ଆସିଲା ବାତ୍ୟାର ଗତିପଥ, ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର।ଏଇଠି ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା।

ସ୍ପଷ୍ଟ ହେଲାଣିଚିତ୍ର। ଏଇଠି ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା।ପ୍ରବଳ ଗତିରେ ମାଡି ଆସୁଛି ଓଡିଶାକୁ ରହିଛି ବିପଦ। ଏବେଠୁ ବଳ ଗୋଟାଇଲାଣି। ଆସନ୍ତାକାଲି ଅବପାତରେ ହେବ ପରିଣତ। ଯାହା ପ୍ରଭାବରେ ଏହିସବୁ ଜିଲ୍ଲାରେ ଆଜି ପ୍ରବଳ କାଚିବ।

ବାତ୍ୟାକୁ ନେଇ ଆସିଲା ବଡ଼ ଅଵଡେଟ। ବଦଳିଗଲା ବାତ୍ୟାର ଗତିପଥ। ଧୀରେ ଧୀରେ ସ୍ପଷ୍ଟ ହେଉଛି ଚିତ୍ର। ଆଉ ଏଇଠି ହିଁ ଲ୍ୟାଣ୍ଡଫଲ କରିବା ନେଇ କରାଯାଉଛି ଆଶଙ୍କା। ହଁ ଆଜ୍ଞା ୨୫ ତାରିଖରେ ବାତ୍ୟା ଆଉ ୨୬ ତାରିଖ ବେଳକୁ ନେଇପାରେ ଭୀଷଣ ବାତ୍ୟାର ରୂପ। ଯାହାକୁ ନେଇ ସତର୍କ କରାଇଲାଣି ପାଣିପାଗ ବିଭାଗ।

ତେବେ ସୁ ସୁ ଗର୍ଜନ କରି ସମୁଦ୍ର ମଝିରେ ଦାନା ବାନ୍ଧୁଛି ବାତ୍ୟା। ଧୀରେ ଧୀରେ ଶକ୍ତି ଗୋଟାଇବାକୁ ଲାଗିଲାଣି। ଗତକାଲି ଘୁର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଅଧିକ ସକ୍ରିୟ ହୋଇଉଠିଛି। ଆଉ ଆସନ୍ତା କାଲି ସକାଳେ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି।

ତେବେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ବଡ଼ ବାତ୍ୟା। ୨୫ ଓ ୨୬ ତାରିଖ ବେଳକୁ ମାଡି ଆସିବ ବର୍ଷା ଓ ପବନ। ତେବେ ବାଙ୍ଗଲାଦେଶ ପାର୍ଶ୍ଵବର୍ତୀ ପଶ୍ଚିମବଙ୍ଗ ପାଖାପାଖି ପହଂଚିବ ବାତ୍ୟା। କେଉଁଠି ବାତ୍ୟା ଛୁଇଁବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ଅବଶ୍ୟ ଓଡିଶା ଉପକୂଳରେ ବିଶେଷ ପ୍ରଭାବ ପଡିନପାରେ। ଓଡିଶା ଉପକୂଳ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ନାହିଁ। ତଥାପି ବାଲେଶ୍ଵର କେନ୍ଦ୍ରାପଡା ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

୨୬ ଓ ୨୭ ତାରିଖ ଦିନ ପ୍ରବଳ ବର୍ଷା ହେବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର। ଅନ୍ୟପଟେ ବିଭିନ୍ନ ମଡେଲ ଅବପାତର ଗତିପଥ ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି। ମଡେଲ କହୁଛି ୨୪ ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ପରେ ଦିଗ ପରିବର୍ତ୍ତନ କରି ପଶ୍ଚିମ ଦିଗରେ ଗତି କରିବ।

୨୪ ରେ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଅତିକ୍ରମ କରିବ। ସେପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆଣ୍ଡାମାନରେ ମୌସୁମୀ ଅତିକ୍ରମ କରି ସାରିଛି। ମୌସୁମୀ ସମୟରେ ଯେଉଁ ଲଘୁଚାପ ଆସେ ତାହା ଉତ୍ତର-ପଶ୍ଚିମ ଦିଗରେ ସାଧାରଣ ଭାବେ ଗତି କରିଥାଏ। ବର୍ତ୍ତମାନ କେନ୍ଦ୍ର ସ୍ଥଳରେ ସମୁଦ୍ର ପତନର ତାପମାତ୍ରା ୩୦ ଡିଗ୍ରୀ ରହିଛି। ବାୟୁମଣ୍ଡଳର ଚାପ କମ ରହିଛି ତେଣୁ ଅବପାତ ଆହୁରି ଘନୀଭୂତ ହେବା ପାଇଁ ପାଗ ଅନୁକୂଳ ରହିଛି। ଯାହା ଜଣାଯାଉଛି ୨୪ ପରେ ଉତ୍ତର-ପୂର୍ବ ଦିଗରେ ପୂର୍ବ ଦିଗରେ ଅବା ଉତ୍ତର ଦିଗରେ ଗତି କରିବ। ଫଳରେ ଓଡିଶା ପଶ୍ଚିମବଙ୍ଗ କିମ୍ବା ବାଙ୍ଗଲାଦେଶ ଉପକୂଳ ଦେଇ ଯାଇପାରେ ବୋଲି ଆଶଙ୍କା କରାଯାଉଛି। ୨୪ ତାରିଖରେ ଚିତ୍ର ଆଉ ଟିକେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *