ଘଟିଥାନ୍ତା ବଡ ବି-ପଦ,ଆଉ ୯ ଫୁଟ ପାଣି ହୋଇଥିଲେ ଭୁଶୁଡ଼ି ପଡ଼ିଥାନ୍ତା ହୀରାକୁଦ ।

ସତ ହୋଇ ଯାଇଥାନ୍ତା ମାଳିକା ଭୁଷୁଡି ପଡ଼ିଥାନ୍ତା ହୀରାକୁଦ ବନ୍ଧ । ହଁ ଆଜ୍ଞା ମାଳିକା ସତ ହେବାକୁ ଯାଉଥିଲା । ମହାପୁରୁଷଙ୍କ ବାଣୀ ହୀରାକୁଦ କୁ ନେଇ ଯେଉଁ ଆଗରୁ କରି ଯାଇଥିଲେ ତାହା ବାସ୍ତବତାରେ ପରିଣତ ହୋଇ ଯାଇଥାନ୍ତା । ଆଉ ମାତ୍ର ୯ ଫୁଟ ପାଣି ରଖିଥିଲେ ପରିସ୍ଥିତି ଅଣାୟତ୍ତ ହୋଇ ପଡ଼ିଥାନ୍ତା । ଏ କଥା ଆମେ କହୁନୁ ଏହା କହିଛନ୍ତି ନିଜେ ହୀରାକୁଦ କତୃପକ୍ଷ । ଆପଣ ମାନେ ଜାଣିଛନ୍ତି ଏବେ ରାଜ୍ୟରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

ଉପର ମୁଣ୍ଡରେ ଲଗାତାର ବର୍ଷା ଫଳରେ ହୀରାକୁଦ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି । ଆଉ ଏପରି ପରିସ୍ଥିତିରେ ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା । ସେପଟେ ଛତିଶ ଗଡ଼ ତାର ସବୁ ପାଣି ଓଡ଼ିଶାକୁ ଛାଡ଼ି ବସି ପଡ଼ିଥିବା ବେଳେ । ଓଡ଼ିଶାରେ ଏବେ ହା ହା କାର ପରିସ୍ଥିତି ସୃଷ୍ଟି ହୋଇଛି । ଆଉ ଏତିକି ବେଳେ ଏକ ବଡ ଖବର ସାମ୍ନାକୁ ଆସିଛି କି ଓଡ଼ିଶାର ସବୁ ଠାରୁ ବଡ ବନ୍ଧ । ହୀରାକୁଦ ବନ୍ଧକୁ ନେଇ ଅନେକ କଥା ଆପଣ ପୂର୍ବରୁ ଶୁଣିଥିବେ । କି ମହାପୁରୁଷ ମାନେ କହିଥିଲେ ଏପରି ଏକ ସମୟ ଆସିବ ଦୁର୍ବଳ ନଦୀ ବନ୍ଧ ଭୁଷୁଡି ପଡ଼ିବ । ଆଉ ଏମିତି କିଛି ସମୟ ଯେତେବେଳେ ହୀରାକୁଦ ପାଣି ନୀଳାଚଳ ବାନା ଛୁଇଁବ ।

ସେହି ପରିସ୍ଥିତି ସୃଷ୍ଟି ହେଉ ହେଉ ରହି ଯାଇଛି । ଯେଉଁ ଭୟ ସାରା ଓଡ଼ିଶା ବାସୀଙ୍କ ମନରେ ଥିଲା ତାହା ସତ୍ୟ ହେବାକୁ ଯାଉଥିଲା । ଉପର କୁଣ୍ଡରେ ଲଗାତାର ବର୍ଷା ଫଳରେ ଲୋକେ ହୀରାକୁଦ ବନ୍ଧକୁ ନେଇ ଭୟଭୀତ ଥିଲେ । କାରଣ ଓଡ଼ିଶାରେ ଚାରି ଆଡେ଼ ନଦୀ ନାଳ ଫୁଲି ଉଠି ଥିବା ବେଳେ ଛତିଶ ଗଡ ଓଡ଼ିଶାକୁ ପାଣି ଛାଡି ଶାନ୍ତିରେ ବସିଥିବା ବେଳେ ଓଡିଶାର ଅବସ୍ଥା ସାଙ୍ଘାତିକ ହୋଇ ପଡ଼ିଛି ।

ଆଉ ହୀରାକୁଦରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ । ହୀରାକୁଦ କତୃପକ୍ଷ ବାଧ୍ୟ ହୋଇ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲିବାକୁ ଲାଗିଥିଲେ । ଆଉ ଏହି ସମୟରେ ହୀରାକୁଦ ବନ୍ଧ ରେ ଆଉ ମାତ୍ର ୯ ଫୁଟର ପାଣି ବୃଦ୍ଧି ପାଇଥିଲେ କୁଆଡେ ଭୁଶୁଡ଼ି ଯାଇଥାନ୍ତା ହୀରାକୁଦ ବନ୍ଧ । ତେବେ ପରିସ୍ଥିତି ଖରାପ ହେଉଥିବାରୁ ଶେଷରେ ବାଧ୍ୟ ହୋଇ ହୀରାକୁଦ ଜଳଭଣ୍ଡାରର କତୃପକ୍ଷ ହୀରାକୁଦ ପାଣି ଛାଡ଼ି ଦେଇଥିଲେ । ଆଉ ଯାହା ଫଳରେ ସାରା ଓଡ଼ିଶା ରକ୍ଷା ପାଇଯାଇଥିଲା ।

Leave a Reply

Your email address will not be published. Required fields are marked *