ବେକରେ ବୋମା ପକାଇ କାହାକୁ ଖାତିର ନକରି ବିଧାନସଭା ଭିତରକୁ ଏମିତି ପଶିଗଲେ ବିଧାୟକ । ଯାହାକୁ ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ ।

ବେକରେ ବୋମା ପକାଇ ବିନା ଭୟରେ ଏମିତି କିଛି କରି ଦେଇଛନ୍ତି ବିଧାୟକ ଜଣକ । ବେକରେ ମାଳ ମାଳ ବୋମା ପକାଇ ବିଧାୟକ ଜଣକ ସିଧାସଳଖ ବିଧାନସଭା ଭିତରକୁ ପଶି ଯାଇଛନ୍ତି । ଯାହାକୁ ଦେଖି ସୁରକ୍ଷା ବଳୟ ମଧ୍ୟ ପୁରାପୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବିଧାନସଭା ନିକଟରେ ଶହ ଶହ ପୋଲିସ ଥିବା ସତ୍ତ୍ୱେବି ସେହି ବିଧାୟକଙ୍କୁ କେହିବି ଅଟକାଇ ପାରି ନଥିଲେ । ବିଧାୟକ ଜଣକ ବେକରେ ବୋମା ପକାଇ ସିଧା ବିଧାନସଭା ଭିତରେ ପହଞ୍ଚିଗଲେ । ଏହି ବିଧାୟକ ଜଣକ ହେଉଛନ୍ତି କଂଗ୍ରେସର । ଆଉ ଏହି ଘଟଣା ଘଟିବାର କାରଣ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏ ହେଉଛନ୍ତି ମଧ୍ୟପ୍ରଦେଶର ବିଧାୟକ ଆର.କେ ଦଗନେ । ଭାଇରଲ ହେଉଥିବା ଫୋଟରେ ଆପଣ ମାନେ ସ୍ପଷ୍ଟ ଭାବରେ ଦେଖି ପାରିବେ ଯେ ବିଧାୟକ ଜଣକ ଧଳା ରଙ୍ଗର ପୋଷାକ ତ ପିନ୍ଧିଛନ୍ତି କିନ୍ତୁ ଧଳା ପୋଷାକ ଉପରେ ମାଳ ମାଳ ବୋମା ଝୁଲୁଛି । ଆଉ ବିଧାନସଭା ଭିତରେ ସେ ପଶିବା ମାତ୍ରେ ସେଠାରେ ଥିବା ଅନ୍ୟ ବିଧାୟକ ଏବଂ ସମସ୍ତେ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଥିଲେ ।

କିନ୍ତୁ ପରେ ବିଧାୟକଙ୍କ ବେକରେ ପଡ଼ିଥିବା ବୋମା ଅସଲି ନୁହେଁ ବରଂ ନକଲି ଥିବା ଜଣା ପଡ଼ିଥିଲା । ଏସବୁ କେବଳ ଧାରଣା ପାଇଁ ଥିଲା । ବିଧାନସଭା ଭିତରେ ବିଧାୟକ ଜଣକ କେବଳ ଧାରଣା ଦେବାପାଇଁ ଏଭଳି ବେକରେ ନକଲି ବୋମା ପକାଇଥିଲେ ।

ବର୍ତ୍ତମାନ ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବିଧାୟକ ଆର.କେ ଦୋଗନେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମଧ୍ୟପ୍ରଦେଶ ହରତା ଜିଲ୍ଲା ସ୍ଥିତ ଏକ ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଜଣ ଆହତ ହୋଇଥିଲେ । ୫୦ ରୁ ଅଧିକ ଘର ମଧ୍ୟ ଜଳି ଯାଇଥିଲା ।

ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ୨୦ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଉଦବେଗଜନକ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଛି । ଏହି ବିସ୍ଫୋରଣ ଘଟଣାରେ ରାଜ୍ୟ ସରକାର ଜିଲ୍ଲାପାଳ ଋଷି କରଙ୍କୁ ବଦଳି କରିବା ସହିତ ଏସପି ସଞ୍ଜୀବ କୁମାର ଗୋପାଳଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରିଛନ୍ତି । ଏହି ବିସ୍ଫୋରଣକୁ ନେଇ କଂଗ୍ରେସ ବିଧାୟକ ଆର.କେ ଦଗନେ ପ୍ରତିବାଦ କରିଥିଲେ ।

Leave a Reply

Your email address will not be published. Required fields are marked *