୨୦୨୪ ରେ ଆସୁଛି ବଡ଼ ସଙ୍କଟ । ମାଳିକା ଦେଉଛି ବଡ଼ ଭବିଷ୍ୟବାଣୀ , ଘଟିବ ଭୟଙ୍କର ଘଟଣା ।

ବର୍ତ୍ତମାନ ସମୟରେ ବି ଲୋକେ ମାଳିକା ବଚନକୁ ବିଶ୍ୱାସ କରନ୍ତି କାରଣ ଅନେକ ସମୟରେ ଏହା ଦେଖିବାକୁ ମିଳିଛି ଯେ ମାଳିକାରେ ଶହ ଶହ ବର୍ଷ ପୂର୍ବରୁ ଲେଖା ଯାଇଥିବା ଅନେକ କଥା ସତ୍ୟ ପ୍ରମାଣିତ ହୋଇଛି । ଆଉ ଏହାକୁ ନେଇ ବର୍ତ୍ତମାନ ଆଉ ଏକ ଭବିଷ୍ୟବାଣୀ ଶୁଣିବାକୁ ମିଳିଛି ।

ଯାହାକୁ ନେଇ ଜଣେ ଭବିଷ୍ୟବାଣୀ କରିଛନ୍ତି ଯେ ଅନେକ ଦେଶରେ ସୁନାମି ଏବଂ ଭୂମିକମ୍ପ ଆସିବ । ରାତିର ମଧ୍ୟ ପ୍ରହରରେ ଡାକ ଦେବ ଭୈରବ । ସାତ ଦିନ ସାତ ରାତି ଅନ୍ଧାର ହୋଇଯିବ । ଆଜ୍ଞା ହଁ ! ନୂଆବର୍ଷ ୨୦୨୪ ଆସିବାକୁ ନେଇ ଲୋକଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଖୁସି ରହିଛି । କିନ୍ତୁ ଏହାରି ମଧ୍ୟରେ ଏକ ବଡ଼ ଭବିଷ୍ୟବାଣୀ ଶୁଣିବାକୁ ମିଳିଛି ।

ଯେଉଁଥିରେ କୁହାଯାଇଛି ଯେ ୨୦୨୪ ରେ ସାରା ବିଶ୍ୱ ଉପରେ ବଡ଼ ବିପଦ ଆସିବାକୁ ଯାଉଛି ବୋଲି କୁହାଯାଇଛି । ଏହାବ୍ୟତୀତ ଏହା ମଧ୍ୟ କୁହାଯାଇଛି ଯେ ଦଶ ଦିନରେ ଚହଳ ପଡ଼ିବ ଏବଂ ବତାସ ମଧ୍ୟ ବୋହିବ । କେବଳ ଓଡ଼ିଶା ତାହା ନୁହେଁ ସାରା ପୃଥିବୀରେ ଜଳ ପ୍ରଳୟ ଆସିବ ବୋଲି ଭବିଷ୍ୟବାଣୀ ରହିଛି । ଶତାବ୍ଦୀର ଶେଷରେ ସବୁକିଛି ଜଳମଗ୍ନ ହୋଇଯିବା ନେଇ ମାଳିକା ସୂଚନା ଦେଇଛି । ଯାହାକି ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି । ଆହୁରି ଅନେକ ଭୟାବହତାକୁ ନେଇ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି । ମାଳିକାରେ ମହାପ୍ରଭୁ ଅଚ୍ୟୁତାନନ୍ଦ ଲେଖିଛନ୍ତି ଯେ ପୂର୍ବରୁ ସମୁଦ୍ର ମାଡ଼ି ଆସିବ ।

ବାଇଶି ପାହାଚରେ ମୀନ ଖେଳିବ ଏବଂ ରତ୍ନ ସିଂହାସନରେ ବରୁଣ ଦେବତା ଥିବେ କିନ୍ତୁ ମହାପ୍ରଭୁ ଜଗନ୍ନାଥ ନଥିବେ । ଆଉ ସେହି ସମୟରେ ସାରା ଓଡ଼ିଶା ଜଳମଗ୍ନ ହୋଇଯିବ । କିନ୍ତୁ ଏହାନୁହେଁ ଯେ ଏକାଥରେ ନୁହେଁ । ଆରମ୍ଭ , ମଧ୍ୟ ଏବଂ ପ୍ରାନ୍ତ ତିନି ଥରରେ ଓଡ଼ିଶାକୁ ସମୁଦ୍ର ନିଜ ଗର୍ଭରେ ନେଇଯିବ । ତେବେ ୨୦୨୪ ମସିହାରେ ବଡ଼ ଦେଉଳରୁ ଶେଷ ପଥର ଖସିବ । ଆଉ ଏଭଳି ବାତ୍ୟା ଆସିବ ଯେ ବଡ଼ ବଡ଼ ଅଟ୍ଟାଳିକା ମଧ୍ୟ ଭାଙ୍ଗିଯିବ ।

ମୀନ ଶନି ଯୋଗ ଏବଂ ସଂକ୍ରାନ୍ତି ପୂର୍ଣ୍ଣିମା ଗୋଟିଏ ଦିନରେ ପଡ଼ିବ ଯାହାକି ବଡ଼ ପ୍ରଲୟର ସଙ୍କେତ ଅଟେ । ଖାଲି ସେତିକି ନୁହେଁ ୨୦୨୪ ରେ ସଂକ୍ରାନ୍ତି ଏବଂ ପୂର୍ଣ୍ଣିମା ଗୁରୁବାର ଦିନ ପଡ଼ିବ । ୨୦୨୪ ରେ ସୁନାମି ଆସିଲେ ପୂର୍ବ ଉପକୂଳ ବୁଡ଼ିଯିବ । ଏହାସହିତ ମାଳିକାରେ କୁହାଯାଇଛି ଯେ ଭୁବନେଶ୍ୱରରେ ଭୈରବୀ ଡାକ ଦେବ , ଯାହାକି ଯାଜପୁର ଯାଏ ଶୁଣାଯିବ । ଆଉ ଏସବୁ ନୂତନ ବର୍ଷ ୨୦୨୪ ରେ ସତ ହେବାକୁ ଯାଉଛି ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *