ଟ୍ରେନ ତଳେ ଚାପି ହୋଇଗଲା ଏକାଧିକ ଜୀବନ । ଯେଉଁ ଆଡ଼େ ଦେଖ କୁଢ଼ କୁଢ଼ ମୃତ ଶବ…

ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ସୂଚନା ଆସୁଛି ବାଲେଶ୍ୱର ଟ୍ରେନ ଦୁର୍ଘଟଣା ମାମଲା । ଏହା କୌଣସି ଛୋଟ ଘଟଣା ନୁହେଁ । ଅତ୍ୟନ୍ତ ନିର୍ଦୋୟ ଏବଂ ମର୍ମନ୍ତୁଦ ଘଟଣା ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । କାରଣ ଏଭଳି ଘଟଣା ଇତିହାସରେ ପ୍ରଥମ । ଗୋଟିଏ ଟ୍ରେନ ନୁହେଁ ବରଂ ତିନି ତିନୋଟି ଟ୍ରେନ ମଧ୍ୟରେ ଗମ୍ଭୀର ଦୁର୍ଘଟଣା ଘଟିଛି ଆଉ ଅନେକଙ୍କ ଜୀବନ ଯାଇଛି । ଯାହାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଅଟେ । ତେବେ କହିରଖିବୁ ଯେ ଗତକାଲି ହାଓଡ଼ା ରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ଏବଂ ଅନ୍ୟ ଏକ ଏକ୍ସପ୍ରେସ ସହିତ ଏକ ମାଲବାହୀ ଗଡ଼ିର ଧକ୍କା ହୋଇଥିଲା ।

ପୂର୍ବରୁ ମଧ୍ୟ କରମଣ୍ଡଳ ଏକ୍ସପ୍ରେସର ଅନେକ ଦୁର୍ଘଟଣା ହୋଇଛି କିନ୍ତୁ ଏଭଳି ଦୁର୍ଘଟଣା ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଏକାଧିକ ପରିବାର ନିଜ ଘରୁ ବାହାରକୁ କିମ୍ବା ବାହାରୁ ଘରକୁ ଯାତ୍ରା କରୁଥିଲେ । ତେବେ ହାଓଡ଼ାରୁ ଚେନ୍ନାଇ ଯାଉଥିବା ଏହି ଟ୍ରେନ ବାଲେଶ୍ଵରରେ ୬.୩୬ ରେ ପହଞ୍ଚିଥିଲା ଏବଂ ବାଲେଶ୍ଵରରେ ଟ୍ରେନର ରହିବାର ସମୟ ଥିଲା ୨ ମିନିଟ ।

ତେବେ ଏହାପରେ ୬.୩୮ ଅର୍ଥାତ ସମ୍ପୂର୍ଣ୍ଣ ନିର୍ଦିଷ୍ଟ ସମୟରେ ବାଲେଶ୍ୱର ଷ୍ଟେସନରୁ ଛାଡ଼ିଥିଲା । ଆଗାମୀ ଷ୍ଟେସନ ଥିଲା ବାହାନଗା ଯେଉଁଠି ଟ୍ରେନ ଅଟକିବାର ନଥିଲା । ତେବେ ଏହି ଷ୍ଟେସନ ଆଖପାଖରେ ଏଭଳି ଏକ ଦୁର୍ଘଟଣା ଘଟି ଯାଇଥିଲା । କେହି କିଛି ବୁଝିବା ଆଗରୁ ଅନ୍ୟ ଏକ ଟ୍ରେନର ଇଞ୍ଜିନ ଆସି କରମଣ୍ଡଳ ଟ୍ରେନ ଉପରେ ଚଢ଼ି ହୋଇ ଯାଇଥିଲା ।

ପୁଣି ଏହାପରେ ୟଶବନ୍ତପୁର ଏକ୍ସପ୍ରେସ ଟ୍ରେନ ଆସି ଏହି ଦୁଇ ଟ୍ରେନ ସହିତ ଧକ୍କା ହୋଇଥିଲା । କରମଣ୍ଡଳ ଏକ୍ସପ୍ରେସର ଚାରୋଟି ବଗି ଏବଂ ୟଶବନ୍ତପୁର ଏକ୍ସପ୍ରେସର ତିନୋଟି ବଗି ଲାଇନ ବିଚ୍ୟୁତ ହୋଇ ସମ୍ପୂର୍ଣ୍ଣ ଓଲଟି ଯାଇଥିଲା । ଯେଉଁ କାରଣରୁ ଏକାଧିକ ଯାତ୍ରୀ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ଘଟଣା ଘଟିବାର କିଛି ସମୟ ପରେ ସ୍ଥାନୀୟ ଲୋକେ ଏବଂ ଉଦ୍ଧାର ପାଇଁ ଟିମ ଆସି ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ବର୍ତ୍ତମାନ ସମୟରେ ଏହି ସୂଚନା ରହିଛି ଯେ ଏହି ଦୁର୍ଘଟଣା କାରଣରୁ ୨୩୩ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ଏବଂ ଏହାବ୍ୟତୀତ ୯୦୦ ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମଧ୍ୟ ରହିଛି ।

ଆହତଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଏବଂ ଅତି ଗୁରୁତର ହେଲେ କଟକ ମେଡିକାଲକୁ ପଠା ଯାଇଥିବା ସୂଚନା ରହିଛି । ବର୍ତ୍ତମାନ ସମୟରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢ଼ିବା ନେଇ ଆଶଙ୍କା କରାଯାଉଥିବା ସହିତ ଉଦ୍ଧାର କାର୍ଯ୍ୟ ଏବେବି ଜାରି ରହିଛି । ଯେଉଁଠି ଦେଖ ଚିତ୍କାର ଏବଂ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଅଞ୍ଚଳ ।

Leave a Reply

Your email address will not be published. Required fields are marked *