ବର୍ତ୍ତମାନ ସମୟରେ ପୁରା ୟୁଟ୍ୟୁବ ତଥା ସୋସିଆଲ ମିଡ଼ିଆରେ ଲୋକପ୍ରିୟତା କମାଇଥିବା ଦମ୍ପତ୍ତି ହେଉଛନ୍ତି ମୁନି ଏବଂ ସୌମ୍ୟ। ଦୁହେଁ ନାଚରେ ବେଶ୍ ମାହିର ଆଉ ଯେଉଁଥିପାଇଁ ଲୋକ ତାଙ୍କୁ ଭଲ ଭାବରେ ଜାଣିଛନ୍ତି । ସ୍ଵାମୀ ସ୍ତ୍ରୀ ମିଶି କରି ଅନେକ ନାଚ ଭିଡିଓ ସହିତ ଟ୍ରାନଜିସନ ଭିଡିଓ ମଧ୍ୟ ବନାଇଛନ୍ତି , ଯାହାକୁ ଦେଖିବା ପାଇଁ ସମସ୍ତେ ବେଶ୍ ମନ ବଳାଇଥାଆନ୍ତି । ୟୁଟ୍ୟୁବରେ ଏକ ଲକ୍ଷରୁ ଅଧିକ ଫୋଲୋଅର ଥିବା ମୁନି ସୌମ୍ୟ ନିଜର ଲୋକ ପ୍ରିୟତା ବିଷୟରେ ବଖାଣିଛନ୍ତି । ଏହା ବ୍ୟତୀତ ନିଜ ପ୍ରେମ କାହାଣୀ ଆଉ ବାହାଘର ବିଷୟରେ ମଧ୍ୟ ସେମାନେ ଖୋଲାଖୋଲି ଭାବରେ କହିଛନ୍ତି ।
ସୂଚନା ଅନୁଯାୟୀ , ମୁନି ସୌମ୍ୟଙ୍କୁ ଏକ ଭିଡିଓରେ ଦେଖି ହିଁ ମନ ଦେଇ ବସିଥିଲେ । ଆଉ ତାପରେ ଧିରେ ଧିରେ କଥା ଆଗକୁ ବଢିଥିଲା । ପ୍ରଥମେ ନମ୍ୱର୍ ଆଣିବା ଆଉ ତାପରେ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ ଦୁହେଁ । ଏହିପରି ଦୁଇ ବର୍ଷ ଧରି ଚାଲିଥିଲା । ନିଜ ଘରେ ସୋମ୍ୟଙ୍କ ବିଷୟରେ ମଧ୍ୟ କହିଥିଲେ ସେ । କିନ୍ତୁ ଘରେ ପୁଅ ନାଚୁଛି ବୋଲି ଶୁଣି ଟିକିଏ ଚୁପ୍ ହୋଇ ଯାଇଥିଲେ ଆଉ କହିଥିଲେ ହଁ ଦେଖିବା । କିନ୍ତୁ ଦୁଇ ବର୍ଷ ବିତି ଯାଇଥିଲେ ସୁଦ୍ଧା ଘର ଲୋକ କିଛି କହି ନଥିଲେ ଆଉ ଏପରିକି ଦୁହେଁ ମଧ୍ୟ ଦୁହିଁଙ୍କୁ ଦେଖି ନଥିଲେ ।
ତେବେ ଏକଦା ଏପରି ଦିନ ଆସିଲା , ଯେଉଁ ଦିନ ଦୁହେଁ ଦୁହିଁଙ୍କୁ ଦେଖା ହେବା ପାଇଁ ନିଷ୍ପତ୍ତି ନେଇଥିଲେ । ନିଜ ଘରେ ପୁରୀ ଯିବା କଥା କହି ବାହାରି ଯାଇଥିଲେ ମୁନି । ଆଉ ପୁରୀରେ ସୌମ୍ୟ ସହିତ ଦେଖା ମଧ୍ୟ କରିଥିଲେ । ଆଉ ସେଠାରୁ ହିଁ ସିଧା ସୌମ୍ୟ ନିଜ ଘରକୁ ନେଇ ଆସିଥିଲେ ମୁନିଙ୍କୁ । କିନ୍ତୁ ମୁନିଙ୍କ ଘରେ ମାନି ନଥିଲେ ଏହି ବାହାଘର ବିଷୟରେ । ତେବେ ମୁନିଙ୍କ ସହ ବର୍ତ୍ତମାନ ତାଙ୍କ ବାପା ମାଆ କଥା ହେଉ ନାହାଁନ୍ତି ବୋଲି ସେ କହିଛନ୍ତି । କାହିଁକି ନା ଝିଅ ଏପରି ଚାଲି ଯାଉ ବୋଲି ସେମାନେ କଦାପି ଚାହୁଁ ନଥିଲେ , ତେଣୁ କରି ସେମାନେ କଥାବାର୍ତ୍ତା କରୁ ନାହାଁନ୍ତି ।
କିନ୍ତୁ ଦିନେ ନା ଏପରି ହେବ କି , ତାଙ୍କ ବାପା ମାଆ ତାଙ୍କ ସହିତ କଥା ହେବେ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ନିଜ ସ୍ଵାମୀଙ୍କ ସହିତ ଶାଶୁ ଘରେ ବହୁତ ଖୁସି ଥିବା କଥା କହିଛନ୍ତି ସେ । କାହିଁକି ନା ଶାଶୁ ତାଙ୍କର ମାଆ ଭଳି । ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳି ହେଲେ ଶାଶୁ ସେମାନଙ୍କୁ ବୁଝାଇ ଥାଆନ୍ତି ବୋଲି କହିଛନ୍ତି । ଆଉ ତାଙ୍କର ସବୁ ଅଳି ଅଝଟ ମଧ୍ୟ ଏଠାରେ ପୂରଣ ହୋଇ ଯାଇଥାଏ । ତେବେ ସୋସିଆଲ ମିଡିଆରେ ଅଗଣିତ ଦର୍ଶକଙ୍କ ଭଲ ପାଇବା ପାଇଁ ସେମାନେ ଆଭାରୀ ହୋଇ ରହିବେ ବୋଲି କହିଛନ୍ତି । ଆଉ ଦିନ ଆସିବ ସବୁକିଛି ଠିକ୍ ହୋଇଯିବ ବୋଲି ସେମାନେ କହିଛନ୍ତି ଆଉ ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି ।