ବଞ୍ଚିଥିବା ବେଳେ ପ୍ରେମୀଯୁଗଳଙ୍କ ବିବାହ ପାଇଁ ରାଜି ହେଲେନି ପରିବାର.. ମୃ-ତ୍ୟୁର ୬ ମାସ ପରେ କରାଇଲେ ବାହାଘର

ବେଳେବେଳେ ମଣିଷ ବଞ୍ଚି ଥିଲା ବେଳେ ଯାହା ଚାହେଁ ତାକୁ ଘରଲୋକ ବୁଝି ପରନ୍ତିନି। ଆଉ ଯେତେବେଳେ ଘରଲୋକ ବୁଝନ୍ତି ସେତେବେଳକୁ ବହୁତ୍ ଡେରି ହେଇ ଯାଇଥାଏ। ଆପଣ ମାନେ ଶୁଣିଥିବେ ଯଦି ବାହା ଘରରେ ଘର ଲୋକ ରାଜି ନ ହୁଅନ୍ତି ତେବେ ପ୍ରେମିକ ପ୍ରେମିକା ଘର ଛାଡ଼ି ପଳାନ୍ତି ଆଉ କେତେ ଜଣ ଥାଆନ୍ତି ଯେଉଁ ମାନେ ନିଜ ଭାଗ୍ୟକୁ ମାନି ଆଉ କାହାକୁ ବାହା ହେଇ ଯାଆନ୍ତି କିନ୍ତୁ ଆଉ କେତେଜଣ ନିଜ ଜୀବନ ହାରି ଦିଅନ୍ତି ହଁ ଆଜ୍ଞା ଗୁଜୁରାଟରେ ଏମିତି ଏକ ଅଭା-ବନୀୟ ଘଟ-ଣା ଦେଖିବାକୁ ମିଳିଛି।

ଗୁଜୁରାଟ ତାପି ଅଞ୍ଚଳର ଗଣେଶ ଏବଂ ରଞ୍ଜନା ପରଷ୍ପରକୁ ବହୁତ୍ ବର୍ଷ ଧରି ଭଲ ପାଉଥିଲେ। କିଛି ବର୍ଷ ବିତିଗଲା ପରେ ଦୁହେଁ ବାହା ହେବା ପାଇଁ ନିଷ୍ପତ୍ତି ନେଇ ଭଲ ପାଇବା ବିଷୟରେ ଘର ଲୋକଙ୍କୁ ଜଣାଇଲେ। କିନ୍ତୁ ଘର ଲୋକ ବାହା ଘର ପାଇଁ ରାଜି ହେଇ ନଥିଲେ। ଘର ଲୋକ ରଞ୍ଜନାଙ୍କ ବାହା ଘର ଆଉ ଜଣେ ପୁଅ ସହ କରିଦେବେ ବୋଲି କହିଲେ ଗଣେଶ ଏବଂ ରଞ୍ଜନା ଜାଣି ଥିଲେ ସେ ଦୁହେଁ ଦୁହିଁଙ୍କୁ ଛାଡ଼ି ବଞ୍ଚି ପାରିବେନି ସେଥିପାଇଁ ୨୦୨୨ ଅଗଷ୍ଟ ମାସରେ ଦୁହେଁ ଆ-ତ୍ମହ-ତ୍ୟା କରିଦେଲେ।

ଗଣେଶ ଏବଂ ରଞ୍ଜନା ମ-ରିବାର କିଛି ମାସ ବିତି ଗଲା ପରେ ଦୁଇ ଜଣକ ଘର ଲୋକ ଅନୁଭବ କଲେ ଯେ ସେମାନେ ଦୁହିଁ ଙ୍କୁ ଅଲଗା କରି ଠିକ୍ କରି ନାହାଁନ୍ତି ସେଥିପାଇଁ ସେମାନେ ଗଣେଶ ଏବଂ ରଞ୍ଜନାଙ୍କ ପ୍ରତିମୂର୍ତ୍ତି ତିଆରି କରି ସାମାଜିକ ରୀତିନୀତି ଅନୁସାରେ ବ୍ରହ୍ମଣଙ୍କୁ ଡାକି ବାହା ଘର କଲେ। ଏଇ ବାହା ଘରେ ଝିଅଙ୍କ ଜେଜେବାପା ଭୀମ ସିଂ ବହୁତ୍ ଖୁସିଥିଲି। ଗଣେଶ ତାଙ୍କ ଦୂର ସମ୍ପର୍କୀୟ ବନ୍ଧୁ ଥିବାରୁ ସେ ବାହା ଘର ପାଇଁ ରାଜି ହେଇ ନଥିଲେ ବୋଲି ଭୀମ ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *