ଓଡ଼ିଶାରେ ପର ପୁରୁଷ ସହିତ ଶୋଇ , ସ୍ତ୍ରୀ ବନାଉଛି ରିଲ । ସେପଟେ କର୍ଣ୍ଣାଟକରେ ସ୍ତ୍ରୀ ପାଇଁ କାନ୍ଦୁଛି ସ୍ୱାମୀ ।

ଦେଶରେ ଆଉ ବିବାହର ମୂଲ୍ୟ କିଛି ନାହିଁ । ଯିଏ ଯେତେବେଳେ ଇଚ୍ଛା ବିବାହ କରୁଛି । ଯିଏ ଯେତେବେଳେ ଇଚ୍ଛା ଛାଡ଼ି ଦେଉଛି ଏବଂ ଯିଏ ଯେତେବେଳେ ଇଚ୍ଛା ନିଜ ପାର୍ଟନରକୁ ଛାଡ଼ି ଅନ୍ୟ କାହା ସହିତ ରହୁଛି । ବର୍ତ୍ତମାନ ସମୟରେ ସମ୍ପର୍କର କିଛି ମୂଲ୍ୟ ନାହିଁ । ସ୍ୱାମୀର ସ୍ତ୍ରୀ ଉପରେ ଭାରି ଭରସା ଯେ ସ୍ତ୍ରୀ ନିଶ୍ଚିତ କେବେ ନା କେବେ ଫେରି ଆସିବ କାରଣ ସ୍ତ୍ରୀ କୁଆଡ଼େ ତାକୁ ଭାରି ଭଲପାଏ ।

କିନ୍ତୁ ଆଜି ସ୍ତ୍ରୀର ରିଲସ ଦେଖିବା ପରେ ସ୍ବାମୀ ସ୍ତ୍ରୀ ଆସିବାର ଆଶା ତ ଛାଡ଼ି ଦେଇଛି । ତାସହିତ ଏଭଳି ସ୍ତ୍ରୀ ସହିତ ଆଉ ରହିବାକୁ ଇଚ୍ଛା ପ୍ରକାଶ କରିନାହିଁ । ଆଜ୍ଞା ହଁ ! କର୍ଣ୍ଣାଟକର ବୋହୂ କିନ୍ତୁ ବର୍ତ୍ତମାନ ସ୍ତ୍ରୀ ଓଡ଼ିଶାରେ ପର ପୁରୁଷ ସହିତ ସେଜରେ ଶୋଇ ରିଲସ ବନାଉଛି । ଯାହାକୁ ଦେଖି ସ୍ୱାମୀ ସେଭଳି ସ୍ତ୍ରୀ ସହିତ ଆଉ ରହିବେନି ବୋଲି କହିବା ସହିତ ତାଙ୍କର ୧୦ ବର୍ଷର ପୁଅକୁ ଫେରାଇ ଆଣିବାକୁ ନିଜ ଶ୍ୱଶୁରଙ୍କୁ କହିଛନ୍ତି ।

ସୂଚନା ଅନୁଯାୟୀ କର୍ଣ୍ଣାଟକର ବିଜେପୁର ଖୁଣ୍ଡୁଆନ ଗାଁର ସୁନିତା ସିଂଦେ ୧୨ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଗୋଟିଏ ୧୦ ବର୍ଷ ପୁଅ ଏବଂ ୫ ବର୍ଷର ଝିଅ ମଧ୍ୟ ଅଛି । ତେବେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହେବାରୁ ସୁନିତା ନିଜ ବାପ ଘରେ ଆସି ରହୁଥିଲେ । ସୁନିତାଙ୍କ ବାପା ସିରିଡ଼ି ସାଇ ବାବାଙ୍କର ଜଣେ ବଡ଼ ଭକ୍ତ ହୋଇ ଥିବାରୁ ସେ ଏକ ଗାଡ଼ିରେ ବସି ସବୁବେଳେ ମହିଳା ପ୍ରଚାର କରୁଥିଲେ ।

ସାଙ୍ଗରେ ଝିଅକୁ ନେଇ ଏବଂ ନାତିକୁ ନେଇ ମଧ୍ୟ ଓଡ଼ିଶା ଯାଇଥିଲେ ସାଇ ବାବାଙ୍କ ମହିମା ପ୍ରଚାର ପାଇଁ । କିନ୍ତୁ ସେଠାରେ ଝିଅକୁ ଅନ୍ୟ ଜଣେ ପୁରୁଷ ସହିତ ପ୍ରେମ ହୋଇଯିବାରୁ ସେ ସେଠାରୁ ଫେରାର ହୋଇ ଯାଇଥିଲା । ବାପା ତାକୁ ଅନେକ ଚେଷ୍ଟା ପରେବି ପାଇ ନଥିଲେ ।

କିନ୍ତୁ ସ୍ୱାମୀ କହୁଥିଲେ ଯେ କେବେ ନା କେବେ ତାଙ୍କ ସ୍ତ୍ରୀ ଏବଂ ପୁଅ ତାଙ୍କ ପାଖକୁ ଫେରି ଆସିବେ । କିନ୍ତୁ ନିଜ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ରିଲସ ଦେଖିବା ପରେ ସେ ନିଜ ସ୍ତ୍ରୀ ସହିତ ଆଉ ନରହିବା ସହିତ ନିଜ ପୁଅକୁ ଫେରାଇ ଆଣିବାକୁ ତାଙ୍କ ଶ୍ୱଶୁରଙ୍କୁ କହିଥିଲେ । ତେବେ ଏହାପରେ ସୁନିତାଙ୍କ ବାପା ଓଡ଼ିଶା ଆସି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଆଉ କହିଛନ୍ତି ଯେ ମୋର ବିବାହିତ ଝିଅ ସହିତ ୧୦ ବର୍ଷର ନାତିକୁ ପଟ୍ଟାମୁଣ୍ଡାଇ ଅଞ୍ଚଳର କାଣ୍ଟିଆ ଗାଁର କୁନାଦାସ ନେଇ ଯାଇଛି । ତେଣୁ ସେ ଚାହୁଁଛନ୍ତି ଯଥାଶୀଘ୍ର ତାଙ୍କ ନାତୀଙ୍କୁ ସେମାନେ ଫେରାଇ ଦିଅନ୍ତୁ । କାରଣ ସୁନିତାଙ୍କ ସ୍ୱାମୀ ଯେଉଁ ଭଳି ଭାବରେ ତାଙ୍କ ଝିଅ ନାମରେ ଶ୍ୱଶୁରଙ୍କୁ କହୁଛନ୍ତି ତାହା ତାଙ୍କୁ ଭାରି କଷ୍ଟ ଦେଉଛି ।

Leave a Reply

Your email address will not be published. Required fields are marked *