ହାତ ଯୋଡ଼ି ଓଡ଼ିଶାବାସୀଙ୍କୁ ଟଙ୍କା ମାଗିଲେ ଜଣେ ଅସହାୟ ସ୍ଵାମୀ , ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଆଉ ପାଖରେ ନାହିଁ ଟଙ୍କା

ଦୁଃ-ଖ ପରେ ସୁଖ ଆଉ ସୁଖ ପରେ ଦୁଃ-ଖ , ଏହା ହେଉଛି ବିଧିର ବିଧାନ । କାହା ଜୀବନରେ କେତେବେଳେ ଯେ ହଠାତ୍ ସୁଖ ଆଉ ଦୁଃ-ଖ ଆସିବ , ସେ କଥା କାହାକୁ ଜଣା ନଥାଏ । ଆମେ ତ ମଣିଷ ମାତ୍ର , ଯାହା ବିଧିର ବିଧାନ ଚାଲିଛି , କେବଳ ତାକୁ ହିଁ ମାନି ନେଇ ଆଗକୁ ବଢି ଚାଲିଥାଉ । ତେବେ କହିବାକୁ ଗଲେ ଏ ଦୁନିଆଁରେ ଅନେକ ପ୍ରକାରର ଲୋକ ଅଛନ୍ତି , କିଏ ସବୁବେଳେ ଖୁସିରେ ରହୁଥିବା ବେଳେ ଆଉ କିଏ ସଦାବେଳେ ଦୁଃ-ଖରେ ରହୁଛନ୍ତି ।

କାହା ପାଖରେ ଖାଇବାକୁ ଦୁଇ ମୁଠା ଖାଦ୍ୟ ନଥିବା ବେଳେ ଆଉ କିଏ ଖାଇବାକୁ ନ-ଷ୍ଟ କରି ଦେଉଛି । ତେବେ ଏହାରି ମଧ୍ୟରେ ଏପରି ଜଣେ ଦୁଃ-ଖୀ ମଣିଷଙ୍କ କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ , ଯାହାଙ୍କ କାହାଣୀ ଶୁଣିବା ପରେ ଆପଣଙ୍କ ଆଖିରେ ମଧ୍ୟ ଲୁ-ହ ଆସିଯିବ । ନିଜ ସ୍ତ୍ରୀଙ୍କୁ ଭଲ କରିବା ପାଇଁ ନିଜ ଜୀବନ ବାଜି ଲଗାଇ ଦେଇଛନ୍ତି ।

କୁହାଯାଏ ନା ଯଦି ସ୍ଵାମୀ ଭଲ ହୋଇଥିବ , ତେବେ ସାରା ଜୀବନ ପୁରାପୁରି ଖୁସିରେ ବିତି ଯିବ ଆଉ ଯଦି ଖରାପ ତେବେ ସାରା ଜୀବନ ବେକାର । ତେବେ ଏପରି ଜଣେ ସ୍ଵାମୀ ହେଉଛନ୍ତି ଭାସ୍କର ଦାସ । ନିଜ ସ୍ତ୍ରୀଙ୍କ ପାଇଁ ସାଜିଛନ୍ତି ସେବକ । କିଛି ବର୍ଷ ଆଗରୁ ବିବାହ କରି ଘରକୁ ସୁନ୍ଦର ସ୍ତ୍ରୀଟିଏ ଆଣିଥିଲେ ଭାସ୍କର । ଆଉ ଆଖିରେ ଦେଖି ଥିଲେ ଅଶେଷ ସ୍ବପ୍ନ । କିନ୍ତୁ ସେହି ସ୍ବପ୍ନ ବର୍ତ୍ତମାନ ତାଙ୍କର ଅଧାରେ ରହିଯାଇଛି । କାହିଁକି ନା ତାଙ୍କ ସ୍ତ୍ରୀ ବର୍ତ୍ତମାନ ଏକ ବଡ ରୋଗରେ ପୀ-ଡ଼ିତ ଅଛନ୍ତି ।

ଯାହାଙ୍କୁ ଭଲ କରିବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ବର୍ଷକ ପୂର୍ବରୁ ଭାସ୍କରଙ୍କ ସ୍ତ୍ରୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଆଉ ଯାହା ପରେ ସେ ତାଙ୍କୁ ନେଇ ହସ୍ପିଟାଲ ପହଞ୍ଚି ଯାଇଥିଲେ । ତେବେ ସେଠାରେ ଯାଇ ପରୀକ୍ଷା କରାଇବା ପରେ ଜଣା ପଡିଥିଲା କି , ସ୍ତ୍ରୀ ତାଙ୍କର କିଡ଼ନୀ ରୋଗରେ ପୀ-ଡିତ ଅଛନ୍ତି ।

ତାଙ୍କ ସ୍ତ୍ରୀଙ୍କ କିଡନୀ ଖରାପ ହୋଇ ଯାଇଛି ଆଉ ଯେଉଁଥି ପାଇଁ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟସନ କରିବାକୁ ପଡ଼ିବ । ବର୍ତ୍ତମାନ ସମୟରେ ତାଙ୍କର ଡାଏଲିସିସ ଚାଲିଛି କିନ୍ତୁ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ପୁରାପୁରି ଖରାପ ହୋଇ ଗଲାନି । ଆଉ ପାଖରେ ଟଙ୍କା ମଧ୍ୟ ନାହିଁ । ଯେତିକି ଚାକିରୀ କରି ସେ ଦରମା ଆଣୁଛନ୍ତି , ସବୁ ଟଙ୍କା ତାଙ୍କର ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଚାଲି ଯାଉଛି । ଆଉ ପାଖରେ ଟଙ୍କା ନାହିଁ ସେ କିପରି ନିଜ ସ୍ତ୍ରୀଙ୍କର ଡାଏଲିସିସ କରାଇବେ ବୋଲି ବ୍ୟସ୍ତ ହୋଇ ପଡୁଛନ୍ତି । ଆଗରୁ ଗଣମାଧ୍ୟମରେ ତାଙ୍କ ବିଷୟରେ ଖବର ପ୍ରସାରିତ ହେବା ପରେ କିଛି ଟଙ୍କା ତାଙ୍କୁ ସାହାଯ୍ୟ ମିଳିଥିଲା କିନ୍ତୁ ତାହା ମାତ୍ର ୫୦ ହଜାର ଟଙ୍କା । ବର୍ତ୍ତମାନ ସମୟରେ ତାଙ୍କର ଆହୁରି ଟଙ୍କା ଦରକାର ବୋଲି ସେ କହିଛନ୍ତି , ନଚେତ୍ ତାଙ୍କ ସ୍ତ୍ରୀ ଆଉ ଭଲ ହୋଇପାରିବେ ନାହିଁ ।

ଅନ୍ୟ ପକ୍ଷରେ ଜୀବନରେ ସେ ଏତେ କ-ଷ୍ଟ ଦେଖି ସାରଲେଣି ଯେ , ସେଥିପାଇଁ ସେ କହିଛନ୍ତି କି ଆଉ ଏପରି ଜୀବନ ରଖି କିଛି ଲାଭ ନାହିଁ । ଏପରି ଜୀବନ ଠାରୁ ମ-ରିଯିବା ସବୁଠାରୁ ଭଲ ହେବ । ସ୍ତ୍ରୀର ଚିକିତ୍ସା ସେ କିପରି କରାଇବେ ସେହି କଥା ଭାବି ଭାବି ତାଙ୍କ ଦିନ ଚାଲି ଯାଉଛି । ଏହା ବ୍ୟତୀତ ଯେଉଁ ଦିନ ନିଜ ସ୍ତ୍ରୀଙ୍କର ଏପରି ଅବସ୍ଥା କଥା ସେ ଜାଣି ଥିଲେ , ସେଦିନର କଥା କହି ସେ କହିଛନ୍ତି କି , ତାଙ୍କ ପାଦ ତଳୁ ମାଟି ଖସିଯିବା ଭଳି ତାଙ୍କୁ ଲାଗିଥିଲା ।

ଜୀବନରେ ତାଙ୍କର ସବୁ ଶେଷ ହୋଇଗଲା ବୋଲି ସେ ଭାବି ନେଇଥିଲେ । ତେବେ ବର୍ତ୍ତମାନ ସମୟରେ ସେ ଓଡ଼ିଶାବାସୀଙ୍କ ପାଖରେ ସାହାଯ୍ୟର ହାତ ବଢ଼ାଇଛନ୍ତି । ତାଙ୍କୁ ସାହାଯ୍ୟ କରନ୍ତୁ , ଯାହା ଫଳରେ ତାଙ୍କ ସ୍ତ୍ରୀଙ୍କ ଦେହ ଭଲ ହୋଇଯିବ ଆଉ ସେ ସାଧାରଣ ଜୀବନ ବଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *