ସହିଦ ସ୍ୱାମୀ ସରୋଜଙ୍କ ପରେ ପରେ ଏବେ ସ୍ତ୍ରୀ ଲୋପାମୁଦ୍ରା ଦେବେ ସେନାରେ ଯୋଗଦାନ । ଆସିଲା ବଡ଼ ଖବର ।

ଗତ କିଛିଦିନ ତଳେ ଆସାମ ବନ୍ୟାରେ ଏକାଧିକ ଯବାନ ଯେଉଁମାନେ କି ଲୋକଙ୍କୁ ବନ୍ୟାପ୍ଲାବିତ ଅଞ୍ଚଳରେ ସୁର-କ୍ଷା ପାଇଁ ଯାଇଥିଲେ ସେମାନେ ନିଜେ ବନ୍ୟାରେ ଭାସି ଯାଇଥିଲେ । ଆଉ ତାହାରି ମଧ୍ୟରେ ଥିଲେ କେନ୍ଦ୍ରାପଡା ଜିଲ୍ଲାର ସରୋଜ । ସେହି ଦୁର୍ଘ-ଟଣାରେ ସରୋଜ ସହିଦ ମଧ୍ୟ ହୋଇଗଲେ ।

ସରୋଜ ଯିବା ପରେ ପରିବାରରେ ବୁଝାସୁଝା ପାଇଁ ଆଉ କେହି ରୋଜଗାର କ୍ଷମ ନାହାଁନ୍ତି । ଘରର ମେ-ରୁଦ-ଣ୍ଡ ଯେମିତି ଭାଙ୍ଗି ପଡ଼ିଛି । ଆଉ ଘରେ ପୁଅକୁ ହରାଇ ସର୍ବଶାନ୍ତ ହୋଇ ପଡ଼ିଛନ୍ତି ସମସ୍ତେ । କହିରଖିବୁ ଯେ ସରୋଜଙ୍କ ଏକାଦଶାହ ଦିନ ସହିତ କିଛି ନୂଆ କଥା ଶୁଣିବାକୁ ମିଳିଛି ।

ଅର୍ଥାତ ଏହା ଶୁଣିବାକୁ ମିଳୁଛି ଯେ ସରୋଜଙ୍କ ସ୍ତ୍ରୀ ଲୋପାମୁଦ୍ରା ସେନାରେ ଯୋଗ ଦେବେ । ବିବାହ ପରେ ସ୍ୱାମୀ ଯେଉଁ ସ୍ୱପ୍ନ ଏବଂ ମୋଟିଭେସନ ଦେଉଥିଲେ ତାହାକୁ ଲୋପାମୁଦ୍ରା ବାସ୍ତବ କରିବାକୁ ଚାହାଁନ୍ତି । ଆଉ ଏପରି କଲେ ସେ ନିଜ ସ୍ୱାମୀଙ୍କ ସ୍ୱପ୍ନ ସହିତ ନିଜ ଅଞ୍ଚଳର ଆଉ ଏକ ଗୌରବ ହେବେ ।

ସହିଦ ସରୋଜ ନିଜେ କିଭଳି ନିଜ ପତ୍ନୀଙ୍କୁ କହୁଥିଲେ ସେ ଜଣେ ଯବାନଙ୍କ ସ୍ତ୍ରୀ ଏବଂ ସେ ନିଜକୁ ଗର୍ବିତ ଅନୁଭବ କରିବା କଥା । ତାସହିତ ତାଙ୍କୁ ଅନ୍ୟ ଲୋକେ ମଧ୍ୟ ବେଶ ସମ୍ମାନ ଦେବେ । ତେବେ ସରୋଜଙ୍କ ଘରକୁ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା କେନ୍ଦୁଢ଼ିପ ଗାଁର ଶହୀଦ ସରୋଜଙ୍କ ଘରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇବା ସହିତ ଶ୍ରଦ୍ଧା-ଞ୍ଜଳି ଜ୍ଞାପନ କରିଥିଲେ ।

ଖାଲି ସେତିକି ନୁହେଁ , ସେ ସହିଦଙ୍କ ସ୍ତ୍ରୀ ଲୋପମୁଦ୍ରାଙ୍କୁ ସରକାରୀ ଚାକିରୀ ଦେବାକୁ ମଧ୍ୟ ପ୍ରତି-ଶୃତି ଦେଇଛନ୍ତି । ହୁଏତ ଲୋପାମୁଦ୍ରା ମଧ୍ୟ ନିଜ ସ୍ୱାମୀଙ୍କ ସ୍ୱପ୍ନ ପୂରଣ ପାଇଁ ସେନାରେ ଯୋଗ ଦେଇ ପାରନ୍ତି । ଆଉ ଯଦି ସେ ଏପରି କରନ୍ତି ତେବେ ତାଙ୍କ ଶାଶୁ ଶ୍ୱଶୁର ଆହୁରି ଗର୍ବିତ ହେବେ । ତେବେ ଯଦି ସହିଦଙ୍କ ସ୍ତ୍ରୀ ଏଭଳି ଭାବରେ ସେନାରେ ଯୋଗ ଦିଅନ୍ତି ତେବେ ସେ ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିବେ । ଏହାବ୍ୟତୀତ ତାଙ୍କ ପରିବାର ମଧ୍ୟ ବେଶ ଗର୍ବିତ ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *