ଗାଈ ଚରାଳି ଝିଅ ବନି ଗଲେ IAS ।

କୁହାଯାଏ କେତେବେଳେ କାହା ଭାଗ୍ୟରେ କଣ ଘଟିବ ତାହା କେହି ଜାଣି ପାରିବେ ନାହିଁ । ହଁ ଆଜ୍ଞା ଆଜି ଯିଏ ଗରିବ କାଲି ସେ ଧନୀ ତ କାଲି ଯିଏ ଗରିବ ଆଜି ସେ ଧନୀ । ତ ବନ୍ଧୁଗଣ ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଘଟଣା କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ମଧ୍ୟ ଚକିତ ହୋଇଯିବେ । ଆପଣ ମାନେ ଅନେକ ସମୟରେ ଶୁଣିଥିବେ ଦୃଢ଼ ଇଚ୍ଛା ଶକ୍ତି କଠିନ ପରିଶ୍ରମ ଆଗରେ ହାର ମାନେ ସବୁ କିଛି ବାଧା ବିଘ୍ନ । ଆଉ କେବେ କେବେ ମଣିଷ ସାଥିରେ କଣ ଘଟେ ତାହା କଳ୍ପନା କରିବା ମଧ୍ୟ ଅସମ୍ଭବ ।

ଯେବେ ଭାଗ୍ୟ ଆକାଶରେ ଭଗବାନଙ୍କ ଆଶ୍ରିବାଦ ଥାଏ ସେତେବଳେ ଭାଗ୍ୟ ମାତ୍ର କେଇ ମିନିଟ ଆଉ କିଛି ସେକେଣ୍ଡରେ ବି ବଦଳି ଯାଏ । ତେବେ ବନ୍ଧୁଗଣ ଜଣେ ଗାଇ ଚରାଲି ଝିଅ ହୋଇଯାଇଛନ୍ତି IAS ଅଫିସର । କେବଳ ସେ ଜଣେ ଗାଇ ଚରାଲିଙ୍କ ଝିଅ ନଥିଲେ ବରଂ ନିଜେ ମଧ୍ୟ ଗାଇ ଚରାଉ ଥିଲେ । ବଣ ଜଙ୍ଗଲ ପାହାଡ ପଡିଆ ଭିତରେ ଗାଈ ଚରାଉ ଚରାଉ କିଏ ଜାଣିଥିଲା ତାଙ୍କ ଭାଗ୍ୟ ବି ହଟାତ୍ ଏଭଳି ପରିବର୍ତ୍ତନ ହୋଇଯିବ ବୋଲି ।

ପିଲା ଦିନୁ ନିଜେ ଗାଇ ଚରାଉ ଥିଲେ ଆଉ ପରିବାର ପାଇଁ ମଧ୍ୟ ନିଜେ ସାଜିଥିଲେ ବୋଝ । ହେଲେ ଝିଅ କିନ୍ତୁ ବଦଳାଇ ଦେଇଛି ନିଜ ଜୀବନ ସହିତ ପରିବାର ଲୋକଙ୍କ ଜୀବନ । ତାମିନାଡ଼ୁର ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ ଶ୍ରୀ ଭନ ମାଠି । ପରିବାରର ଆର୍ଥିକ ଅଭାବ ପାଇଁ ପରିବାରର ସମସ୍ତେ ଗାଇ ଓ ମଇଁଷି ଚରାଇ ପରିବାର ପ୍ରତିପୋଷଣ କରୁଥିଲେ । ଆଉ ଆଜି ଯିଏ ଆଇଏସ ଅଫିସର ହୋଇ ଯାଇଛନ୍ତି ସେ ବି ସେ କାମରୁ ବାଦ୍ ପଡ଼ି ନଥିଲେ । ସେ ମଧ୍ୟ ଗାଇ ଚରାଇ ନିଜର ପରିବାର ପ୍ରତି ପୋଷଣ କରୁଥିଲେ । ଏ ସବୁ ଭିତରେ ବଡ ହୋଇଥିଲେ ବନ ମାଠୀ।

ଗାଈ ଚରାଉ ଥିଲେ ସତ ହେଲେ ନିଜ ସ୍ଵିପ୍ନକୁ କେବେ ହେଲେ ମଧ୍ୟ ସେହି ପାହାଡ ପଡିଆ ବଣ ଜଙ୍ଗଲ ଭିତରେ ସମାଧି ଦେଉ ନଥିଲେ । ଗାଈ ଚରାଇବାକୁ ଯିବା ସମୟରେ ସେ ବହି ବସ୍ତାନି ନେବାକୁ ଆଦୌ ଭୁଲୁ ନଥିଲେ । ଭନମାଠି ଯୁଆଡେ ବହି ବସ୍ତାନି ସିଆଡେ । ଯେତେବେଳେ ତାଙ୍କୁ ଟିକିଏ ସମୟ ମିଳୁଥିଲା ସେ ସେହି ସମୟ ନିଜ ପାଠ ପଢାକୁ ଦେଉଥିଲେ । ହେଲେ ପରିବାରର ଆର୍ଥିକ ସମସ୍ୟା କିନ୍ତୁ ବନମାଠିଙ୍କୁ ବାଧ୍ୟ କରୁଥିଲା ପାଠ ଛାଡ଼ି ପରିବାର ଛାଡ଼ି ଅନ୍ୟତ୍ର ବିବାହ କରିବା ପାଇଁ । କାରଣ ପରିବାର ଲୋକେ ତାଙ୍କୁ ବୋଝ ଭାବୁଥିଲେ ।

ବାପା ଝିଅକୁ ବାଧ୍ୟ କରୁଥିବା ବେଳେ ବିବାହ ପାଇଁ ସେ କିନ୍ତୁ ଏଥିରେ ରାଜି ହେଉ ନଥିଲେ । ଆଉ ଯେଉଁଥି ପାଇଁ ସେ ସବୁବେଳେ ଚିନ୍ତାରେ ରହୁଥିଲେ । କାରଣ ସେ ଚହୁ ନଥିଲେ ତାଙ୍କ ପରିବାର ସବୁବେଳେ ଏମିତି ଅଭାବ ଅନାଟନ ଭିତରେ ରୁହନ୍ତୁ ବୋଲି । ତେଣୁ ଭନ୍ ମାଠି ନିଜ ପରିବାରର ପରିସ୍ଥିତିକୁ ବଦଳାଇବା ପାଇଁ ସବୁବେଳେ ମନ ଦେଇ କେବଳ ପାଠ ପଢୁଥିଲେ । ଆଉ ଜୀବନରେ ଆଇଏସ ହେବାର ନିଶା ତାଙ୍କୁ ରାତିରେ ସୁଆଇ ଦେଉ ନଥିଲା ।

ଆଉ ସେହି ସମୟରେ ଗଙ୍ଗା ଯମୁନା ସିରିଏଲ୍ ଦେଖି ବହୁତ୍ ମାତ୍ରାରେ ପ୍ରଭାବିତ ହୋଇଥିଲେ ଭନମାଠୀ । ଯେଉଁଥିରେ ଅଭିନେତ୍ରୀ ଜଣଙ୍କ ଥିଲେ ଆଇଏସ ଅଫିସର ଆଉ ନିଜ ଅଞ୍ଚଳର । ଜିଲ୍ଲା ପାଲଙ୍କୁ ଦେଖି ସେ ମଧ୍ୟ ଭାବି ନେଇଥିଲେ କି ସେ ବି ଜଣେ ଆଇଏସ ଅଫିସର ବନିବେ ବୋଲି । ଆଉ ଏହି ସ୍ୱପ୍ନକୁ ସତ କରିବା ପାଇଁ ସେ କଠିନ ପରିଶ୍ରମ କରିବା ମଧ୍ୟ ଆରମ୍ଭ କରିଦେଲେ । ଏହି ସ୍ୱପ୍ନକୁ ସତ କରିବା ପାଇଁ ରାତି ରାତି ଅନିଦ୍ରା ରହି ପାଠ ପଢାରେ ସମୟ ଦେଲେ ।

ଆଉ ଶେଷରେ ସେ ବନି ଗଲେ ଆଇଏସ ଅଫିସର । ତେବେ ଏହି ସ୍ଵୋପ୍ନକୁ ପୂରଣ କରିବା ପାଇଁ ସେ ପାଠ ପଢ଼ିବା ସହିତ ଏକ ପ୍ରାଇଭେଟ୍ ବ୍ୟାଙ୍କରେ ଚାକିରୀ ମଧ୍ୟ କଲେ । ଆଉ ଚାକିରି କରିବା ସାଥିରେ ପାଠ ପଢା ମଧ୍ୟ ଜାରି ରଖିଥିଲେ । ଶେଷରେ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପରେ ସେ ବନିଥିଲେ ଆଇଏସ ଅଫିସର । ବାସ ତା ପରେ ଏବେ ତାଙ୍କୁ ଚାରି ଆଡୁ ଛୁଟୁଛି ପ୍ରଶଂସାର ବର୍ଷା ।

Leave a Reply

Your email address will not be published. Required fields are marked *