ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଅନୁଭବ ମହାନ୍ତିଙ୍କ ନୂଆ ପୋଷ୍ଟ, ଜାଣନ୍ତୁ କଣ ଲେଖିଛନ୍ତି ସେ ସେହି ପୋଷ୍ଟରେ।

ଗତ କିଛି ବର୍ଷ ହେବ ଅଭିନେତ୍ରୀ ବର୍ଷା ଏବଂ ଅଭିନେତା ଅନୁଭବ ମହାନ୍ତି ନିଜର ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ଅଛନ୍ତି। ବର୍ଷା ଏବଂ ଅନୁଭବ ଦୁହେଁ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରନ୍ତି ଏବଂ ଦୁହେଁ ଦୁହିଁଙ୍କୁ ଭଲ ପାଇ ୨୦୧୪ ମସିହାରେ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଦୁହିଙ୍କ ମଧ୍ୟରେ ପାରିବାରିକ କଳହ ଯୋଗୁ ଦୁହେଁ ବର୍ତ୍ତମାନ ବିବାହ ବନ୍ଧନରୁ ଅଲଗା ହେବା ପାଇଁ କୋର୍ଟରେ କେସ ଲଢ଼ୁଛନ୍ତି।

ବିଗତ କିଛି ଦିନ ହେବ ଜାଗୃତି ଶୁକ୍ଳା ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ସେୟାର କରିଥିଲେ ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା। କିନ୍ତୁ ଭାଇରାଲ ହେବା ପରେ ହଟହଟାରେ ପଡିଥିଲେ ଜାଗୃତି ଶୁକ୍ଳା। ସେ ସେୟାର କରିଥିବା ପୋଷ୍ଟରେ କାହାର ନାମ ନେଇ ନାହାଁନ୍ତି ହେଲେ ପରୋକ୍ଷ ଉକ୍ତିରେ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିରୁଦ୍ଧରେ କରିଛନ୍ତି ବୋଲି ଜଣା ପଡିଥିଲା। ଯାହାକୁ ନେଇ ବର୍ଷା ପ୍ରିୟଦର୍ଶୀ ଥାନାରେ ଜାଗୃତିଙ୍କ ନାମରେ ଅଭିଯୋଗ ମଧ୍ୟ କରିଥିଲେ।

ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ବର୍ଷା ପ୍ରିୟଦର୍ଶିନୀ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ସମସ୍ତ ବିଜେଡି କର୍ମୀଙ୍କୁ ସହଯୋଗ କରି ତାଙ୍କ ପାଇଁ ପ୍ରଚାର କରୁଛନ୍ତି। ସବୁଠୁ ବଡ କଥା ହେଉଛି କି ବର୍ଷା ବିଜେଡ଼ି ପାର୍ଟି ତରଫରୁ ନିର୍ବାଚନରେ ଛିଡା ହୋଇଛନ୍ତି। ଯାହାଫଳରେ ସମସ୍ତଙ୍କ ନଜର ବର୍ଷାଙ୍କ ଉପରେ ରହିଛି। ଧୀରେ ଧୀରେ ପାର୍ଟିର କର୍ମକର୍ତ୍ତା ମାନେ ଅନୁଭବ ମହାନ୍ତିଙ୍କ ଅପେକ୍ଷା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଅଧିକ ମହତ୍ତ୍ୱ ଦେବାରେ ଲାଗିଲେଣି।

ତେବେ ସାଂସଦ ଅନୁଭବ ମହାନ୍ତି ମଧ୍ୟ ଛାଡିବା ଲୋକ ନୁହଁନ୍ତି। ସେ ମଧ୍ୟ ନିଜର କାମ ବିଷୟରେ ଫେସବୁକ ରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ସେହି ପୋଷ୍ଟରେ ସେ କରିଥିବା କାମ ବିଷୟରେ ଉଲ୍ଲେଖ ରହିଛି। ତେବେ ପୋଷ୍ଟ କରିବା ପରେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିଲା। ତେବେ ଆସନ୍ତୁ ଜାଣିବା କଣ ଲେଖିଛନ୍ତି ସେ ସେହି ପୋଷ୍ଟ ରେ।

ସୋସିଆଲ ମିଡ଼ିଆ ଫେସବୁକରେ ସେୟାର କରିଥିବା ପୋଷ୍ଟରେ ଅନୁଭବ ମହାନ୍ତି ଲେଖିଛନ୍ତି ଯେ ସେ ଲୋସଭାରେ ୩ ଟି ପ୍ରାଇଭେଟ ମେମ୍ବରଙ୍କ ବିଲକୁ ପାରିତ କରିଛନ୍ତି। ସେ ଲୋକସଭା ପ୍ରାର୍ଥୀ ହେବା ଠାରୁ ଏହା କରି ଆସିଛନ୍ତି। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ମୋଟ ପ୍ରାଇଭେଟ ବିଲ ୩୭୯ ଥିବା ସମୟରେ ସମ୍ପୂର୍ଣ ଲୋକସଭା ମେମ୍ବର ୫୪୫ ଅଛି ଓ ଏଭାରେଜ ପ୍ରାଇଭେଟ ମେମ୍ବର ବିଲ ୦.୬୯ ଅଛି। କିନ୍ତୁ ଅନୁଭବ ମହାନ୍ତି ଏକୁଟିଆ ତିନୋଟି ବିଲ ପାସ କରାଇଛନ୍ତି।

ତେବେ ସେହି ପୋଷ୍ଟରୁ ଜଣା ପଡୁଛି ଯେ ଅନୁଭବ ମହାନ୍ତି ନିଜ ରାଜନୈତିକ ବେଶ ସଜାଡ଼ିବାରେ ଲାଗିଛନ୍ତି। ତେବେ ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *