ଝିଅ ଚାଲିଯିବା ପରେ ବାପା ମା ମୁଣ୍ଡ ପି-ଟୁଛନ୍ତି ।

ମୋ ବାୟାଣୀ ଲୋ ତୁ ଉଠେ ଟିକେ । ମୋ ବାୟାଣୀ ଲୋ ତୁ କଥା ହ ଲୋ । ତୁ ଉଠେ ତୋ ବାପା ଡାକୁଛି ଲୋ । ଦେଖେ ତୋ ବାପା ଆସିଛି ତୁ ତୋ ବାପା କଥା ଶୁଣିବୁନି । ତୋ ବିନା ଆମେ ବଞ୍ଚି ପାରିବୁନି ଲୋ ତୁ ଉଠେ ଲୋ ମୋ ବାୟାଣୀ । ତୁ ଆଖି ଖୋଲୁନୁ କାହିଁକି ଆମେ ପରା ଆସିଛୁ ତୋ ବାପା ମା ତୁ କାହିଁକି ଏମିତି ସୋଇଛୁ । ତତେ ଏ ଅବସ୍ଥାରେ ଦେଖି ଆମ ଛାତି ଫାଟି ଯାଉଛି ଲୋ ।

ତୁ ଯଦି ଟିକେ ମୋ ସହ କଥା ହେବୁନି ତାହାଲେ ମୁଁ ସତ କହୁଛି ମୁଁ ଜମା ଖାଇବି ନାହିଁ । ହଁ ଆଜ୍ଞା ବଢ଼ିଲା ଝିଅର ମୃ-ତ୍ୟୁ ପରେ ଏମିତି କିଛି କହି ଭୋ ଭୋ ହୋଇ କା-ନ୍ଦୁଛନ୍ତି ପରିବାର ଲୋକେ । ଝିଅକୁ ଡାକୁଛନ୍ତି ଆଉ ଡାକି ଡାକି ଯେତେବେଳେ ଥକି ଯାଉଛନ୍ତି ହେଲେ ଝିଅ ଯେତେବେଳେ ଡାକ ଶୁଣୁନି ସେତେବେଳେ ପରିବାର ଲୋକେ କା-ନ୍ଦି କା-ନ୍ଦି ତଳେ ଲୋଟି ଯାଉଛନ୍ତି ।

ବାପା ବାୟାଣୀ ବାୟାଣୀ ଡାକି ସେହି ସ୍ଥାନ ଫଟାଇ ଦେଉଥିବା ବେଳେ ମା ମାଟିରେ ଗଡି ଯାଇ ମୁଣ୍ଡ ପିଟି କା-ନ୍ଦୁଛି । ହେଲେ ବାପା ମା କିନ୍ତୁ ବୁଝି ପାରୁ ନାହାଁନ୍ତି କି ଆଉ ଯେତେ ମଧ୍ୟ ମୁଣ୍ଡ ପିଟି କା-ନ୍ଦିଲେ ବି ବାପା ମା କା-ନ୍ଦି କା-ନ୍ଦି ସୋଇ ପଡିଲେ ବି ଆଉ ଝିଅ କେବେ ହେଲେ ମଧ୍ୟ ଫେରିବ ନାହିଁ । କାରଣ ଝିଅ ସବୁଦିନ ପାଇଁ ଝିଅ ଅଫେରା ରାଇଜକୁ ଚାଲିଯାଇଛି । ହେଲେ ବାପା ମା ଏହାକୁ ଗ୍ରହଣ କାରିବାକୁ ନାରାଜ ।

କାରଣ ସେ ପରା ବାପା ମା । କେତେ କଷ୍ଟ କେତେ ଯ-ନ୍ତ୍ରଣା ସହି ଝିଅକୁ କୋଳେଇ କାଖେଇ ବଡ଼ ମଣିଷ କରିଥିଲେ । ହେଲେ ସବୁକିଛି ଏପଟ ସେପଟ ହେଇଗଲା । ଦିନେ ଯେଉଁ ଝିଅ ଅଳି ଅଝଟ କରୁଥିଲା । ତା ଅଳି ଅଝଟ ସବୁ ସହି ଛୋଟରୁ ବଡ଼ କରି ପାଠ ପଢ଼ାଇ ବଡ଼ ମଣିଷ କରିବାକୁ ସ୍ୱପ୍ନ ଦେଖିଥିଲେ ସେ ସ୍ୱପ୍ନ ଆଜି ନିମିସିକେ ମାଟିରେ ମିଶିଯାଇଛି । ଝିଅ ସବୁଦିନ ପାଇଁ ବାପା ମା ଘର ପରିବାରକୁ ଛାଡି ଚିର ନିଦ୍ରାରେ ସୋଇ ଯାଇଛି ।

ଯେଉଁ ଝିଅକୁ ଉଚ୍ଚ ଶିକ୍ଷିତା କରିବା ପାଇଁ ବାପା ମା ଝିଅକୁ ବାହାରକୁ ପାଠ ପଢ଼ାଇବାକୁ ଛାଡି ଥିଲେ । ତାହା ଏବେ ବାପା ମାଙ୍କ ପାଇଁ କାଳ ହୋଇଯାଇଛି । କାରଣ କଲେଜରେ ରା-ଗିଙ୍ଗ ହେଉଥିଲା ଆଉ ଝିଅ କୁଆଡେ ସେହି ରାଗି-ଙ୍ଗକୁ ସହି ନପାରି ଅଫେରା ରାଇଜକୁ ଚାଲିଯାଇଛି । ଯାଜପୁର ଜିଲ୍ଲା ସେଣ୍ଡପୁର ଗ୍ରାମର ରୋଜାଲୀନ କଲେଜରେ ପାଠ ପଢୁଥିଲେ । ହେଲେ ରୋଜାଲୀନଙ୍କୁ କିଛି ପିଲା ବାରମ୍ବାର ରା-ଗିଙ୍ଗ କରୁଥିଲେ ।

ଏନେଇ ରୋଜାଲିନ ପରିବାରରେ ମାମୁଁଙ୍କୁ ଜଣାଇ ଥିଲେ । କହିଥିଲେ କି ମୋ କଲେଜର କିଛି ପିଲା କହୁଛନ୍ତି ମତେ ଏ କଲେଜରେ ପାଠ ପଢାଇ ଦେବେନି । ସେପଟେ ରୋଜାଲିନଙ୍କୁ ସେହି ସମୟରେ ତାଙ୍କ ମାମୁଁ ବୁଝାଇ କହିଥିଲେ କି ତୁ ବ୍ୟସ୍ତ ହନି ମୁଁ ଆଉ ତୋ ବାପା ଦୁହେଁ ମିଶି ତୋ କଲେଜକୁ ଯିବୁ ଆଉ ସେଠାରେ ଯାଇ ପଚାରି ବୁଝିବୁ ସେ କାହିଁକି ଏପରି ତୋ ସହ କରୁଛନ୍ତି । ତୋ ପ୍ରିନ୍ସପାଲ ସାରଙ୍କୁ ମଧ୍ୟ ଏ ବିଷୟରେ ବୁଝାଇ କହିବୁ ।

ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ । ଏହା ପୂର୍ବରୁ ମଧ୍ୟ ସେ ଅନେକ କ୍ୟାମ୍ପସ ପାଇ ସାରିଥିଲେ । ହେଲେ ହଟାତ କାହିଁକି ଜୀବନ ହାରିଦେଲେ ତାହା କେହି ହେଲେ ମଧ୍ୟ ବୁଝି ପାରୁ ନାହାଁନ୍ତି । କାହିଁକି ରୋଜାଲିନ ଜୀବନ ହାରିଲେ ଯାହାକୁ ନେଇ ପରିବାର ଲୋକେ ଏବେ ଏମିତି କିଛି ପ୍ରଶ୍ନ କରୁଛନ୍ତି । ଯାଜପୁରର ବିରଜା ହଷ୍ଟେଲରେ ଛାତ୍ରୀ ନିଜ ଜୀବନ ହାରି ଦେଇଥିବା ଅଭି-ଯୋଗ ହୋଇଛି । ଏହି ଘ-ଟଣା ସାରା ଅଞ୍ଚଳରେ ଚର୍ଚ୍ଚା ଖେଳାଇ ଦେଇଥିବା ବେଳେ ଝିଅର ମୃ-ତ୍ୟୁ ପରେ ପରିବାର ଲୋକେ ଏନେଇ ଚିନ୍ତାରେ ଭା-ଙ୍ଗି ପଡିଛନ୍ତି ।

କାରଣ ପରିବାରରେ ଝିଅ ଖୁବ ଗେଲ୍ହା ଥିବା ବେଳେ ବାପା ମାଆଙ୍କର ଜୀବନ ଥିଲା । ଶାନ୍ତ ଶିଷ୍ଟ ଆଉ ଭଲ ପାଠ ପଢ଼ୁଥିବା ଯୋଗୁ ସମସ୍ତେ ଝିଅକୁ ବେଶ ଭଲ ପାଉଥିଲେ । ଆଉ ଯେତେବେଳେ ପରିବାର ଲୋକେ ଝିଅର ମୃ-ତ୍ୟୁ ଖବର ପାଇଥିଲେ ସେତେବେଳେ ତାହାକୁ ସହଜରେ ଗ୍ରହଣ କରି ପାରି ନଥିଲେ । ଆଉ ଝିଅକୁ ନ୍ୟା-ୟ ଦେବା ପାଈଁ ବର୍ତ୍ତମାନ ପରିବାର ଲୋକେ ଦାବି କରୁଥିବା ବେଳେ ଦେଖିବାକୁ ବାକି ରହିଲା ରୋଜାଲିନଙ୍କୁ କେଉଁ ପ୍ରକାର ନ୍ୟା-ୟ ମିଳୁଛି ।

Leave a Reply

Your email address will not be published. Required fields are marked *