ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର, ୩ଟି ପିଲାଙ୍କୁ ଅନାଥ ହେବାରୁ ବଂଚେଇଦେଲେ

ଆଜିକାଲି ଯୁବ ପିଢ଼ି ସମସ୍ତେ ନିଜ ସୁଖ ପାଇଁ ବ୍ୟସ୍ତ। ସେମାନେ ନିଜ ନିଜ ଜୀବନ ସାଥି ବାଛି ଖୁସିରେ ରହିବାକୁ ଚାହୁଁଛନ୍ତି। ଭାଇ ଭାଉଜଙ୍କ କଥା ଦୂରରେ ଥାଉ ସେମାନେ ନିଜ ବାପାମାଆଙ୍କୁ ମଧ୍ୟ ଚାହୁଁ ନାହାଁନ୍ତି। କିନ୍ତୁ ସମସ୍ତେ ଯେ ଗୋଟେ ପରି ଆମେ ସେମିତି କହି ପାରିବାନି। କେନ୍ଦ୍ରାପଡ଼ାର ଅନିଲ ଉଜୁଡ଼ି ଯାଇଥିବା ସଂସାର ପୁଣି ଗଢି ତୋଳିଛନ୍ତି। ଅନାଥ ହେଇ ଯାଇଥିବା ପିଲାଙ୍କୁ ବାପା ଡାକିବାକୁ ସୁଯୋଗ ଦେଇଛନ୍ତି।

କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କୁମ୍ଭାରଟଙ୍କା ଗାଆଁର ସୁନିଲ ସେଠି ନିଜ ଗାଆଁ ର କାଜୋଲ ସେଠୀଙ୍କୁ ଭଲ ପାଇ ବାହା ହେଇଥିଲେ। ବାହାଘର ବେଳେ କାଜୋଲଙ୍କୁ ମାତ୍ର ୧୮ ବର୍ଷ ହେଇଥିଲା। ବାହାଘର ୫-୬ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା ହସ ଖୁସିରେ ଦିନ କଟୁଥିଲା। ୟା ଭିତରେ ତାଙ୍କର ୩ ତି ପିଲା ମଧ୍ୟ ହୋଇ ସାରିଥିଲେ। କିନ୍ତୁ ସୁନିଲ କ୍ୟାନ୍ସର ରୋଗରେ ପୀ-ଡିତ ହେଇ ସମସ୍ତ ଙ୍କୁ ଛାଡ଼ି ଚାଲିଗଲେ।

ସୁନିଲଙ୍କ ଯିବା ପରେ ତିନି ପିଲା ଅନାଥ ହେଇଗଲେ। ସେତେବେଳକୁ ଘରର ବୋହୂକୁ ମାତ୍ର ୨୬ ବର୍ଷ। ସେଥିପାଇଁ ଶାଶୂ ଆଉଥରେ ବୋହୂର ବାହାଘର କଥା ଭାବିଲେ। କିନ୍ତୁ ଯଦି ବୋହୂ ଆଉ କାହା ଘରକୁ ବାହା ହେଇ ଯାଆନ୍ତି ଯେବେ ତାଙ୍କ ତିନି ପିଲାଙ୍କ ଅବସ୍ଥା କ’ଣ ହେବା ଭାବି ସେ ଅଟକି ଗଲେ। ତାପରେ ସେ ନିଜ ସାନ ପୁଅ ଅନିଲ ସେଠୀ ସହିତ ବଡ଼ ବୋହୁର ବାହାଘର କଥା ଭାବିଲେ।

ଅନିଲ ଭାଇର ବର୍ଷିକିୟା ପାଇଁ ଘରକୁ ଆସିଥିଲେ ସେତିକି ବେଳେ ଗାଆଁ ଲୋକ ଏବଂ ତାଙ୍କ ମାଆ ଭାଉଜଙ୍କୁ ବାହା ହେବାକଥା କହିଲେ। ଅନିଲ ନିଜ ଭାଉଜଙ୍କ ଅସହାୟ ମୁଁହ ଏବଂ ପୁତୁରା ଝିଆରିଙ୍କ ନିରୀହ ମୁଁହକୁ ଦେଖି ସେ ଆଉ ମନା ନ କରି ବାହା ହେବା ପାଇଁ ରାଜି ହୋଇଗଲେ। ଘର ଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ସହମତି ଏବଂ ଆଶ୍ରିବାଦ ରେ କୁମ୍ଭାରଟଙ୍କା ଜଗନ୍ନାଥ ମନ୍ଦିରରେ ଦିଅର ଏବଂ ଭାଉଜଙ୍କ ବାହା ଘର ହେଲା।

ଏଇ ବିବାହରେ ଅନିଲ ବହୁତ୍ ଖୁସି ଅଛନ୍ତି ବୋଲି ସେ କହିଛନ୍ତି। ସେ ନିଜ ପୁତୁରା ଝିଆରିଙ୍କୁ ସବୁବେଳେ ନିଜ ପିଲା ବୋଲି ପାଳିବେ। ତାଙ୍କ ଜୀବନରେ କେବେ ଦୁଃ-ଖ କଷ୍ଟ ଆସିବାକୁ ଦେବେନି ବୋଲି ମଧ୍ୟ କହିଛନ୍ତି। ତାଙ୍କ ପିଉଷା ଏବଂ ଗାଆଁ ଲୋକ ମଧ୍ୟ ବାହାଘର ବହୁତ୍ ଖୁସି ଅଛନ୍ତି ବୋଲି କହି ଅନିଲକୁ ଧନ୍ୟବାଦ୍ ଦେଇଛନ୍ତି।

Leave a Reply

Your email address will not be published. Required fields are marked *