ଭଡ଼ାରେ ରଖିବା ପଡ଼ିଲା ମହଙ୍ଗା , ଭଡ଼ାଟିଆ ନେଇ ଗଲେ ୫ ଲକ୍ଷ ୭୫ ହଜାର

ଆପଣ ଘର ଭଡ଼ା ଦେଉଛନ୍ତି କି ? ଆପଣଙ୍କ ଘରେ ଭଡ଼ାଟିଆ ଆସି ରହୁଛନ୍ତି କି ? ତେବେ ଭଡାଟିଆଙ୍କୁ ଘରେ ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ । କାହିଁକି ନା ଭଡ଼ାଟିଆ କରୁଛନ୍ତି ଏପରି କାମ । ଯାହା ଶୁଣିବା ପରେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ବିଶ୍ୱାସ ଆଉ ଭରସା ଶବ୍ଦ ଏ ଦୁନିଆଁରେ ଆଉ ରହିବ ନାହିଁ । ଆଉ ସମସ୍ତେ ମନ ମୁତାବକ କାମ କରିବାକୁ ଲାଗିବେ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଘ-ଟଣା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଘରେ ରଖୁଥିବା ଭଡ଼ାଟିଆ ମାନଙ୍କ ଉପରୁ ଭରସା ହରାଇ ବସିବେ ।

ତେବେ ଭୁବନେଶ୍ୱର ଅନ୍ତର୍ଗତ ବଡଗଡ ଥା-ନା ଅଞ୍ଚଳର ବିଜେପିନଗରରେ ଘଟି ଯାଇଛି ଏପରି କିଛି ଘ-ଟଣା । ଏହି ଅଞ୍ଚଳରେ ଏକ ବୃଦ୍ଧ ଦମ୍ପତି ନିଜ ଘର ଭଡ଼ାରେ ଦେଇଥିଲେ ।ସୁଭାଶିଷ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ଭଡ଼ାରେ ରହୁଥିଲେ । ଆଉ ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଭଲ ସ-ମ୍ପର୍କ ଗଢ଼ି ଉଠିଥିଲା । ଉଭୟ ପରିବାର ଯେମିତି ପରିବାର ହୋଇ ଉଠିଥିଲେ । ଆଉ ଏହି କଥା ବହୁତ ଭଲ ଲାଗିଥିଲା ବୃଦ୍ଧ ଦମ୍ପତ୍ତିଙ୍କୁ । କାହିଁକି ନା ସେମାନଙ୍କର କେହି ପୁଅ ନଥିଲେ ଆଉ ନିଜ ଭଡ଼ାଟିଆ ସୁଭାଶିଷ ପଟ୍ଟନାୟକଙ୍କୁ ସେମାନେ ନିଜ ପୁଅ ଭାବରେ ଦେଖୁଥିଲେ ।

ତେବେ ଏହାରି ମଧ୍ୟରେ ସୁଭାଶିଷ ପଟ୍ଟନାୟକ ସେମାନଙ୍କୁ ଟଙ୍କା ମାଗିଥିଲେ ଆଉ ନିଜ ପୁଅ ବୋଲି ଭାବୁ ଥିବା ଭଡ଼ାଟିଆଙ୍କୁ ସେମାନେ ଟଙ୍କା ଦେବା ପାଇଁ ମନା କରି ପାରି ନଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଲକ୍ଷେ କି ଦୁଇ ଲକ୍ଷ ନୁହେଁ , ୫ ଲକ୍ଷ ୭୫ ହଜାର ଟଙ୍କା ନେଇ ଯାଇଥିଲେ ବୃଦ୍ଧ ଦମ୍ପତି ପାଖରୁ ସେ । ଆଉ ଯେତେବେଳେ ଟଙ୍କା ମାଗିବା କଥା ଆସିଲା ସେତେବେଳେ ଘର ଛାଡ଼ି ଦେଇ ନିଜ ଗାଆଁକୁ ଫେରି ଗଲେ ସୁଭାଶିଷ । ଏପରିକି ବୃଦ୍ଧ ଦମ୍ପତିଙ୍କ ଫୋନ ମଧ୍ୟ ଉଠାଇଲେ ନାହିଁ । ତେବେ ଏହାପରେ ସେମାନେ ଯାଇ ତାଙ୍କ ଗାଆଁରେ ପହଞ୍ଚି ଥିଲେ ।

ତେବେ ଦମ୍ପତିଙ୍କ କହିବା ଅନୁସାରେ , ୫ ଲକ୍ଷ ଟଙ୍କା ହାତରେ ନେଇଥିଲେ ଆଉ ୭୫ ହଜାର ଟଙ୍କା ସେମାନେ ଅନଲାଇନ ଦେଇ ଥିଲେ , ଯାହାର ପ୍ରମାଣ ତାଙ୍କ ପାଖରେ ଅଛି କିନ୍ତୁ ୫ ଲକ୍ଷ ଟଙ୍କାର କିଛି ପ୍ରମାଣ ନାହିଁ । ତେବେ ସେମାନେ ଆଜିକୁ ୨୫ ଦିନ ହୋଇ ଗଲାଣି , ଥା-ନାକୁ ଧାଇଁଛନ୍ତି । କିନ୍ତୁ ବଡଗଡ ଥା-ନା ପୋ-ଲିସ ସେମାନଙ୍କ କଥା ଶୁଣୁ ନାହାଁନ୍ତି କି ତ-ଦନ୍ତ ମଧ୍ୟ କରୁ ନାହାଁନ୍ତି । ଓଲଟା କହୁଛନ୍ତି ଆପଣଙ୍କ ଟଙ୍କା ସେ ନେଇଗଲା ଆଉ କଣ ଫେରାଇ ଆଣିବୁ । ଏପରି କଥା ଶୁଣିବା ପରେ ବୃଦ୍ଧ ଦମ୍ପତି ନିରାଶ ହୋଇ ଯାଇଛନ୍ତି । କଣ କରିବେ ଆଉ କିପରି ନିଜ ଟଙ୍କା ଫେରି ପାଇବେ , ସେ ନେଇ ସେମାନେ ଚିନ୍ତିତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *