କିଏ ଏଇ ଆଇପିଏସ ଅଫିସର , ଯିଏ ମୁଖ୍ୟମନ୍ତ୍ରୀଙ୍କୁ କରିଥିଲେ ଗିରଫ

ଏ ହେଉଛନ୍ତି ଜଣେ ମହିଳା ଆଇପିଏସ ଅଫିସର , ଯାହାଙ୍କର କାହାକୁ ବି ଭୟ ନଥିଲା । ସେ ଏପରି ଅନେକ କାମ କରୁଥିଲେ , ଯାହାକୁ ଦେଖି ସମସ୍ତେ ହୋଇ ଯାଉଥିଲେ ଭୟଭୀତ । ଆଉ ଏହି ଗୁଣ ପାଇଁ ସେ ହୋଇଥିଲେ ଅନେକ ଥର ଟ୍ରାନ୍ସଫର । ତେବେ ଆସନ୍ତୁ ଜାଣିବା ସେହି ମହିଳା ଆଇପିଏସ ଅଫିସରଙ୍କ ବିଷୟରେ । ଯିଏ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିବାକୁ ପଛାଇ ନଥିଲେ । ତେବେ ଆପଣ ଜାଣିଥିବେ ଆଇପିଏସ ଅଫିସର ନାମ ଆସିଲେ ଅନେକ ଦବଙ୍ଗ ଅଫିସରଙ୍କ ନାମ ଆସେ ।

ତେବେ ଏପରି ଅନେକ ଅଫିସର ଥାଆନ୍ତି , ଯେଉଁମାନେ ନିଜ କାମ ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଉ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡି ରୂପା ମୁଦଗିଲ । ନା ତାଙ୍କୁ ରହିଛି କାହାର ଭୟ , ନା ତାଙ୍କୁ ରହିଛି ଟଙ୍କାର ଲୋଭ । କାହାର ଚାପ ମଧ୍ୟ ତାଙ୍କୁ ଅଟକାଇ ପାରିନାହିଁ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ତାଙ୍କର ୨୦ ବର୍ଷର କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ୪୦ ଥର ଟ୍ରାନ୍ସଫର କରା ଯାଇଥିଲା । ତେବେ ସୂଚନା ଅନୁସାରେ , ଡି ରୂପା ମୁଦଗିଲ କର୍ଣ୍ଣାଟକ କ୍ୟାଡ଼ରର ଆଇପିଏସ ଅଫିସର ।

ଆଉ ସେ ହେଉଛନ୍ତି ସଚ୍ଚୋଟପଣିଆ ଏବଂ ସାହସିକତାର ସେ ହେଉଛନ୍ତି ଏକ ଉଦାହରଣ । ତେବେ ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ , ୨୦୧୩ ମସିହାରେ ସର୍ବ ଭାରତୀୟ ପ୍ରଶାସନିକ ସେବାରେ ସେ ୪୩ ରାଙ୍କ ଧାରଣ କରିଥିଲେ । ଏହା ବ୍ୟତୀତ ରାଷ୍ଟ୍ରୀୟ ପୋଲିସ ଏକାଡେମୀ ଟ୍ରେନିଂ ରେ ପଞ୍ଚମ ସ୍ଥାନ ପାଇ ସେ ଅନେକ ଚର୍ଚ୍ଚାରେ ମଧ୍ୟ ରହିଥିଲେ । ସେ କର୍ଣ୍ଣାଟକ କୁବେନ ବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ତେବେ ତାଙ୍କ ସାହସିକତାର ପରିଚୟ ଦେଇଥାଏ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ।

୨୦୦୪ ମସିହାରେ ହୁବଳୀ ଅଦାଲତରେ ଆଦେଶରେ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିଥିଲେ । ଅନ୍ୟପକ୍ଷରେ ସେ ତାମିଲନାଡୁ ଜେଲ ଡିଆଇଜି ଥିବା ବେଳେ ଶଶିକଳା ଭଳି ପ୍ରମୁଖ ନେତାଙ୍କୁ ଜେଲରେ ମିଳୁଥିବା ଅନାବଶ୍ୟକ ସୁବିଧାର ପରଦାଫାଶ କରିଥିଲେ । ସେହିଭଳି ୨୦୧୩ ମସିହାରେ ବେଙ୍ଗାଳୁରୁ ଡିସିପି ଭାବରେ ଯୋଗଦେବା ପରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ ଏ ଦୁରପାଙ୍କୁ ମଧ୍ୟ ନିୟମ ବାହାରେ ନେଇଥିବା ଗାଡ଼ିର ବ୍ୟବହାର ଉପରେ ରୋକ ଲଗାଇଥିଲେ । ଆଉ ଏଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଛି । କିନ୍ତୁ ଏଥିରେ ମଧ୍ୟ ହାରି ଯାଇ ନଥିଲେ ଡି ରୂପା ।

Leave a Reply

Your email address will not be published. Required fields are marked *