ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା ବିଷୟରେ ବା କିଏ ଜାଣି ନଥିବେ । ବ୍ଲାକମେଲ କୁଇନ ଭାବରେ ପରିଚିତ ଅର୍ଚ୍ଚନା ନାଗଙ୍କ ସମ୍ବନ୍ଧରେ ଜେଲରୁ ମଧ୍ୟ ଏକ ଘଟଣା ଶୁଣିବାକୁ ମିଳିଛି । ଏହା ଜାଣିବାକୁ ମିଳିଛି ଯେ ଝାରପଡ଼ା ଜେଲରେ ସାବିତ୍ରୀ ପାଳିଛନ୍ତି ସୁନ୍ଦରୀ ଅର୍ଚ୍ଚନା ନାଗ ।
ଜେଲରେ ଅନ୍ୟ କଏଦୀ ମାନଙ୍କ ସହିତ ମିଶି ଅର୍ଚ୍ଚନା ନିଜ ସ୍ୱାମୀଙ୍କ ଦୀର୍ଘ ଆୟୁଷ କାମନା କରି ସାବିତ୍ରୀ ବ୍ରତ ପାଳନ କରିଛନ୍ତି । କହିରଖିବୁ ଯେ ଝାରପଡ଼ା ଜେଲ ପରିସରରେ ବଟ ସାବିତ୍ରୀ ବ୍ରତ ପାଳିତ ହୋଇଛି । ଯେଉଁଠି ୨୩ ଜଣ ମହିଳା ଅନ୍ତେ ବାସୀ ଏହି ବ୍ରତ ପାଳନ କରିଛନ୍ତି । ତେବେ ଜେଲ ପକ୍ଷରୁ ସେମାନଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି ।
ନୂଆ ଶାଢ଼ୀ , ଶଙ୍ଖା , ସିନ୍ଦୁର , ଫଳମୂଳ ପୂଜା ସାମଗ୍ରୀ ସବୁକିଛି ପ୍ରଦାନ ମଧ୍ୟ ସେହି ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ସୁନ୍ଦରୀ ଅର୍ଚ୍ଚନା ନାଗ ମଧ୍ୟ ଜଣେ । କିଛି ମାସ ତଳେ ସୁନ୍ଦରୀ ଅର୍ଚ୍ଚନା ନାଗ ମାମଲାରେ ଅନେକ ବରିଷ୍ଠ ଲୋକଙ୍କ ନାମ ଆସିଥିଲା । ଆଉ ମଝିରେ ମଝିରେ ସେହି ମାମଲାକୁ ନେଇ ଏବଂ ଅର୍ଚ୍ଚନାଙ୍କୁ ନେଇ ଅନେକ କିଛି ଶୁଣିବାକୁ ମଧ୍ୟ ମିଳିଥାଏ । ଆଉ ଆଜି ସାବିତ୍ରୀ ବ୍ରତ ଅବସରରେ ଅର୍ଚ୍ଚନା ନାଗ ଜେଲରେ ସାବିତ୍ରୀ କରିଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଲାଗି ଜେଲ ବିଭାଗ ଏପରି କିଛି ପଦକ୍ଷେପ ନେଇଛି । ଯେଉଁଠି ଅର୍ଚ୍ଚନା ଜଣେ କଏଦୀ ଏବଂ ସାବିତ୍ରୀ ବ୍ରତ ଉପଲକ୍ଷେ ସେ ବ୍ରତ ମଧ୍ୟ ରଖିଛନ୍ତି ।
ସ୍ୱାମୀ ଜଗବନ୍ଧୁ ଚନ୍ଦଙ୍କ ପାଇଁ ସ୍ତ୍ରୀ ଅର୍ଚ୍ଚନା ଜେଲରେ ବ୍ରତ ରଖିଥିବା ଶୁଣିବାକୁ ମିଳିଛି ଏବଂ ଜଗବନ୍ଧୁଙ୍କ ନିମନ୍ତେ ସେ ଜେଲରେ ପୂଜା ମଧ୍ୟ କରିଛନ୍ତି । ପୂର୍ବରୁ ମଧ୍ୟ ଏହା ଶୁଣାଯାଇଛି ଯେ ଅର୍ଚ୍ଚନା କୁଆଡ଼େ ନିବେଦନ କରିଛନ୍ତି ଯେ ସାବିତ୍ରୀ ବ୍ରତ ପରେ ତାଙ୍କୁ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ସହିତ ସାକ୍ଷାତ କରିବାକୁ ଅନୁମତି ମିଳୁ ବୋଲି । ତେଣୁ ଜେଲ ଡିଜିଙ୍କ ନିର୍ଦେଶ ଅନୁସାରେ ଝାରପଡ଼ା ଜେଲର ସମସ୍ତ କଏଦୀ ସାବିତ୍ରୀ ବ୍ରତ ପାଳିଛନ୍ତି । ସେଠାକାର ସବୁ ମହିଳା କଏଦୀ ଜେଲ ପରିସରରେ ଥିବା ହନୁମାନ ମନ୍ଦିରରେ ସାମୂହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।