ବାହାଘର ପରେ ବି ବ୍ୟାଚଲର ଲାଇଫ ବଞ୍ଚୁଛନ୍ତି ଅଭିନେତ୍ରୀ ଅର୍ପିତା କର ଏବଂ ଫ୍ୟାନଙ୍କୁ ମଧ୍ୟ ଦେଇଛନ୍ତି ଏହି ଉପଦେଶ ।

ଅଲିଉଡ଼ ତରଙ୍ଗ ଚ୍ୟାନେଲରେ ଦୁର୍ଗା ସିରିଏଲକୁ କେହିବି ଭୁଲି ପାରିବେନି । କାରଣ ସେହି ସିରିଏଲ ଖୁବ ସ୍ୱତନ୍ତ୍ର ଏବଂ ସେଥିରେ ଅଭିନୟ କରୁଥିବା ସବୁ ଚରିତ୍ର ମଧ୍ୟ ବେଶ ସ୍ୱତନ୍ତ୍ର । ବିଶେଷ କରି ମୁଖ୍ୟ ଚରିତ୍ର ଅର୍ଥାତ ଦୁର୍ଗା ଚରିତ୍ରରେ ଅଭିନୟ କରୁଥିବା ଅର୍ପିତା କରଙ୍କୁ ଲୋକେ ଅଧିକ ପସନ୍ଦ କରୁଥିଲେ ।

ଏମିତିକି ସବୁଠି ତାଙ୍କୁ ଦୁର୍ଗା ନାମରେ ହିଁ ଲୋକେ ଜାଣିଥିଲେ । ଦୁର୍ଗା ଅର୍ଥାତ ଅର୍ପିତାଙ୍କ ବୈବାହିକ ଜୀବନ କହିବାକୁ ଗଲେ ସେ ବେଶ ଖୁସିରେ ନିଜର ସ୍ୱାମୀ ଏବଂ ପୁରା ପରିବାର ସହିତ ଅଛନ୍ତି । ତାଙ୍କ ସ୍ୱାମୀ ବିରେନ୍ଦ୍ର ଏବଂ ତାଙ୍କ ମଧ୍ୟରେ ଥିବା ଭଲ ପାଇବା ତାଙ୍କ ବନ୍ଧୁତାରୁ ହିଁ ଜଣା ପଡ଼େ । ଉଭୟେ ପରସ୍ପରକୁ ଖୁବ ସପୋର୍ଟ ମଧ୍ୟ କରନ୍ତି ।

ଦୁର୍ଗା ଏବଂ ବିରେନ୍ଦ୍ର କହନ୍ତି ଯେ ବିବାହ ପରେବି ସେମାନେ ବ୍ୟାଚଲର ଲାଇଫ ବଞ୍ଚୁଛନ୍ତି । ନିଜକୁ ଯାହା କିଛି ଭାଲ ଲାଗେ ସେଥିରେ ସମୟ ବିତାଇବା ସାଙ୍ଗକୁ ପରିବାର ସହିତ ମଧ୍ୟ ବେଶ ଖୁସିରେ ବଞ୍ଚୁଛନ୍ତି । ଯେମିତି ଦୁର୍ଗାଙ୍କୁ ଅଭିନୟରେ ରୁଚି ସେହିଭଳି ବିରେନ୍ଦ୍ରଙ୍କୁ ଜିମ ୱର୍କଆଉଟ ଏବଂ ଫିଟନେସରେ ଅଧିକ ରୁଚି । ଉଭୟେ ପରସ୍ପରର କାମକୁ ଖୁବ ସମ୍ମାନ କରନ୍ତି । କହିରଖିବୁ ଯେ ଉଭୟର ଏକ ପୁଅ ମଧ୍ୟ ଅଛି ଯାହାଙ୍କ ନାମ ଆରବି । ଦୁର୍ଗା କହିଛନ୍ତି ଯେ ସେ ବିବାହ ପରେ କେବେବି ନିଜ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିବା ଅନୁଭବ କରି ନାହାଁନ୍ତି ।

କାରଣ ତାଙ୍କ କାମ ପାଇଁ ଏବଂ ତାଙ୍କୁ ମଧ୍ୟ ପରିବାର ଲୋକେ ବେଶ ଭଲ ପାଆନ୍ତି । ସେ ସୁଟିଂରେ ବ୍ୟସ୍ତ ଥିବା ସମୟରେ ତାଙ୍କ ପିଲାର ଯତ୍ନ ପରିବାର ଲୋକେ ହିଁ ନିଅନ୍ତି । ପୁଣି ସେ ବୁଲେଟ ପ୍ରିୟ । ଖୁବ କମ ବୟସରୁ ବାପାଙ୍କର ବୁଲେଟ ପସନ୍ଦକୁ ସେ ନିଜ ପସନ୍ଦ କରି ବୁଲେଟ ଚଳାଇବା ମଧ୍ୟ ଶିଖି ଯାଇଥିଲେ ।

ଏମିତିକି ସେ ବୁଲେଟରେ ନିଜ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କୁ ମଧ୍ୟ ବସାଇ ବୁଲାଇଥିବା କହନ୍ତି । ଯଦି ଆମେ ଦୁର୍ଗାଙ୍କ କ୍ୟାରିଅର ବିଷୟରେ କହିବୁ ତେବେ ସେ ନିଜ ଅଭିନୟ ଦ୍ୱାରା ସବୁବେଳେ ସମସ୍ତଙ୍କ ପ୍ରିୟ ହୋଇ ଯାଆନ୍ତି । ଏବେ ମଧ୍ୟ ସେ ଅଭିନୟ ଜଗତରେ ସକ୍ରିୟ ଏବଂ ନିଜ ଫ୍ୟାନ ମାନଙ୍କୁ ଆଗାମୀ ସମୟରେ ଆଉ ଏକ ଚରିତ୍ର ସରପ୍ରାଇଜ ଦେବେ ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *