାର ଦିନ ସକାଳୁ ସକାଳୁ ଯେତେବେଳେ ଗାଁ ଲୋକେ ବାଘଟିକୁ ଏକ ପାଚେରୀ ଉପରେ ଦେଖିବାକୁ ପାଇଥିଲେ ସେତେବେଳେ ବାଘଟି ପାଚେରୀ ଉପରେ ଶୋଇ ପଡ଼ିଥିଲା । ଆଉ ସେମିତି ଦୀର୍ଘ ସମୟ ଧରି ଶୋଇବା ପରେ ବାଘଟି ଆଉ ତଳକୁ ମଧ୍ୟ ଆସି ନଥିଲା କିମ୍ବା ପାଖରେ ଛିଡ଼ା ହୋଇଥିବା ଲୋକଙ୍କର ମଧ୍ୟ କୌଣସି କ୍ଷ-ତି କରି ନଥିଲା ।

ଏମିତିକି ଫୋରେଷ୍ଟ ଡିପାର୍ଟମେଣ୍ଟର କର୍ମଚାରୀ ଆସିବା ପରେବି ସେ ସେହି ସ୍ଥାନରୁ ଆଦୋୖ ହଲଚଲ ହୋଇ ନଥିଲା । ମହାବଳ ବାଘକୁ ଦେଖିଲେ ଏମିତି ପ୍ରତୀତ ହେଉଥିଲା ଯେମିତି ବାଘଟି ଜଙ୍ଗଲ ଭିତରେ କୌଣସି ନି-ଶା ଦ୍ରବ୍ୟ ଖାଇ ଦେଇଥିବ । ତେବେ ସୂଚନା ଅନୁଯାୟୀ ଏଭଳି ଏକ ଦୃଶ୍ୟ ଉତ୍ତରପ୍ରଦେଶରେ ବାଇଲୋବି ଜିଲ୍ଲା କାଳିନାଗର ଡାକୋନ ଗାଁରେ ଦେଖିବାକୁ ମିଳିଛି ।

ବାଇଲୋବି ଜିଲ୍ଲା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲ ଭିତରୁ ଗାଁ ଭିତରକୁ ଚାଲି ଆସିଥିଲା । ସୋମବାର ବିଳମ୍ବିତ ରାତିରେ ଗାଁ ଭିତରକୁ ଚାଲିଆସି ପାଚେରୀ ଉପରେ ଶୋଇ ରହିଥିଲା । ସକାଳୁ ସକାଳୁ କୁକୁର ମାନେ ଭୋକିବା ପରେ ଗାଁ ଲୋକେ ବାଘକୁ ଦେଖିବାକୁ ପାଇଥିଲେ । ଏହାପରେ ଗାଁ ଲୋକେ ପୁରା ଭ-ୟଭୀ-ତ ହୋଇ ପଡ଼ିଥିଲେ । କିନ୍ତୁ ଯେତେବେଳେ ଜାଣିଥିଲେ ଯେ ବାଘ ଚାଲି ପାରୁନାହିଁ ।

ତାପରେ ବାଘକୁ ଦେଖିବାକୁ ଲୋକେ ରୁଣ୍ଡ ହୋଇଥିଲେ । ତେବେ ଫୋରେସ୍ଟ ଡିପାର୍ଟମେଣ୍ଟକୁ ଖବର ଦେବା ପରେ ଫୋରେଷ୍ଟ ଡିପାର୍ଟମେଣ୍ଟ ଆସି ବାଘକୁ ଯନ୍ତାରେ ପୁରାଇ ଜଙ୍ଗଲକୁ ନେଇ ଯାଇଥିଲା । କିନ୍ତୁ ବାଘର ଏମିତି ଅବସ୍ଥା କାହିଁକି ହେଲା ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ ।

Leave a Reply

Your email address will not be published. Required fields are marked *