କ’ଣ ଆପଣ ମଧ୍ୟ ନିଜ ସ୍ମାର୍ଟଫୋନକୁ ଏହିପରି ଚାର୍ଜ କରନ୍ତି ? ହୋଇପାରେ ଏହି ବଡ଼ କ୍ଷତି ।

କ’ଣ ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ଯେ କୌଣସି ଚାର୍ଜରରେ ନିଜର ସ୍ମାର୍ଟଫୋନ୍ ଚାର୍ଜ କରନ୍ତି ? ଯଦି ଏପରି କରୁଥାନ୍ତି ତେବେ ଆପଣ କିଛି କଥା ଉପରେ ଧ୍ୟାନ ଦେବା ଉଚିତ୍, ନଚେତ୍ ଆପଣଙ୍କର କ୍ଷତି ହୋଇପାରେ । ଯେହେତୁ ସବୁ ଚାର୍ଜର ସମାନ ନୁହଁ କିମ୍ବା ପ୍ରତ୍ୟେକ ସ୍ମାର୍ଟଫୋନର ଚାର୍ଜିଂ କ୍ଷମତା ସମାନ ହୋଇନଥାଏ ।

ତେବେ ଆପଣଙ୍କ ଫୋନରେ ଫିଟ୍ ହେଉଥିବା ଯେ କୌଣସି ଚାର୍ଜର ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଫୋନ୍ ଖରାପ ହୋଇପାରେ । ଯେ କୌଣସି ଚାର୍ଜର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଫୋନର ବ୍ୟାଟେରୀ ନଷ୍ଟ ହୋଇପାରେ । ଆସନ୍ତୁ ଜାଣିବା ଏହା ଆପଣଙ୍କ ଫୋନ ଉପରେ କି କି ପ୍ରଭାବ ପକାଇପାରେ ।

ଚାର୍ଜର କାମ କ’ଣ ହୋଇଥାଏ ?

ସରଳ ଭାଷାରେ କହିବାକୁଗଲେ ମୋବାଇଲ୍ ଫୋନ୍ ଚାର୍ଜର ର ଗୋଟିଏ କାର୍ଯ୍ୟ କେବଳ ଡିଭାଇସ୍ ଚାର୍ଜିଂ କରିବା । କିନ୍ତୁ କହିବା ଯେତିକି ସହଜ ଏହି ପ୍ରକ୍ରିୟା ସେତିକି ସହଜ ହୋଇନଥାଏ । ବାସ୍ତବରେ ଚାର୍ଜର କାମ ହେଉଛି ଏସି ପାୱାରକୁ ଡିସିରେ ପରିଣତ କରି ଆପଣଙ୍କ ଫୋନ କିମ୍ବା ଟାବଲେଟ ନିକଟରେ ପହଞ୍ଚାଇବା । ଏଥିପାଇଁ ସେମାନଙ୍କୁ ଚାର୍ଜର ନୁହେଁ ଆଡାପ୍ଟର କୁହାଯାଏ ।

ସ୍ମାର୍ଟଫୋନ୍ କୁ ଚାର୍ଜ କରିବା ପାଇଁ ସର୍ବଦା ଓରିଜିନାଲ୍ ଚାର୍ଜର ବ୍ୟବହାର କରିବା ଉଚିତ୍ । ଯେହେତୁ ପ୍ରତ୍ୟେକ ସ୍ମାର୍ଟଫୋନର ଚାର୍ଜିଂ କ୍ଷମତା ଅଲଗା ହୋଇଥାଏ ଏବଂ ଗତ କିଛି ବର୍ଷ ମଧ୍ୟରେ ଫାଷ୍ଟ ଚାର୍ଜିଂ ବୃଦ୍ଧି ପାଇଛି ।

ଏଭଳି ପରିସ୍ଥିତିରେ ଅନ୍ୟ ସ୍ମାର୍ଟଫୋନର ଚାର୍ଜର କିମ୍ବା ନକଲି ଚାର୍ଜର ରେ ଫୋନ୍ କୁ ଚାର୍ଜ କରିବା ଦ୍ୱାରା ଏହାର ବ୍ୟାଟେରୀ ଲାଇଫ୍ କମ୍ ହୋଇପାରେ । ଯଦି କେବେ ଫୋନର ଚାର୍ଜର ଖରାପ ହୋଇଯାଏ ତେବେ ଆଉଟପୁଟ୍ ଭୋଲଟେଜ୍ ଏବଂ କରେଣ୍ଟକୁ ଧ୍ୟାନରେ ରଖି ଆପଣ ଏକ ନୂତନ ଚାର୍ଜର ନେବା ଉଚିତ୍ ।

ମହଙ୍ଗା ପଡ଼ିପାରେ ଶସ୍ତା ଚାର୍ଜର ।

ଏହା ସହିତ ଆପଣଙ୍କୁ ଅଜଣା ମ୍ୟାନୁଫାକ୍ଚରଙ୍କର ଶସ୍ତା ଚାର୍ଜର ବ୍ୟବହାର କରିବା ଠାରୁ ମଧ୍ୟ ଦୂରେଇ ରହିବା ଉଚିତ । କାରଣ ସେମାନେ ଆପଣଙ୍କୁ କମ୍ ଟଙ୍କା ରେ ଗୁଣବତ୍ତା ଏବଂ ପ୍ରେଟେକ୍ସନ ଦିଅନ୍ତି ନାହିଁ, ଯାହା ଏକ ବ୍ରାଣ୍ଡେଡ୍ ଚାର୍ଜର୍ ରେ ମିଳିଥାଏ । ଯଦି ଆପଣଙ୍କର ଫୋନ୍ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ନାହିଁ ତେବେ ଅନ୍ୟ ଚାର୍ଜର ବ୍ୟବହାର କରିବା ସମୟରେ ସାବଧାନ ହେବା ଉଚିତ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ଫୋନ ଖରାପ ମଧ୍ୟ ହୋଇପାରେ ।

ଏହି ସମ୍ବଦ୍ଧରେ ଆପଲ୍ ତାର ଅଫିସିଆଲ୍ ସୂଚନା ସେୟାର କରିଛି । ଯଦି ଆପଣ ଏକ iPhone ରେ ଅନ୍ୟ ଏକ କେବୁଲ୍ କିମ୍ବା ନକଲି କେବୁଲ୍ ବ୍ୟବହାର କରନ୍ତି ତେବେ ଏହା ଦ୍ଵାରା ଆପଣଙ୍କ iPhone ସଠିକ୍ ଭାବରେ ଚାର୍ଜର ହୋଇନଥାଏ । ହୋଇପାରେ ଏହା ଆପଣଙ୍କର ଆଇଫୋନ୍ ସହିତ ସଂପୂର୍ଣ୍ଣ ସିଙ୍କ୍ ହୋଇନପାରେ ଏବଂ ଏହା ଆପଣଙ୍କ ଆଇଫୋନକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । Apple iPhone ବ୍ୟବହାରକାରୀଙ୍କୁ Apple USB Power Adapter ବ୍ୟବହାର କରିବାକୁ ପରାମର୍ଶ ଦେଇଥାଏ ।

Leave a Reply

Your email address will not be published. Required fields are marked *