ଯାତ୍ରା ଛାଡ଼ୁଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା ! ସୋସିଆଲ ମିଡିଆରେ ପୋଷ୍ଟ କରିବାରୁ ଫ୍ୟାନ ମାନେ ଆଶ୍ଚର୍ଯ୍ୟ

ସଦାବେଳେ ବିବାଦରେ ରହୁଥିବା ଅଭିନେତ୍ରୀ ହେଉଛନ୍ତି ରାଣୀ ପଣ୍ଡା । ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ସମସ୍ତେ ତାଙ୍କୁ ବିବାଦୀୟ ଅଭିନେତ୍ରୀ ଭାବରେ ଜାଣିଛନ୍ତି । ସମସ୍ତେ ତାଙ୍କୁ ନେଇ ଅନେକ ଆଲୋଚନା କରିବା ସହିତ ତାଙ୍କ ପୋଷାକ ଆଉ କଥାବାର୍ତ୍ତାକୁ ନେଇ ମଧ୍ୟ ଚର୍ଚ୍ଚା କରିଥାନ୍ତି । ତେବେ ଏହାର ଉତ୍ତର ମଧ୍ୟ ରାଣୀ ପଣ୍ଡା ଦେଇଥାନ୍ତି ।

ତାଙ୍କ ଉପରକୁ ଆଙ୍ଗୁଳି ଉଠାଇଲେ ସେ କାହାକୁ ଛାଡନ୍ତି ନାହିଁ , ସାଙ୍ଗେ ସାଙ୍ଗେ ତାର ପ୍ରତିକ୍ରିୟା ଦେଇ ଦେଇଥାନ୍ତି । ତେଣୁ ଅଧିକାଂଶ ଲୋକ ତାଙ୍କ ଗୁଣକୁ ନା ପସନ୍ଦ କରୁଥିବା ବେଳେ ଅନେକ ଲୋକ ତାଙ୍କୁ ଅତ୍ୟନ୍ତ ଭଲ ମଧ୍ୟ ପାଇଥାନ୍ତି । ଅନେକ ସମସ୍ୟାରେ ସେ ଆଗକୁ ଆସିଥାନ୍ତି ଆଉ ଭଲ କାମ କରିଥାନ୍ତି ।

ସେ ଲୋକ ମାନଙ୍କୁ ସାହାଯ୍ୟ କରିବା ପାଇଁ ସାହାଯ୍ୟର ହାତ ବଢ଼ାଇ ଥାଆନ୍ତି । ଯେଉଁ ମାନଙ୍କର କିଛି ନା କିଛି ସାହାଯ୍ୟ ଦରକାର ଥାଏ , ସେ ସବୁକୁ ରାଣୀ ପଣ୍ଡା ପୂରଣ କରିଥାନ୍ତି । କିଛି ଦିନ ପୂର୍ବରୁ ରାଣୀ ପଣ୍ଡାଙ୍କ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଥିଲା , ସେହି ଯୁବକଙ୍କ ପୁଅ ଝିଅ ଏବଂ ପରିବାରକୁ ସାରା ଜୀବନ ପୋଷିବେ ବୋଲି ରାଣୀ ଶପଥ ନେଇ ଥିଲେ ।

ଆଉ ତାଙ୍କ କଥା ମଧ୍ୟ ପୂରଣ କରିଥିଲେ । ତେବେ ବର୍ତ୍ତମାନ ସମୟରେ ରାଣୀ ପଣ୍ଡାଙ୍କୁ ନେଇ ଏକ ଶକ୍ତ ଝଟକା ଦେବା ଭଳି ଖବର ସାମ୍ନାକୁ ଆସିଛି । ଯାହା ଲୋକ କହି ନାହାଁନ୍ତି , ଯାହାକୁ ନିଜେ ରାଣୀ ପଣ୍ଡା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ତେବେ ଏଭଳି ଖବର ଦେଖିବା ପରେ ରାଣୀ ପଣ୍ଡାଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ଦୁଃଖ ଖେଳି ଯାଇଛି । ଜଣେ ଭଲ ଅଭିନେତ୍ରୀ କିପରି ଏପରି ପଦକ୍ଷେପ ନେଇ ପାରିଲେ , ସେମାନେ ଆଲୋଚନ କରୁଛନ୍ତି ।

