ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଘରକୁ ଦାରିଦ୍ର୍ୟତା ନ ଛୁଇଁ ପାରୁ , ତେବେ ଆପଣ ଏହି ସବୁ ଉପାୟ କରି ଦିଅନ୍ତୁ , ଦେଖିବେ ଆପଣଙ୍କ ଘରକୁ ଆଉ ଦାରିଦ୍ର୍ୟତା ଆଉ କେବେ ଆସିବ ନାହିଁ । ତେବେ ଆସନ୍ତୁ ଆଜି ସେ ବିଷୟରେ ଜାଣି ନେବା । ତେବେ ପ୍ରଥମରେ ଦୁର୍ଗା ଅଷ୍ଟମୀ ଦିନ ମାଆଙ୍କ ଆଗରେ ଗୋଟିଏ ଗିନାରେ କ୍ଷୀର କିମ୍ବା ଦହି ନେଇ ଆସନ୍ତୁ ।
ଏହାପରେ ଏହି ଦହିରେ ଗୋଟିଏ ରୂପା ମୁଦ୍ରା ପକାଇ ଦିଅନ୍ତୁ ଏବଂ ତାପର ଦିନ ଏହି ମୁଦ୍ରାକୁ ନିଜ ପାଖରେ ରଖି ଦିଅନ୍ତୁ ଏବଂ ଦହିକୁ କୌଣସି ପବିତ୍ର ସ୍ଥାନରେ ପକାଇ ଦିଅନ୍ତୁ । ଏପରି କରିବା ଦ୍ବାରା ଆପଣଙ୍କ ଘରକୁ ଆଉ ଦାରିଦ୍ର୍ୟତା ଛୁଇଁ ପାରିବ ନାହିଁ । ନବରାତ୍ରିର ନଅ ଦିନରେ ଆପଣ ଘର ଆଗରେ ସ୍ଵସ୍ତିକ ବନାଇ ଦିଅନ୍ତୁ ।
ଜୀବନରେ ଚାକିରୀ ଜନିତ ସମସ୍ୟା ରହୁଥିଲେ , ଗୋଟିଏ ପାନ ପତ୍ର ନେଇ ନିଅନ୍ତୁ ଆଉ ସେଥିରେ ଫିଟକିରି ଏବଂ ସିନ୍ଦୂର ନେଇ ନିଅନ୍ତୁ ଆଉ ତାହାକୁ ଅଶ୍ୱତ୍ଥ ଗଛ ମୂଳରେ ମୋଡି କରି ରଖିନିଅନ୍ତୁ । ଲବଙ୍ଗର ମାଳ ବନାଇ ଆପଣ ମାଆଙ୍କୁ ପିନ୍ଧାଇ ଦିଅନ୍ତୁ , ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯିବ । ମହା ଅଷ୍ଟମୀ ରାତିରେ ଘର ଆଗରେ ଗୋଟିଏ ଦୀପ ଜଳାଇ ଦିଅନ୍ତୁ ।
ଏହାଦ୍ବାରା ମାଆଙ୍କର ଆଗମନ ହୋଇଥାଏ ଏବଂ ଘରେ କିଛି ବି ସମସ୍ୟା ରହେ ନାହିଁ । ଏହି ଦୁନିଆଁରେ କେହି କାହାର ଉନ୍ନତି ଦେଖି ପାରେନାହିଁ । ତେଣୁ ଦୁଧ ନିଅନ୍ତୁ ଏବଂ କଳା ଲଙ୍କାକୁ ଗୁଣ୍ଡ କରିଦିଅନ୍ତୁ । କଳା ଲଙ୍କାକୁ ନେଇ ଦୁଧ ଉପରେ ଢାଳି ଦିଅନ୍ତୁ । ଏଭଳି କରିବା ଦ୍ଵାରା ଶତ୍ରୁ ମାନେ ଦୂରେଇ ଯାଇଥାନ୍ତି । ଇତର ମଧ୍ୟ ମାଆଙ୍କୁ ଅର୍ପଣ କରିବା ପରେ ଘରକୁ ନେଇ ଆସନ୍ତୁ , ଏପରି କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।