କାଲି ଦେଖି ଆସିଥିଲି ମୋ ଝିଅ ଭଲ ଥିଲା,ଆଜି କହୁଛନ୍ତି ତମ ଝିଅ ମ-ରି ଯାଇଛି….

ଯୌତୁକ ପାଇଁ ଏ ଦୁନିଆଁରେ ଅନେକ ମହିଳା ପ୍ରତିଦିନ ବଳି ପଡୁଛନ୍ତି । ଏହି ପ୍ରଥା କେବେ ଯେ ସରିବ ସେ କଥା କାହାକୁ ଜଣା ନାହିଁ । ଆଗରୁ ଯେପରି ରହି ଆସିଥିଲା , ତାହା ବର୍ତ୍ତମାନ ଯୁଗ ଆଗକୁ ଯାଉ ଯାଉ ଚାଲି ଯାଉଛି । ତେବେ ଏଥିପାଇଁ ଅନେକ ନିରୀହ ମହିଳା ମାନଙ୍କର ପ୍ରତିଦିନ ଜୀବନ ଚାଲି ଯାଉଛି । କିଏ ଜାଣି ଶୁଣି ଆ-ତ୍ମହ-ତ୍ୟା କରି ଦେଉଛି ତ ଆଉ ପୁଣି କାହାକୁ ଯୌ-ତୁକ ପାଇଁ ଶାଶୁ ଘର ଲୋକ ହ-ତ୍ୟା କରି ଦେଉଛନ୍ତି ।

ମାତ୍ର କେତେ ଟଙ୍କା ଆଉ କିଛି ସୁନା ଗହଣା ପାଇଁ କେତେ ଯେ ତଳକୁ ଖସି ଯାଉଛନ୍ତି ଆଜିକାର ଲୋକ । କିଛି ବି ଚିନ୍ତା କରୁ ନାହାଁନ୍ତି । ଗୋଟିଏ ଝିଅର ଶାଶୁ ଘର ପ୍ରତି ଭଲ ପାଇବା ପଛରେ ରହି ଯାଉଛି ଆଉ ଆଗକୁ ଆସି ଯାଉଛି ଯୌ-ତୁକ । ଝିଅଟିଏ ଶାଶୁ ଘରକୁ ଆସିଲେ , ବାପ ଘରୁ କେତେ କଣ ନେଇ କରି ଆସିଛି ତାର ଆଗ ଚର୍ଚ୍ଚା ହୋଇଥାଏ ।

ତେବେ ଏହି ନୀତି ନିୟମ ପାଇଁ ଅନେକ ମହିଳା ଆଜି ଯାଏଁ ଜୀବନ ହାରି ଦେଇଛନ୍ତି । ନିଜ ବାପା ଭାଇଙ୍କ ବେଳେ ବିରୁ-ଦ୍ଧରେ ଶୁଣିବା ଆଉ ଶାଶୁ ଘରେ ବଞ୍ଚି ଥାଉ ଥାଉ ମରିଯିବା ଭଳି ରହିବା ଠାରୁ ନିଜ ଜୀବନ ହାରି ଦେବାକୁ ସେମାନେ ଭଲ ଭାବୁଛନ୍ତି । ତେବେ ଯଦି ଆମେ ପ୍ରତିବର୍ଷର ଆକଳନକୁ ଦେଖିବା , ଏହାର ମାତ୍ରା ବହୁତ ଅଧିକ ହୋଇ ରହିଛି । ଦିନକୁ ଦିନ ଏହାର ସଂଖ୍ୟା ବଢ଼ି ଚାଲିଥିଲେ ମଧ୍ୟ କମିବାର ନାମ ଧରୁ ନାହିଁ ।

ତେବେ ବର୍ତ୍ତମାନ ସମୟରେ ମଧ୍ୟ କଟକ ଜିଲ୍ଲାରେ ଏପରି କିଛି ଘ-ଟଣା ଘଟି ଯାଇଛି , ଯାହା ବିଷୟରେ ଶୁଣିବା ପରେ ଆପଣଙ୍କ ଛାତି ଥରି ଉଠିବ । ଜଣେ ନି-ରୀହ ବାପା ମାଆଙ୍କର ଝିଅକୁ ହରାଇବାର ଚି-ତ୍କାର ଶୁଣି ଆପଣ ବି କା-ନ୍ଦି ଉଠିବେ । ତେବେ ଗୋଟିଏ ରାତି ଆଗରୁ ଝିଅ ଭଲ ଥିଲା ଆଉ ତା ପର ଦିନ ଦେଖିଲା ବେଳକୁ ଶାଶୁ ଘରେ ପଡ଼ି ରହିଛି ଝିଅର ମ-ଲା ଶରୀର ।

ଏପରି ଏକ ଦୁଃ-ଖଦ ଘ-ଟଣା ଘଟିଛି କଟକ ଜିଲ୍ଲା ଭାଦରେଶ୍ୱର ଗୋପାଳପୁର ନାଇଗୁଆଁ ଗ୍ରାମରେ । ତେବେ ଏହି ଗ୍ରାମର ସୁନିଲ ପ୍ରଧାନ ୨୦୨୨ ମସିହାରେ ନିକଟସ୍ଥ ଏକ ଗ୍ରାମର ଲିଜା ନାମକ ଜଣେ ଝିଅକୁ ବୋଇଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ଉଭୟ ପରିବାରର ସହମତିରେ ବିବାହ ସମ୍ପନ୍ନ ହୋଇଥିଲା । ଲିଜାଙ୍କ ପରିବାର ଲୋକ ଅତ୍ୟନ୍ତ ଗରିବ ଥିଲେ ।

ତେଣୁ ସେମାନେ ଝିଅକୁ ଯାହା ପାରିଥିଲେ , ତାହା ଦେଇଥିଲେ ଆଉ ଜ୍ବାଇଁଙ୍କୁ ମଧ୍ୟ ନିଜ ସାମର୍ଥ୍ୟ ଅନୁସାରେ ଦେଇଥିଲେ । ତେବେ ବିବାହ ପୂର୍ବରୁ ସବୁ ଜିନିଷରେ ଖୁସି ରହିବା ଭଳି ଅଭିନୟ କରିଥିଲେ ସୁନିଲଙ୍କ ପରିବାର ଲୋକ । ଆଉ ବିବାହ ପରେ ଆରମ୍ଭ କରି ଦେଇଥିଲେ ଅ-ତ୍ୟାଚା-ର । ବାରମ୍ବାର ଯୌ-ତୁକ ଆଣିବା ପାଇଁ କହୁଥିଲେ ଲିଜାଙ୍କୁ। ଏପରିକି ଏଥିପାଇଁ ଅନେକ ଥର ବାପାଙ୍କୁ ଡକାଇ ଥିଲେ ଲିଜା ଆଉ କଥାର ସମାଧାନ ମଧ୍ୟ ହୋଇ ଯାଉଥିଲା ।

କିନ୍ତୁ ତାପରେ ପୁଣି ଅ-ତ୍ୟାଚା-ର କରିବା ସହିତ ଲିଜାଙ୍କୁ ଖାଇବା ପାଇଁ ଦେଉ ନଥିଲେ ଶାଶୁ ଘର ଲୋକ । ଏପରିକି ତାଙ୍କୁ ଚୁଲିରେ ରୋଷେଇ କରିବା ପାଇଁ ବାଧ୍ୟ ମଧ୍ୟ କରୁଥିଲେ । ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , କାଲି ରାତିରେ ସେଇ ବାବ-ଦରେ ଲିଜାଙ୍କ ବାପା କଥା ହେବା ପାଇଁ ଆସିଥିଲେ ଆଉ ସେତେବେଳେ ଲିଜା ଠିକ୍ ଥିଲେ । କିନ୍ତୁ ବାପା ଯାଇ ତା ପର ଦିନ ଘରେ ପହଞ୍ଚିବା ବେଳକୁ ଶାଶୁ ଘରୁ ଫୋନ୍ ଆସିଲା କି ଝିଅ ଆ-ତ୍ମହ-ତ୍ୟା କରି ଦେଇଛି ।

ତେବେ ଏହି କଥାକୁ ସହଜରେ ବିଶ୍ୱାସ କରି ପାରି ନଥିଲେ ଲିଜାଙ୍କ ବାପ ଘର ଲୋକେ । ସେମାନେ ଲିଜାଙ୍କ ଶାଶୁ ଘର ନାମରେ ଆଣିଛନ୍ତି ଅଭି-ଯୋଗ । ଆଉ କହିଛନ୍ତି କି , ଝିଅକୁ ହ-ତ୍ୟା କରାଯାଇଛି । ଶାଶୁ ଶଶୁର ହ-ତ୍ୟା କରି ଝିଅକୁ ଶୁଆଇ ଦେଇଛନ୍ତି । ତେବେ ଏ ବାବ-ଦରେ ଥା-ନାରେ ଅଭି-ଯୋଗ କରିବା ପରେ ପୋ-ଲିସ ମୃ-ତଦେ-ହ ଉ-ଦ୍ଧାର କରି ତ-ଦନ୍ତ କରିବାରେ ଲାଗି ପଡ଼ିଛି ।

Leave a Reply

Your email address will not be published. Required fields are marked *