ବାପାଙ୍କ ମୃ-ତ୍ୟୁ ଖବର ଶୁଣି କାନ୍ଦି କାନ୍ଦି ସ୍ପେନରୁ ଓଡ଼ିଶା ଫେରିଲେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଝିଅ ଦୀପାଳି

ବାପାମାଆଙ୍କ ଠାରୁ ପିଲାମାନେ ଯେତେ ଦୂରରେ ରହିଲେବି ସେମାନେ ସବୁବେଳେ ବାପାମାଆଙ୍କ କଥା ମନେ ପକାନ୍ତି। ଝିଅ ବାହା ହେଇ ଶାଶୂ ଘରକୁ ଯାଉ କିମ୍ଵା ପଢ଼ିବା ପାଇଁ ବିଦେଶକୁ ଯାଉ ସେ ତା ବାପାମାଆଙ୍କୁ କେବେବି ଭୁଲେନି। ସେ କେବଳ ଗୋଟେ ଛୁଟିର ଅପେକ୍ଷା କରିଥାଏ। କେତେବେଳେ ତାକୁ ଟିକେ ଫ୍ରି ମିଳିବ ଆଉ ସେ ଘରକୁ ଯାଇ ତା ବାପାମାଆଙ୍କୁ ଟିକେ ଦେଖି ଆସିବ। କିନ୍ତୁ ବେଳେବେଳେ ଭାଗ୍ୟର ବିଡମ୍ବନାରେ ମଣିଷ ଏମିତି ଛନ୍ଧି ହେଇଯାଏ ସେ ବଞ୍ଚିଥିବା ବେଳେ ନିଜ ବାପାମାଆଙ୍କୁ ଟିକେ ଦେଖି ପାରେନି। ହଁ ଆଜ୍ଞା ଆମ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ପରେ ତାଙ୍କ ଝିଅ ତାଙ୍କ ଶବ ଆଗରେ ବସି ଭୋ ଭୋ ହେଇ କାନ୍ଦୁଛନ୍ତି।

ଗତ ରବିବାର ଦିନ ଝାରସୁଗୁଡାର ବ୍ରଜରାଜନଗରରେ ଏଏସଆଇ ଗୋପାଳ କୃଷ୍ଣ ଦାସ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁ-ଳି କରିଦେଲେ। ତାପରେ ରକ୍ତତ ଅବସ୍ଥାରେ ତାଙ୍କୁ ଅପୋଲ ହସ୍ପିଟାଲ ନିଆଗଲା କିନ୍ତୁ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କଲେ। ପିତା ନବ ଦାସଙ୍କ ଏମିତି ଅବସ୍ଥା ବେଳକୁ ତାଙ୍କ ଝିଅ ଦୀପାଳି ସ୍ପେନ୍ ରେ ରହି ପାଠ ପଢୁଥିଲେ। ଝିଅକୁ ଉଚ୍ଚ ସ୍ତରୀୟ ପାଠ ପଢ଼େଇବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ତାଙ୍କ ଝିଅକୁ ସ୍ପେନ୍ କୁ ପଠାଇ ଦେଇଥିଲେ।

ସ୍ପେନର କୌଣସି ଏକ ବିଶ୍ଵବିଦ୍ୟାଳୟରେ ଦୀପାଳି ପାଠ ପଢୁଥିଲେ ହଠାତ୍ ସେ ଯେତେବେଳେ ବାପାଙ୍କ ମୃ-ତ୍ୟୁ ଖବର ଶୁଣିଲେ ସେ ପୁରା ଭା-ଙ୍ଗି ପଡିଲେ। ଦୀପାଳି ସ୍ପେନରୁ କାନ୍ଦି କାନ୍ଦି ଓଡ଼ିଶା ପହଞ୍ଚିଲେ। ଓଡ଼ିଶା ପହଞ୍ଚି ଦୀପାଳି ବାପାଙ୍କ ଶ-ବ ପାଖରେ ବସି ବହୁତ୍ କ-ନ୍ଦିଲେ। କାରଣ ସେ ଜାଣିଥିଲେ ତାଙ୍କ ବାପା ଆଉ କେବେ ତାଙ୍କ ପାଖକୁ ଫେରିବେନି।

ଝିଅ ଦୀପାଳିଙ୍କୁ ରାଜନୀତି ଭିତରକୁ ଆଣିବା ପାଇଁ ନବ ଦାସ ସବୁକିଛି ଠିକ୍ କରିଦେଇଥିଲେ। ସେ କେବଳ ଅପେକ୍ଷା କରିଥିଲେ କେବେ ଝିଅର ପାଠ ପଢ଼ା ସରିବ। ଝାରସୁଗୁଡା ବ୍ରଜରାଜନଗର ଉପନିର୍ବାଚନରେ ଦୀପାଳିଙ୍କୁ ଟିକେଟ ମିଳିବାର ଥିଲା କିନ୍ତୁ ଅଳକା ମହାନ୍ତିଙ୍କୁ ଟିକେଟ ଦିଆ ଯାଇଥିଲା। ଅଳକା ନିର୍ବାଚନରେ ଜିତିଲେ। ତାପରେ ମଧ୍ୟ ଦୀପାଳି ଅନେକ କାମ କରିଛନ୍ତି। କିନ୍ତୁ ଏବେ ରାଜନୀତିରେ ପାଦ ଥାପିବା ଆଗରୁ ତାଙ୍କ ମୁଣ୍ଡ ଉପରୁ ତାଙ୍କ ବାପାଙ୍କ ହାତ ଉଠିଗଲା। ନବ ଦାସଙ୍କ ମୃ-ତ୍ୟୁ ପରେ ଏବେ ସାଧାରଣ ଲୋକ ନିଜକୁ ନିଜ ଘରେ ମଧ୍ୟ ସୁର-କ୍ଷିତ ମନେ କରୁ ନାହାନ୍ତି।

Leave a Reply

Your email address will not be published. Required fields are marked *