ଭୁଲ୍ ମାଗିଲା ଗୁରୁ ପୃଷ୍ଟି । କହିଲେ ରାଣୀ ଦିଦି ତମେ ମୋ ବଡ଼ ଭଉଣୀ ମୁଁ ତୁମ ସାନ ଭାଇ । ମତେ କ୍ଷମା କରିଦିଅ… ।

ବନ୍ଧୁଗଣ ଯେତେବେଳେ କୌଣସି ଗରିବ ଲୋକ ଉପରେ ବିପଦ ପଡେ ସେତେବେଳେ ରାନୀ ପଣ୍ଡା ଯାଇ ପହଞ୍ଚି ଥାଆନ୍ତି । କିନ୍ତୁ ଲୋକମାନେ ରାଣୀ ପଣ୍ଡାକୁ ଆଜି ବି ବିବାଦୀୟ ଅଭିନେତ୍ରୀ ବୋଲି କୁହନ୍ତି । ବିବାଦରେ ରାଣୀ ପଣ୍ଡା ସବୁବେଳେ ଘେରୀ ରୁହନ୍ତି ବୋଲି ଲୋକେ ତାଙ୍କୁ ବିବାଦୀୟ ଅଭିନେତ୍ରୀ କୁହନ୍ତି । କିନ୍ତୁ ରାଣୀ ପଣ୍ଡା ଯେତେବେଳେ କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି ସେତେବେଳେ ଆଗ ଯାଇ ରାଣୀ ପଣ୍ଡା ପହଞ୍ଚଥାନ୍ତି । ରାଣୀ ପଣ୍ଡାଙ୍କୁ ସାରା ଓଡିଶା ପସନ୍ଦ କରେ । ଆପଣ ମାନେ ତୋ ଜାଣିଥିବେ କିଛିଦିନ ତଳେ ଯାତ୍ରାର ଗୋଟେ ବହୁତ ଖରାପ ସମୟ ଆସିଥିଲା । ଧଉଳି ଗଣନାଟ୍ୟର ଘଟଣା ସମସ୍ତେ ଜାଣିଥିବେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ଯାତ୍ରା କଳିରେ ଲାଗିଲା ପୂର୍ଣ୍ଣଛେଦ । ରାଣୀ ପଣ୍ଡା ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ନେଇ ସୋସିଆଲ ମିଡିଆରେ ରାଣୀ ପଣ୍ଡାଙ୍କୁ ଦୁର୍ବ୍ୟବହାର କରିଥିଲେ ବିଶ୍ବ ଦରବାରରେ ଅଭିନୟ କରୁଥିବା ହାସ୍ୟ ଅଭିନେତା ଗୁରୁ ପୃଷ୍ଟି । ଏବେ ସୋସିଆଲ ମିଡିଆରେ ଭିଡ଼ିଓ ଜାରି କରି ରାଣୀ ପଣ୍ଡାକୁ ଭୁଲ ମାଗିଲେ ଗୁରୁ ପୃଷ୍ଟି।

ତେବେ ବନ୍ଧୁଗଣ ଗୁରୁପୃଷ୍ଟିଙ୍କୁ କଷ୍ଟ ହେଇଥିଲା ବୋଲି ସୋସିଆଲ ମିଡିଆରେ ରାଣୀ ପଣ୍ଡାକୁ ଏପଟ ସେପଟ କଥା କହିଦେଇଥିଲେ । ଏକଥା ନିଜେ ଗୁରୁପୃଷ୍ଟି କହିଛନ୍ତି । ଏହାପରେ ବହୁତ୍ ଲୋକ ତାଙ୍କୁ ଟ୍ରୋଲ କରିଥିଲେ । ଏପରିକି ରାଣୀ ପଣ୍ଡା ନିଜେ ମଧ୍ୟ ଏକ ଭିଡ଼ିଓ ଜାରି କରି ଗୁରୁ ପୃଷ୍ଟିଙ୍କୁ ସୋଧିଥିଲେ ଆଉ ତାଙ୍କ ସହିତ ନ ଲାଗିବା ପାଇଁ କହିଥିଲେ । ଯିଏ ନିଜ ପାଟିରେ କହିଥିଲେ ରାଣୀ ପଣ୍ଡା ଆପଣ ଜାଣିଛନ୍ତି କାହା ସହିତ କଥା ହେଉଛ, ଆପଣ ଜାଣିଛନ୍ତି କି କାହା ସହିତ ଲାଗୁଛ । ଦୈତାରି ପଣ୍ଡା ଓ ବାପି ପଣ୍ଡା ଲେବଲ୍ ର ରାଣୀ ଚାହିଁଲେ କେବେ ପହଞ୍ଚି ପାରିବେନି ଆଜି ସେହି ସେଇ ଗୁରୁପୃଷ୍ଟୀ ଆଜି କହୁଛନ୍ତି ରାଣୀ ଅପା ମୋର ଭୁଲ ହେଇଯାଇଛି ।

ହାସ୍ୟ ଅଭିନେତା ଗୁରୁପୃଷ୍ଟି କହିଛନ୍ତି ଯେ, ରାଣୀ ଅପା ସୋସିଆଲ ମିଡିଆରେ ମୋ ଭିଡିଓ ମାଧ୍ୟମରେ ଆପଣ ଦୁଃଖ ପାଇଛନ୍ତି ସେଥିପାଇଁ ମତେ କ୍ଷମା କରିଦେବେ । ଆପଣଙ୍କୁ ମୋ କଥା ଯଦି କିଛି ଖରାପ ଲାଗିଛି ମୁଁ ଭୁଲ ମାଗୁଛି । ବଡ଼ ଭଉଣୀ ହିସାବରେ ତାଙ୍କୁ କ୍ଷମା କରିଦେବେ ବୋଲି ଗୁରୁ ପୃଷ୍ଟି କହିଛନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *