ମନୋଜ ମିଶ୍ରଙ୍କ ସପକ୍ଷରେ ମୁଁହ ଖୋଲିଲେ ଅଭିନେତା ରାଜବିର , ବଲିଉଡର ଦିନକର ଖର୍ଚ୍ଚ ଏଠାରେ ମାସକର

ବହୁ ବାଦ ବିବାଦ ମଧ୍ୟରେ ଓଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି । ଗୋଟିଏ ପରେ ଗୋଟିଏ ବିବାଦ ଏଠାରେ ଦେଖିବାକୁ ମିଳିଛି । ପ୍ରଥମେ କାଷ୍ଟିଂ କାଉଚ୍ , ତାପରେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମାନଙ୍କ ମଧ୍ୟରେ ଝଗଡା ଆଉ ଏହାପରେ ହିରୋ ଭିଲିଆନ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ତେବେ ହଁ ଆଜ୍ଞା ଆମେ କହୁଛୁ ଅଭିନେତା ଅନୁଭବ ଏବଂ ଅରିନ୍ଦମ ଏବଂ ମନୋଜ ମିଶ୍ରଙ୍କ ବିଷୟରେ । ତେବେ କିଛି ଦିନ ଆଗରୁ ଶୁଣିବାକୁ ମିଳିଥିଲା କି , ଅଭିନେତା ଅରିନ୍ଦମଙ୍କ ଫିଲ୍ମ “ରାମ୍” କୁ ସମ୍ବଲପୁରରେ ରିଲିଜ୍ ହେବାକୁ ଦିଆ ଯାଇ ନଥିଲା ।

ଆଉ ଯାହା ପରେ ଏହାର ସିଧା ଦୋଷ ଦିଆ ଯାଇଥିଲା ଅଭିନେତା ମନୋଜ ମିଶ୍ରଙ୍କୁ । କୁହା ଯାଇଥିଲା କି , ଏହା ପଛରେ ତାଙ୍କର ଷଡଯନ୍ତ୍ର ରହିଛି । ସେ ହିଁ ଏପରି କରିଛନ୍ତି । ଯାହା ପରେ ଅନେକ ଲୋକ ମନୋଜ ମିଶ୍ରଙ୍କ ସପକ୍ଷରେ ବାହାରି ଥିଲେ । ଆଉ କହିଥିଲେ କି , ସେ ଏପରି ନୁହଁନ୍ତି । ସେ ଜଣେ ଭଲ ମଣିଷ । ଆଉ ଚଳଚିତ୍ର ଜଗତରେ ତାଙ୍କର ଏକ ଭିନ୍ନ ସ୍ଥାନ ରହିଛି । ତାଙ୍କୁ କାହା ସହିତ ତୁଳନା କରା ଯାଇପାରିବ ନାହିଁ । ଆଉ ଏହାପରେ ମଧ୍ୟ ମନୋଜ ମିଶ୍ରଙ୍କୁ ଫିଲ୍ମ ଜଗତରୁ ଦୁଇ ବର୍ଷ ପାଇଁ ବ୍ୟାନ କରା ଯାଇଥିବା କଥା ସାମ୍ନାକୁ ଆସିଥିଲା ।

ତେବେ ଏହାପରେ ଜଣଙ୍କ ପରେ ଜଣେ ଅଭିନେତା ମନୋଜ ମିଶ୍ରଙ୍କ ସପକ୍ଷରେ ମୁଁହ ଖୋଲିବାର ଦେଖାଯାଉଛି । ଆଉ ବର୍ତ୍ତମାନ ସମୟରେ ମୁଁହ ଖୋଲିଛନ୍ତି ଅଭିନେତା ରାଜବିର୍ । ତାଙ୍କ କହିବା ଅନୁସାରେ , ମନୋଜ ମିଶ୍ର କିଛି ବି ଭୁଲ କହି ନାହାଁନ୍ତି। ତାଙ୍କ ଉପରେ କାହିଁକି ଏତେ ଦୋଷ ଲଦା ଯାଉଅଛି । ସେ ଯାହା କିଛି ବି ସେଦିନ କହିଲେ ଠିକ୍ କହିଲେ । ତାଙ୍କର ବ୍ୟକ୍ତିଗତ ମତ ଦେବାର ଅଧିକାର ଅଛି । ସେ ବାବୁଶାନ , ଅରିନ୍ଦମ ଏବଂ ଅନୁଭବ ମଧ୍ୟରୁ ବାବୁଶାନ ସହିତ ଫିଲ୍ମ କରିବାକୁ ଭଲ ପାଆନ୍ତି କହିଲେ ।

ତେଣୁ କରି ଏଥିରେ କିଛି ଅସୁବିଧା ନାହିଁ । ଅନ୍ୟ ପକ୍ଷରେ ସେଦିନ ଯେଉଁ କହିଥିଲେ କି , ବଲିଉଡର ଗୋଟିଏ ଦିନର ଖର୍ଚ୍ଚ ଆମର ମାସକର ଖର୍ଚ୍ଚ ତାହା ଠିକ୍ କହିଛନ୍ତି । କାହିଁକି ନା ଏହା ଆମର ଛୋଟ ଇଡଷ୍ଟ୍ରି ଆଉ ଏଥିରେ ନିଶ୍ଚିତ କମ୍ ଖର୍ଚ୍ଚ ହେବ । ତେଣୁ ଦୟାକରି ଛୋଟ ଛୋଟ କଥାକୁ ବଡ ନ କରି ଆଉ ଶାନ୍ତିର ସହିତ ସମସ୍ତ କଥାକୁ ସମାଧାନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଜଣେ ଭଲ କଳାକାରଙ୍କୁ ଏପରି ଭାବରେ ଦୁଇ ବର୍ଷ ପାଇଁ ବ୍ୟାନ କରିବା ଠିକ୍ ନୁହେଁ । ସେ ଅଭିନୟ ନ କରିଲେ ଚଳଚିତ୍ର ଜଗତର ଅନେକ କ୍ଷତି ହୋଇପାରେ । ତେଣୁ ଏହାର ସଠିକ୍ ନିଷ୍ପତ୍ତି ନିଆଯାଉ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *