ଅଭିନେତ୍ରୀ ବର୍ଷା ବୁଝି ପାରୁ ନାହାଁନ୍ତି ହିନ୍ଦୀ ଭାଷା ।

ଅନୁଭବ ବର୍ଷାଙ୍କ ପାରିବାରିକ ବି-ବାଦ କୋର୍ଟରେ ଥିବା ବେଳେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କ କେବେ ସମାଧାନ ହେବ ନା ଅନୁଭବ ବର୍ଷାଙ୍କ ସମ୍ପ-ର୍କରେ ପୂର୍ଣଛେଦ ପଡ଼ିବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ବଡ ଘ-ଟଣା କୋର୍ଟରେ ବର୍ଷା ମାନେ ଅନୁଭବ ମହାନ୍ତିଙ୍କ ପତ୍ନୀ ବୁଝି ପାରୁ ନାହାଁନ୍ତି ହିନ୍ଦୀ ଭାଷା । କାରଣ ବର୍ଷାଙ୍କ ଓକିଲ ଓଡ଼ିଆ ହୋଇଥିବା ବେଳେ ଅନୁଭବ ମହାନ୍ତିଙ୍କ ଓକିଲ ହିନ୍ଦୀ ।

ତେଣୁ ଅନୁଭବ ମହାନ୍ତିଙ୍କ ଓକିଲଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ସମୟ ଲାଗୁଛି । ତେଣୁ ଏହା ଏବେ ଅଭିନେତ୍ରୀ ବର୍ଷାଙ୍କ ପାଇଁ ପାଲଟିଛି ବଡ ସମସ୍ୟା । ତେବେ ଅନୁଭବ ମହାନ୍ତିଙ୍କ ଓକିଲଙ୍କ କହିବା କଥା ବର୍ଷା ପ୍ରିୟଦର୍ଶିନୀ ହିନ୍ଦୀ ଭଲ ଭାବେ ବୁଝି ପାରୁ ନାହାଁନ୍ତି ତେଣୁ ବର୍ଷା ହିନ୍ଦୀ ବୁଝି ଅନୁଭବ ମହାନ୍ତିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ତାଙ୍କୁ ସମୟ ଲାଗୁଛି ଯେଉଁଥି ପାଇଁ ବହୁତ୍ ବିଳମ୍ବ ହେଉଥିବା କୁହାଯାଉଛି ।

ତେବେ ଯେତେବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବ ମହାନ୍ତିଙ୍କ ଓକିଲ ପ୍ରଶ୍ନ କରୁଛନ୍ତି ସେତେବେଳେ ବର୍ଷା ହିନ୍ଦୀ ନ ବୁଝି ପାରିବାରୁ ଅନୁଭବ ମହାନ୍ତିଙ୍କ ଓକିଲଙ୍କ ପ୍ରଶ୍ନକୁ ଓଡ଼ିଆରେ ଅନୁବାଦ କରାଯାଇ ବୁଝାଇଲା ପରେ ବର୍ଷା ଅନୁଭବ ମହାନ୍ତିଙ୍କ ଓକିଲଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ଯାହାକୁ ନେଇ ବହୁତ୍ ସମୟ ଲାଗୁଥିବା କୁହାଯାଉଛି । ତେବେ ବର୍ଷାଙ୍କ ଜଣେ ଓଡ଼ିଆ ଅନୁବାଦକ ରହିଛନ୍ତି ଜିଏକି କେବଳ ଅନୁଭବ ମହାନ୍ତିଙ୍କ ଓକିଲଙ୍କ ପ୍ରଶ୍ନକୁ ଅନୁବାଦ କରି ବର୍ଷାଙ୍କୁ ଓଡ଼ିଆରେ ବୁଝାଉଛନ୍ତି ଏହା ପରେ ବର୍ଷା ସେହି ପ୍ରଶ୍ନର ଉତ୍ତର ରଖୁଛନ୍ତି ।

ତେଣୁ ସବୁ ସମୟ ଏହି ବାଟେ ଚାଲି ଯାଇଥିବାରୁ ଅନୁଭବ ମହାନ୍ତିଙ୍କ ଓକିଲ କହିଛନ୍ତି ଏଥି ପାଇଁ ତାଙ୍କୁ ଅଧିକ ସମୟ ମିଳିବା ଉଚିତ୍ ଯାହା ଫଳରେ ଅଭିନେତ୍ରୀ ବର୍ଷାଙ୍କୁ ସେ କ୍ରସ ପ୍ରଶ୍ନ କରି ପାରିବେ । ଅନୁଭବ ମହାନ୍ତିଙ୍କ ଓକିଲଙ୍କ ଏଭଳି କହିବା ପରେ ଅନୁଭବ ମହାନ୍ତିଙ୍କ ପ୍ରଶଂସକ ମାନେ କହୁଛନ୍ତି ବର୍ଷା ସତରେ ହିନ୍ଦୀ ବୁଝି ପାରୁ ନାହାଁନ୍ତି ନା ଜାଣି ଜାଣି ଅଭିନୟ କରୁଛନ୍ତି ।

ସେପଟେ ଅନୁଭବ ମହାନ୍ତିଙ୍କ ଓକିଲଙ୍କ କହିବା କଥା କୋର୍ଟ ଯାହା ନି-ର୍ଦ୍ଦେଶ ଦେଇଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ହେଉଛି । ଆଉ ଏପଟେ ବର୍ଷା ପ୍ରିୟଦର୍ଶିନୀଙ୍କ ଓକିଲଙ୍କ କହିବା କଥା ବର୍ଷା ପ୍ରିୟଦର୍ଶିନୀ କୋର୍ଟଙ୍କୁ ଜେରା ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି । ଅନୁଭବଙ୍କ ଓକିଲ ଯେଉଁ ସବୁ ପ୍ରଶ୍ନ କରିଛନ୍ତି ସେ ସବୁ ପ୍ରଶ୍ନର ଉତ୍ତର ବର୍ଷା ଠିକ୍ ଠିକ୍ ଦେଇଛନ୍ତି । ତେବେ ଆଜି ଉଭୟ କୋର୍ଟରେ ହାଜର ହେବାକୁ ଥିବା ବେଳେ ସାରା ଓଡ଼ିଶା ବାସୀଙ୍କ ନଜର ରହିଛି ବର୍ଷା ଅନୁଭବଙ୍କ କେ-ସ ଉପରେ ।

କଣ ହେବ ବର୍ଷା ଅନୁଭବଙ୍କ କେ-ସ । କେଉଁ ମୋଡ ନେବ ବର୍ଷା ଅନୁଭବ ମହାନ୍ତିଙ୍କ ଘ-ଟଣା । ପ୍ରଶଂସକ ମାନେ ଏବେ ବି ମଧ୍ୟ ଚାହାଁନ୍ତି କି ବର୍ଷା ଅନୁଭବ ମହାନ୍ତିଙ୍କ ମଧ୍ୟରେ ଯେଉଁ ସବୁ ସମସ୍ୟା ଚାଲିଛି ତାହାର ସମାଧାନ ହେଇ ଯାଉ । ହେଲେ ବାସ୍ତବରେ ଘ-ଟଣା କେଉଁ ମୋଡ ନେବ ତାହା ସମୟ କହିବ ।

ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବାକୁ ଚାହିଁବୁ କି ବର୍ଷା ଅନୁଭବ ମହାନ୍ତିଙ୍କ ବି-ବାଦ 2020 ମସିହାରୁ ସୃଷ୍ଟି ହୋଇଛି । ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ଦୁହିଁଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ବର୍ଷ ଦୁହିଁଙ୍କ ଭିତରେ ଢେର୍ ସାରା ଭଲ ପାଇବା ଥିଲା । ହେଲେ ପରେ ଏଥିରେ ଦେଖା ଦେଇଥିଲା ତି-କ୍ତତା । ଆଉ ଯାହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରିଥିଲା ଆଉ ଶେଷରେ ଅନୁଭବ ମହାନ୍ତି ବର୍ଷା ଙ୍କ ପାଖରୁ ଛା-ଡ଼ପ-ତ୍ର ଚାହିଁଥିଲେ । ତେବେ ବର୍ତ୍ତମାନ ତାରିଖ ପରେ ଯେବେ ତାରିଖ ଆସୁଛି କୋର୍ଟରେ ଆଜିବି ବର୍ଷା ଅନୁଭବଙ୍କ ପ୍ରଶଂସକ ମାନେ ଅପେକ୍ଷା କରୁଛନ୍ତି କି କେବେ ହେବ ଏହାର ସମାଧାନ ।

Leave a Reply

Your email address will not be published. Required fields are marked *