ସୂଚନା ଅନୁଯାୟୀ , ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ରାଣୀ ପଣ୍ଡା ଏକ ଫୋଟ ସେୟାର କରିଛନ୍ତି ଆଉ ଯେଉଁଥିରେ ସେ ଲେଖିଛନ୍ତି କି , ସେ ଯାତ୍ରା ସ୍ଵର୍ଣ୍ଣ ମହଲ ଛାଡି ଦେବେ ଆଉ ସେ ଅଭିନୟ କରିବେ ନାହିଁ । ସେ କିଛି ଦିନ ମଧ୍ୟରେ ଯାତ୍ରା ମାଲିକଙ୍କର ବାକି ରଖିଥିବା ୫ ଲକ୍ଷ ୫୦ ହଜାର ଟଙ୍କା ସୁଝି ଦେବେ । ଆଉ ତାପରେ ଯଥା ଶୀଘ୍ର ସେ ଯାତ୍ରାରୁ ସବୁ ଦିନ ପାଇଁ ବିଦାୟ ନେବେ ।

ତେବେ ଏପରି ପୋଷ୍ଟ ଦେଖିବା ପରେ ରାଣୀ ପଣ୍ଡାଙ୍କ ଫ୍ୟାନ ମାନେ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛନ୍ତି । ହଠାତ୍ ରାଣୀ ପଣ୍ଡାଙ୍କର ଏପରି ନିଷ୍ପତ୍ତି ସେମାନେ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଆଉ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବାରେ ଲାଗିଛନ୍ତି । ଜଣେ ବରିଷ୍ଠ ତଥା ଭଲ ଅଭିନେତ୍ରୀ ଏପରି କାହିଁକି ଯାତ୍ରା ଛାଡ଼ିବା ନିଷ୍ପତ୍ତି ନେଲେ ସେ କଥା କେହି ଜାଣି ପାରୁ ନାହାନ୍ତି ।

ଅନ୍ୟ ପକ୍ଷରେ ଲୋକ ମାନେ କହୁଛନ୍ତି , ଆଉ ଯାତ୍ରା ଦେଖିବାକୁ ଭଲ ଲାଗିବ ନାହିଁ , କାହିଁକି ନା ସେଥିରେ ଆଉ ରାଣୀ ପଣ୍ଡା ନଥିବେ । କି ସେ ଅଭିନୟର ଯାଦୁ ନଥିବ। ଯେଉଁ ଅଭିନୟ ଦେଖାଇ ସେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କର ମନ କିଣି ନେଉଥିଲେ , ସେ ଅଭିନୟ ଆଉ କେହି କରି ପାରିବେ ନାହିଁ ।

ତେବେ ବର୍ତ୍ତମାନ ଏ କଥା ରାଣୀ ପଣ୍ଡା କଣ ପାଇଁ ଭାବିଲେ ଆଉ ଏପରି କାହିଁକି କଲେ , ତାକୁ ନେଇ ଦର୍ଶକ ମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ସମସ୍ତେ ରାଣୀ ପଣ୍ଡାଙ୍କୁ ଅତ୍ୟନ୍ତ ମନେ ପକାଇବେ ତଥା ତାଙ୍କ ଅଭିନୟ ଆଉ ନାଚକୁ ମଧ୍ୟ ସେମାନେ ମନେ ପକାଇବେ ବୋଲି କହିଛନ୍ତି । ସୋସିଆଲ ମିଡିଆରେ ସେମାନେ ଅନେକ ମେସେଜ କରିବାରେ ଲାଗିଛନ୍ତି । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

Leave a Reply

Your email address will not be published. Required fields are marked *