ତନ୍ତ୍ର ସାଧନା ପାଇଁ ଝିଅ ଉପରେ ନଜର ,ଡରିକି ସ୍କୁଲ ଯାଉନି ପିଲା

ଆଜିକାଲି ଦିନକୁ ଦିନ ଗୁଣି ଗାରେଡ଼ିର ପ୍ରଭାବ ବଢିବାରେ ଲାଗିଛି। କେତେବେଳେ କିଏ ରୋଗରୁ ଭଲ ହେବାପାଇଁ ଡ଼ାକ୍ତର ପାଖକୁ ନ ଯାଇ ଗୁଣିଆ ପାଖକୁ ଯାଉଛି ତ କେତେବେଳେ କିଏ କିଛି କାମ ଭଲରେ ଭଲରେ ହେବାପାଇଁ ଗୁଣିଆ ପାଖକୁ ଯାଇ ତାନ୍ତ୍ରିକ ବିଦ୍ୟାର ସାହାଯ୍ୟ ନେଉଛି। ସେଥିପାଇଁ ଏବେ ସମସ୍ତେ ତାନ୍ତ୍ରିକ ବିଦ୍ୟା ହାସଲ କରିବାକୁ ଚେଷ୍ଟା କରୁଛନ୍ତି।

ଜଗତସିଂପୁର ଜିଲ୍ଲା ରଘୁନାଥପୁର ଥା-ନା ଅନ୍ତର୍ଗତ ରାଉତ ନୂଆ ଗାଆଁର ଜଣେ ବ୍ରାହ୍ମଣ ପରିବାର ଆଗରେ କିଛି ଲୋକ କଳା ପୋଷାକ ପିନ୍ଧି ଘର ବାହାରେ ରାତି ସାରା ଛିଡ଼ା ହେଇଛନ୍ତି। ଘର ଭିତରେ ନାରାୟଣ ପାଣି ଏବଂ ତାଙ୍କ ପତ୍ନୀ ଅନିତା ପାଣି ନିଜର ଛୋଟ ଛୋଟ ପୁଅ ଏବଂ ଝିଅକୁ ଜଗିବା ସହିତ ଘରେ ଥିବା ଅବିବାହିତ ଦୁଇ ଭଉଣୀଙ୍କୁ ମଧ୍ୟ ରାତିସାରା ଜଗି ରହୁଛନ୍ତି।

ଗାଆଁ ଲୋକ କହୁଛନ୍ତି ଯେଉଁ ମାନେ କଳା ପୋଷାକ ପିନ୍ଧି ଘର ବାହାରେ ଛିଡ଼ା ହେଇଛନ୍ତି ସେମାନେ ହେଲେ ତାନ୍ତ୍ରିକ। ତାଙ୍କ ସାଧନା ସିଦ୍ଧି ପାଇଁ ତାଙ୍କୁ ଜଣେ ଅପ୍ରାପ୍ତ ବୟସ୍କା ବ୍ରାହ୍ମଣ କନ୍ୟା ଆବଶ୍ୟକ ସେଥିପାଇଁ ସେ ନାରାୟଣ ପାଣିଙ୍କ ନାବା-ଳିକା କନ୍ୟାକୁ ନେବା ପାଇଁ ଆସୁଛନ୍ତି।

କଳା ପୋଷାକ ପିନ୍ଧା ଦୁର୍ବୃତ୍ତଙ୍କ ଡ-ରରେ ଝିଅଟି ଗତ ଗୋଟେ ମାସ ହେଲା ପାଠ ପଢ଼ିବା ପାଇଁ ସ୍କୁଲ କୁ ଯାଇନି। ସେ କହିଛି ସବୁ ଦିନ ରାତି ପ୍ରାୟ ୮ ବେଳକୁ କିଛି ଲୋକ କଳା ପୋଷାକ ପିନ୍ଧି ଆମ ଘର ଗ୍ରିଲ ପାଖରେ ଛିଡ଼ା ହେଉଛନ୍ତି। ତାଙ୍କୁ ଦେଖିଲେ ମତେ ବହୁତ୍ ଡର ଲାଗୁଛି ସେଥିପାଇଁ ମୁଁ ଆଉ ସ୍କୁଲ୍ ଯାଉନି। ମୁଁ ଆଉ ଘର ବାହାରେ ମୋ ସାଙ୍ଗ ପିଲାଙ୍କ ସହ ବାହାରେ ଖେଳିବି ପାରୁନି।

ଏମିତି କିଛି ଦିନ ଯିବାପରେ ନାରାୟଣ ପାଣି ଏବଂ ଗାଆଁ ଲୋକ ଦୁ-ର୍ବୃତ୍ତ ମାନଙ୍କୁ ଧରିବା ପାଇଁ ଜଗିକି ରହିଲେ କିନ୍ତୁ ସେମାନେ ନମ୍ବର ପ୍ଲେଟ ନଥିବା ବାଇକ୍ ରେ ଚାଲାକି କରି ଖସିକି ପଳେଇଲେ ସେଥିପାଇଁ ନାରାୟଣ ପାଣି ଏବଂ ତାଙ୍କ ପତ୍ନୀ ଅନିତା ପାଣି ରଘୁନାଥପୁର ଥା-ନା ଏସଆଇ ଅନିଲ କୁମାର ସାହୁଙ୍କୁ ସବୁ କଥା ଜଣାଇ ଅଜଣା ଦୁର୍ବୃ-ତ୍ତଙ୍କ ବି-ରୁଦ୍ଧ ରେ ଅଭି-ଯୋଗ କରିଛନ୍ତି ଏବଂ ପୋ-ଲିସ୍ ଶୀଘ୍ର ତାନ୍ତ୍ରିକ ମାନଙ୍କୁ ଧରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *