କଣ ପାଇଁ ସିରିଏଲ ଅପେକ୍ଷା ଯାତ୍ରାକୁ ଅଧିକ ପ୍ରିଫରେନ୍ସ ଦିଅନ୍ତି ଚନ୍ଦନ । ଏମିତି କିଛି କହିଲେ ଚନ୍ଦନ ।

ଓଡ଼ିଆ ସିରିଏଲ ଜଗତର ଲୋକପ୍ରିୟ ସିରିଏଲ ” ତୋ ଅଗଣାର ତୁଳସୀ ମୁଁ ” ସିରିଏଲର ଫ୍ୟାନ୍ସ ଆଜିବି ଅଛନ୍ତି ଏବଂ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଚନ୍ଦନ ଅର୍ଥାତ ତୁଷାରଙ୍କୁ ଆଜିଯାଏ ଲୋକେ ଚନ୍ଦନ ନାମରେ ହିଁ ଜାଣିଛନ୍ତି । ଅର୍ଥାତ ସେହି ସିରିଏଲ ତୁଷାରଙ୍କୁ ଏକ ଭିନ୍ନ ପରିଚୟ ଦେଇଥିଲେ କହିଲେ ଚଳେ । ଯେଉଁ କାରଣରୁ ତାଙ୍କୁ ଅନେକ ଦର୍ଶକ ଖୁବ ପସନ୍ଦ କରନ୍ତି । ଖାସ କରି ସେହି ସିରିଏଲରେ ଚନ୍ଦନ ଚରିତ୍ର ଏବଂ ତୁଷାରଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରନ୍ତି । କହିରଖିବୁ ଯେ ବର୍ତ୍ତମାନ ତୁଷାର ଯାତ୍ରାରେ ଅଧିକ ଆକ୍ଟିଭ ଅଛନ୍ତି ।

ଆଉ ତାଙ୍କର ଯାତ୍ରା କ୍ୟାରିଅରକୁ ନେଇ ଯେତେବେଳେ ତାଙ୍କୁ କିଛି ପଚରା ଯାଇଥିଲା ସେଥିରେ ସେ ଖୁବ ସୁନ୍ଦର ଉତ୍ତର ଦେଇଛନ୍ତି । ତୁଷାର କହିଛନ୍ତି ଯେ ବର୍ତ୍ତମାନ ଯାତ୍ରାରେ ଇନକମ ଏବଂ ସିରିଏଲ ଇନକମ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଏମିତିରେ ସେ ବର୍ତ୍ତମାନ ଯାତ୍ରାରେ ଅଭିନୟ କରୁଛନ୍ତି ସତ କିନ୍ତୁ ଜାନୁଆରୀରେ ତାଙ୍କର ଆଉ ଏକ ନୂଆ ସିରିଏଲ ଆରମ୍ଭ ହେବାକୁ ଯାଉଛି ।

ତାଙ୍କର କ୍ୟାରିଅର ମ୍ୟୁଜିକ ଭିଡ଼ିଓରୁ ଆରମ୍ଭ ହୋଇଥିଲା । ସେତେବେଳେ ସେ କେବେ ଭାବି ନଥିଲେ ଯେ କେବେ ତାଙ୍କୁ ସିରିଏଲରେ ସୁଯୋଗ ମିଳିବ ବୋଲି । ତେବେ ପ୍ରଥମ ଥର ପାଇଁ ତାଙ୍କୁ ” ତୋ ଅଗଣାର ତୁଳସୀ ମୁଁ ” ସିରିଏଲରେ ସୁଯୋଗ ମିଳିଥିଲା ।

ସେଥିରେ ତାଙ୍କୁ ଅନେକ ଲୋକପ୍ରିୟତା ମିଳିଥିଲା । ଏହାପରେ ଲୋକ୍ ଡାଉନ ସମୟରେ ” କାଳିଜାଇ ” ଆରମ୍ଭ ହୋଇଥିଲା । କିନ୍ତୁ ଦୁଇ ମାସ ପରେ କୌଣସି କାରଣ ବଶତଃ ତାହା ବନ୍ଦ ହୋଇ ଯାଇଥିଲା । ଏହାପରେ ମଙ୍ଗୁଳା କନ୍ୟାରେ ମଧ୍ୟ ତାଙ୍କୁ ଅଫର ଆସିଥିଲେ ହେଁ ସେ ମନା କରି ଦେଇଥିଲେ । ଏମିତି ତାଙ୍କୁ କେବେ କାହାକୁ କାମ ମାଗିବାକୁ ପଡ଼ିନାହିଁ ବରଂ ଅଫର ଆସିଛି । ଆଉ ଜାନୁଆରୀରେ ତାଙ୍କର ଆଉ ଏକ ସିରିଏଲ ଆରମ୍ଭ ହେବାକୁ ଯାଉଛି । ତୁଷାର ଯାତ୍ରା ଏବଂ ସିରିଏଲ ଉଭୟ ପାଇଁ ନିଜ ସମୟ ମ୍ୟାନେଜ କରି ପାରନ୍ତି । ପୁଣି ତାଙ୍କୁ କ୍ୟାରିଅର ଆରମ୍ଭରେ ସପୋର୍ଟ କରୁନଥିବା ପରିବାର ବର୍ତ୍ତମାନ ବେଶ ସପୋର୍ଟ ମଧ୍ୟ କରୁଥିବା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *