ରାକ୍ଷୀ ସାୱନ୍ତ ତାଙ୍କ ସ୍ବାମୀଙ୍କର ବେଡ୍ରୁମର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ।

ଏହି କିଛି ଦିନ ତଳେ ମନୋରଞ୍ଜନ ରାଣୀ ରାକ୍ଷୀ ସାୱନ୍ତ ବେଶ ଚର୍ଚ୍ଚାରେ ରହିଛନ୍ତି । ଯାହାର କାରଣ ହେଉଛି ତାଙ୍କର ବିବାହ । ତେବେ ଏହା ସତ୍ୟ ଯେ ସେ ବିବାହ କରିଛନ୍ତି , ତାହା ପୁଣି ପ୍ରେମ ବିବାହ । ଯେଉଁ କାରଣରୁ ସେ ଗତ କିଛିଦିନ ହେବ ବେଶ ଚର୍ଚ୍ଚାରେ ରହି ଆସିଛନ୍ତି । ସ୍ୱାମୀ ଆଦିଲଙ୍କ ସହ ସେ ବର୍ତ୍ତମାନ ବେଶ ଖୁସିରେ ଅଛନ୍ତି । ଆଦିଲଙ୍କ ସହ ବିବାହ କରିବା ପରଠାରୁ ତାଙ୍କର ଭିଡ଼ିଓ ଏବଂ ଫୋଟ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁଥିରୁ ସେ ନିଜ ସ୍ୱାମୀଙ୍କ ସହିତ ବେଶ ଖୁସି ଥିବା ଜଣା ପଡ଼ିଛି ।

ଏହା ବ୍ୟତୀତ ଅନ୍ୟାନ୍ୟ ଅକେଜନର ଫୋଟ ଏବଂ ଭିଡ଼ିଓରେ ରାକ୍ଷୀ ଏବଂ ସ୍ୱାମୀ ଆଦିଲଙ୍କୁ ଏକା ସାଥିରେ ଦେଖିବାକୁ ମିଲିଛି । କିନ୍ତୁ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡ଼ିଓ ଭାଇରଲ ହେଉଛି ଯାହାକି ରାକ୍ଷୀ ଏବଂ ତାଙ୍କ ସ୍ୱାମୀ ଆଦିଲଙ୍କର ଅଟେ । ଯାହାକି ତାଙ୍କ ବେଡ଼ରୁମର ଭିଡ଼ିଓ ଅଟେ । ତାହାକୁ ନିଜେ ରାକ୍ଷୀ ସେୟାର କରିଛନ୍ତି । ଏହି ଭିଡ଼ିଓକୁ ରାକ୍ଷୀ ନିଜେ ପୋଷ୍ଟ କରିବା ପରେ ଗଣମାଧ୍ୟମରେ ସମାଲୋଚନାର ଶିକାର ହେଉଛନ୍ତି । ଲୋକେ ଏହାକୁ ନେଇ ନାନା ପ୍ରକାରର ମତ ଦେଉଛନ୍ତି ଏବଂ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ରାକ୍ଷୀ ସାୱନ୍ତଙ୍କର ନିଜ ସ୍ୱାମୀ ଆଦିଲଙ୍କ ସହିତ ବିବାହ ପରେ ଫୋଟ ଏବେ ଏବେ ଭାଇରଲ ହେଉଛି । ମାତ୍ର ବେଡ଼ ରୁମର ଭିଡ଼ିଓ ଭାଇରଲ ହେବାପରେ ଦୁହିଁଙ୍କୁ ସମାଲୋଚନା ତ କରାଯାଉଛି ତାହା ସହିତ ଏହା ମଧ୍ୟ କୁହାଯାଉଛି ଯେ ଦୁହେଁ କୁଆଡ଼େ ସାତ ମାସ ତଳେ ବିବାହ କରଥିଲେ ଏବଂ ବର୍ତ୍ତମାନ ସମୟରେ ହିଁ ସୋସିଆଲ ମିଡ଼ିଆକୁ ଆସିଛନ୍ତି ଅର୍ଥାତ ଲୋକ ଲୋଚନକୁ ଆସିଛନ୍ତି । ରାକ୍ଷୀଙ୍କ ଏହି ଭିଡ଼ିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ବିଭିନ୍ନ କମେଣ୍ଟ ଦେଉଛନ୍ତି । ଗତ କିଛି ଦିନ ତଳେ ହିଁ ରାକ୍ଷୀଙ୍କର କିଛି ଭିଡ଼ିଓ ଭାଇରଲ ହୋଇଥିଲା । ଯେଉଁଥିରୁ ତାଙ୍କ ବିବାହ ହେବା କଥା ଜଣା ହିଁ ପଡ଼ି ନଥିଲା ।

ମାତ୍ର ବର୍ତ୍ତମାନ ସମୟରେ ପ୍ରେମିକ ଆଦିଲଙ୍କ ସହିତ ତାଙ୍କର ବେଡ଼ରୁମ ଭିଡ଼ିଓ ସୋସିଆଲ ମିଡ଼ିଆ ୟୁଜରସ ମାନଙ୍କୁ ଦ୍ଵନ୍ଦରେ ପକାଇଛି । କାରଣ ରାକ୍ଷୀ କେତେବେଳେ ସୋସିଆଲ ମିଡିଆରେ କାନ୍ଦୁଛନ୍ତି ତ କେତେବେଳେ ହସୁଛନ୍ତି । ବର୍ତ୍ତମାନ ସମୟରେ ସ୍ୱାମୀ ଆଦିଲଙ୍କ ସହିତ ଭାଇରଲ ହୋଇଥିବା ଭିଡ଼ିଓରେ ସେ ବେଶ ଖୁସି ନଜର ଆସିଛନ୍ତ । ସେ ନିଜେ ହିଁ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏହା ସେୟାର କରିଥିବା ସୂଚନା ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ଭିଡ଼ିଓରେ ସେ ସ୍ୱାମୀ ଆଦିଲଙ୍କ ସହିତ କିଛି ଲିପ କିସ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ ଦେଖିବା ପରେ କିଛି ୟୁଜର୍ସ ନବ ବିବାହିତଙ୍କୁ କାହାର ନଜର ନଲାଗୁ ବୋଲି ଅଭିନନ୍ଦନ ଜଣାଇ କମେଣ୍ଟରେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *