ଭଗବାନବି ସହ୍ୟ କରି ପାରୁଥିବା ମଣିଷ ସହିତ ଅଦ୍ଭୁତ ଖେଳ ଖେଳନ୍ତି ।ପୁଣି ଯାହାକୁ ଭରସା କରି ପ୍ରେମ କରି ପ୍ରେମ ବିବାହ କରିଥିଲେ ସେ ହିଁ ଯଦି ଅଧା ବାଟରେ ଛାଡ଼ି ଯାଏ ତେବେ ଦୁନିଆ ଥାଇ ବି ସବୁକିଛି ଅ-ଦୃଶ୍ୟ ଲାଗେ । ତେବେ ଆଜିକାର ଲେଖାରେ ଆମେ ଏପରି ଏକ ଦୁଃ-ଖଦ କାହାଣୀ ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବି ଦୁଃ-ଖିତ ହେବେ । ଜଣେ ମହିଳା ନିଜର ସ୍ୱାମୀ ଶାଶୁଘର କିମ୍ବା ବାପଘର ଥିବା ସତ୍ତ୍ୱେବି କିପରି ନିଜ ପୁଅ ସହିତ ଦୀର୍ଘ ବର୍ଷ ହେବ ଗୁହାଳ ଘର ରହି ଆସୁଛନ୍ତି ସେହି ଦୃ-ଶ୍ୟ ଦେଖିଲେ ଆପଣ ଦୁଃ-ଖିତ ହେବେ । ତେବେ ପୁରା ଘ-ଟଣା ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।
ସୂଚନା ଅନୁଯାୟୀ ଏହି ଘ-ଟଣା ଜଗତସିଂହପୁର ଜିଲାର ଅଟେ । ଯେଉଁଠି ଜଣେ ମା’ ନିଜର ଏକମାତ୍ର ୧୨ ବର୍ଷର ପୁଅକୁ ନେଇ ଗୁହାଳ ଘରେ ଗାଈ ସହିତ ରହି ଆସୁଛି । କେହି ତାଙ୍କ କଥା ନଶୁଣିବାରୁ ଶେଷରେ ସ୍ଥାନୀୟ ସମାଜସେବୀ ତାଙ୍କୁ ସାହାଯ୍ୟ ଟିକିଏ କରିଛନ୍ତି । ତେବେ ଜଗତସିଂହପୁର ଜିଲ୍ଲା ଏରସୀମା ବ୍ଲକ ଅନ୍ତର୍ଗତ ଛଟୁଆ ପଞ୍ଚାୟତ ଅଧିନସ୍ଥ ପୋଖରିଆପଡ଼ା ଗାଁର ଶେଷ ମୁଣ୍ଡରେ ମହିଳା ଜଣକ ରହୁଛନ୍ତି । ମହିଳାଙ୍କ ନାମ ମିନତୀ , ଯିଏକି ୧୬ ବର୍ଷ ହେବ ପ୍ରେମ ବିବାହ କରି ତିର୍ତୋଲ ବ୍ଲକ ଅନ୍ତର୍ଗତ ଦଣ୍ଡମେରୁ ଗାଁରେ ରହୁଥିଲେ ।
ବିବାହର ମାତ୍ର କିଛି ଦିନ ପରେ ଶାଶୁ ଘରର ଅନେକ ଯ-ନ୍ତ୍ରଣା ସହ୍ୟ କରିବାକୁ ପଡ଼ିଥିଲା । ଏମିତିକି ତାଙ୍କୁ ଶାଶୁ ଘରୁ ବାହାର ମଧ୍ୟ କରିଦେଲେ । ତାପରେ ସେ ନିଜ ବାପ ଘରକୁ ଆସି ଗାଁ ମୁଣ୍ଡରେ ଥିବା ଏକ ଗୁଣ୍ଠ ଜାଗାରେ ରହିଲେ । ତେବେ ପୁଅ ଯେତେବେଳେ ପେଟରେ ୬ ମାସର ହୋଇଥିଲା ସେତେବେଳେ ଜ୍ୱାଇଁ ବିଭୂତି ସ୍ୱାଇଁ ଛାଡ଼ି ଚାଲି ଯାଇଥିଲା । ଆଜକୁ ବହୁତ ଦିନ ହେବ ସେ ଅଭାବ ଅନଟନରେ ଚଳି ଆସୁଛନ୍ତି ଏବଂ ଗୋଟିଏ ଘରେ ଗାଈ ସହ ପିଲାକୁ ରଖି ବଞ୍ଚି ଆସୁଛନ୍ତି । ସେ ସେହି ପଞ୍ଚାୟତର ଭୋଟର ତାଲିକାରେ ମଧ୍ୟ ଅଛନ୍ତି । ତଥାପି ତାଙ୍କର ଅନେକ ଅନୁରୋଧ ସତ୍ତ୍ୱେବି କେହିବି ତାଙ୍କ କଥା ଶୁଣି ନାହାଁନ୍ତି । ଅନେକଥର ବହୁ ଅକଥନୀୟ ଭାଷା ଶୁଣିବାକୁ ମଧ୍ୟ ପଡୁଛି ।
ତେବେ ସମାଜସେବୀ ରଶ୍ମିତା ତାଙ୍କୁ ପୋଷ୍ୟ ପରିବାର ଭାବରେ ଆଦରି ନେଇଛନ୍ତି । ସେପଟେ ବାପା ମକରନ୍ଦ ନାୟକ ମଧ୍ୟ ହାତ ଛାଡ଼ି ଦେଇଛନ୍ତି । ତେବେ ଏ ସମ୍ବନ୍ଧରେ ତାଙ୍କୁ କେହି ସାହାଯ୍ୟ କରି ନଥିବା ବେଳେ ପ୍ରଶାସନ ତାଙ୍କୁ ଚଳିବା ପାଇଁ ୩୫ କିଲୋ ଚାଉଳ ଏବଂ ଘର ଖଣ୍ଡେ ଯୋଗାଇ ଦେବାକୁ ନିବେଦନ କରିଛନ୍ତି । ତେବେ ସରପଞ୍ଚଙ୍କୁ କହିବା ପରେ ସେ କହିଛନ୍ତି ଯେ ସେ ନୂଆ ତଥାପି ଘର ଖଣ୍ଡେ ଯୋଗାଇ ଦେବାକୁ ସମାଜସେବୀଙ୍କୁ କହିଛନ୍ତି ।