ଯୌତୁକ ଟଙ୍କା ପାଇଁ ଚାଲିଗଲା ଆଉ ଗୋଟିଏ ଜୀବନ , ବାହାଘରର ଦୁଇ ମାସ ପରେ ସରିଗଲା ଜୀବନର ଖେଳ

ଯୌତୁକ ପ୍ରଥା ଆଗରୁ ରହିଥିଲା ଆଉ ଏବେ ବି ରହିଛି । କେବେ ଏହି ପ୍ରଥା ସରିବାର ନାମ ନେଉ ନାହିଁ । ଯେତେ ଯୁଗ ଆଗକୁ ବଢୁଛି ଲୋକେ ଏଥିପ୍ରତି ବେଶୀ ଆଗ୍ରହି ହେଉଛନ୍ତି । ଆଉ ସେଥିପାଇଁ ମନ ଇଚ୍ଛାରେ ପୁଅ ଘର ଲୋକେ ଝିଅ ଘରକୁ ଯୌତୁକ ମାଗି ନେଉଛନ୍ତି । ଆଉ ଝିଅ ଏହି ସମସ୍ତ ଇଚ୍ଛା ପୂରଣ ନ କଲେ , ଶେଷରେ ଗୋଟିଏ ଉପାୟ ସେମାନଙ୍କ ପାଖରେ ରହିଛି ଆଉ ସେମାନେ ଝିଅକୁ ମା-ରି ଦେଇଛନ୍ତି । ତେବେ ଏପରି ଅନେକ ଘ-ଟଣା ଘଟି ଯାଉଛି । କେଉଁଠି ଝିଅକୁ ହ-ତ୍ୟା କରି ଦିଆ ଯାଇଛି ତ ଆଉ କେଉଁଠି ଝିଅ ନିଜେ ବାଧ୍ୟ ହୋଇ କଷ୍ଟ ଯ-ନ୍ତ୍ରଣା ସହି ନ ପାରି ଆ-ତ୍ମହ-ତ୍ୟା କରି ଦେଉଛି ।

ତେବେ ଏପରି ଏକ ଘ-ଟଣା ବର୍ତ୍ତମାନ ସମୟରେ ଘଟି ଯାଇଛି ଆଠଗଡ଼ ଅଞ୍ଚଳରେ । ମାତ୍ର ୨୧ ବର୍ଷ ବୟସରେ ଏ ଦୁନିଆଁକୁ ଛାଡି ଚାଲି ଯାଇଛନ୍ତି ଲକ୍ଷ୍ମୀପ୍ରିୟା । ଏ ଦୁନିଆଁକୁ ସେ ଭଲ ଭାବରେ ଦେଖିବା ଆଗରୁ ଲିଭି ଯାଇଛି ତାଙ୍କ ଜୀବନର ଦୀପ । ଆଉ ସବୁକିଛି ଶେଷ ହୋଇ ଯାଇଛି । କେବଳ ପରିବାର ପାଖରେ ମୁଣ୍ଡ ବାଡେଇ ବାଡେଇ କାନ୍ଦିବା ଛଡ଼ା ଆଉ କିଛି ଉପାୟ ନାହିଁ । ତେବେ ବର୍ତ୍ତମାନ ସମୟରେ ତାହା ହିଁ ହୋଇଛି , ପରିବାର ଲୋକ ନିଜ ସୁନା ନାକି ଝିଅକୁ ହରାଇ ବର୍ତ୍ତମାନ କାନ୍ଦି-ବାରେ ଲାଗିଛନ୍ତି ।

ତେବେ ଏ ସବୁ ପଛରେ ମୁଖ୍ୟ ଭୂମିକା ରହିଛି ଯୌତୁକର । ଯେତିକି ଯୌତୁକ ଶାଶୁ ଘର ଲୋକଙ୍କୁ ଦିଆ ଯାଇଥିଲା , ସେତିକି ପସନ୍ଦ ହୋଇ ନଥିଲା ସେମାନଙ୍କର । ଆଉ ତାପରେ ସେମାନେ ଏପରି କା-ଣ୍ଡ କରିଥିଲେ । ତେବେ ସୂଚନା ଅନୁଯାୟୀ , ଝାମ୍ପୁଡ଼ିଆ ଗ୍ରାମର ସଦାନନ୍ଦ ମହାନ୍ତିଙ୍କ ପୁଅ ଦେବିପ୍ରସାଦ ମହାନ୍ତିଙ୍କ ବିବାହ ମାତ୍ର ଦୁଇ ମାସ ପୂର୍ବରୁ ଲକ୍ଷ୍ମୀପ୍ରିୟା ନାମକ ଜଣେ ଯୁବତୀଙ୍କ ସହିତ ହୋଇଥିଲା ।

ବିବାହ ସମୟରେ ଲକ୍ଷ୍ମୀପ୍ରିୟାଙ୍କ ପରିବାରର ସାମର୍ଥ୍ୟ ଅନୁଯାୟୀ ସେମାନେ ଏକ ଲକ୍ଷ ଟଙ୍କା ଦଶ ଭରି ସୁନା ଗହଣା ଦେଇ ଥିଲେ । ଅନ୍ୟ ପକ୍ଷରେ ଯୌତୁକ ବାବ-ଦରେ ଦିଆ ଯାଇଥିବା ଏତିକି ଜିନିଷ ଲକ୍ଷ୍ମୀପ୍ରିୟାଙ୍କ ଶାଶୁ ଘର ଲୋକଙ୍କୁ ପସନ୍ଦ ଆସି ନଥିଲା ଆଉ ସେମାନେ ଆଉ ଦୁଇ ଲକ୍ଷ ଟଙ୍କା ମାଗିବା ଆରମ୍ଭ କରି ଦେଇଥିଲେ । ନଚେତ୍ ଦେବୀ ପ୍ରସାଦ କହିଥିଲେ କି , ଚଉଠି ରାତି ହୋଇ ପାରିବ ନାହିଁ । ଆଉ ସେ ଲକ୍ଷ୍ମୀପ୍ରିୟାଙ୍କ ପାଖକୁ ଆସୁ ନଥିଲେ କି ତାଙ୍କୁ ଛୁଉଁ ମଧ୍ୟ ନଥିଲେ । ତେବେ ଧିରେ ଧୀରେ କଥା ଆଗକୁ ବଢିଥିଲା ଆଉ ଲକ୍ଷ୍ମୀପ୍ରିୟା ଟଙ୍କା ଦେବା ପାଇଁ ମନା ମଧ୍ୟ କରିଥିଲେ ।

ତେବେ ସୂଚନା ଅନୁଯାୟୀ , ପହରଦିନ ଲକ୍ଷ୍ମୀପ୍ରିୟା ତାଙ୍କ ଭାଇଙ୍କ ସହିତ କଥା ହୋଇଥିଲେ ଆଉ ଅଧା ଘଣ୍ଟା ପରେ ଶାଶୁ ଘର ଲୋକ ଫୋନ୍ କରି କହିଥିଲେ କି , ଝିଅ ବିଛଣାରେ ପଡ଼ି ରହିଛି ଆଉ ଉଠୁନାହିଁ । ତେବେ ବ୍ୟସ୍ତ ହୋଇ ତାଙ୍କ ଭାଇ ଯାଇଥିଲେ ଆଉ ତାଙ୍କୁ ଆଠଗଡ଼ ହସ୍ପିଟାଲକୁ ନେଇ ଯାଇଥିଲେ କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃ-ତ ଘୋଷିତ କରିଥିଲେ । ତେବେ ଏହାପରେ ତାଙ୍କ ଭାଇ ଦେଖିଥିଲେ କି , ଲକ୍ଷ୍ମୀପ୍ରିୟାଙ୍କ ବେକରେ ଏକ ଦାଗ ରହିଛି , ଜାହାପରେ ସେ ଭଉଣୀକୁ ହ-ତ୍ୟା କରାଯାଇଛି ବୋଲି ସ-ନ୍ଦେହ କରିଥିଲେ । ତେବେ ପରିବାର ଲୋକ ବର୍ତ୍ତମାନ ଶାଶୁ ଘର ଲୋକଙ୍କ ନାମରେ ଅଭି-ଯୋଗ ଆଣିଛନ୍ତି ଆଉ ଥା-ନାରେ ଏତ-ଲା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *