ସୋସିଆଲ ମିଡିଆରେ ରାଣୀ ପଣ୍ଡା କହିଲେ ଏମିତି , ମୋତେ ଆଗ MLA କର

ଅନେକ ସମୟରେ ପୁରା ଓଡ଼ିଶାରେ ତଥା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ଯାତ୍ରା ଅଭିନେତ୍ରୀ ତଥା ଆଇଟମ କୁଇନ୍ ରାଣୀ ପଣ୍ଡା । ତାଙ୍କର ଗୋଟିଏ ଗୋଟିଏ କଥା କିଛି ଲୋକଙ୍କୁ ଭଲ ଲାଗୁଥିବା ବେଳେ ଆଉ କିଛି ଲୋକଙ୍କୁ ଭଲ ଲାଗି ନଥାଏ । ଅନେକ ସମୟରେ ଲୋକଙ୍କୁ ଠାରୁ ସେ ଖରାପ କଥାରେ ଗାଳି ମଧ୍ୟ ଶୁଣିଥାଆନ୍ତି । ତେବେ ଖାଲି ଏତିକି ନୁହେଁ , ଅନେକ ସମୟରେ ସେ ସୋସିଆଲ ମିଡିଆରେ ସେ କିଛି ଭିଡିଓ କରି ଛାଡି ଥାଆନ୍ତି , ଯାହା ତାଙ୍କ ଜୀବନ ସହିତ ଜଡ଼ିତ ହୋଇଥାଏ ।

ତେବେ ଅନ୍ୟ ପକ୍ଷରେ କହିବାକୁ ଗଲେ , ରାଣୀ ପଣ୍ଡାଙ୍କୁ କିଛି ଲୋକ ଖରାପ କହୁଥିବା ବେଳେ ତାଙ୍କ ଭିତରେ ଅନେକ ଭଲ ଗୁଣ ମଧ୍ୟ ରହିଛି । କାହିଁକି ନା ସବୁବେଳେ ସେ ଗରିବ , ଦୁଃଖୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆଗେଇ ଆସିଥାନ୍ତି । ଆଉ ସେମାନଙ୍କ ଦୁଃଖ ସୁଖରେ ଯାଇ ଛିଡା ହୋଇ ଥାଆନ୍ତି । ଆଉ ତେବେ ଏହି ସାହାଯ୍ୟ ସହଯୋଗକୁ ନେଇ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ମୁଁହ ଖୋଲିଛନ୍ତି । ଯାହାକୁ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତାଙ୍କ ରାଣୀ ପଣ୍ଡାଙ୍କ କହିବା ଅନୁସାରେ , ତାଙ୍କୁ ସୋସିଆଲ ମିଡିଆରେ ଅନେକ ମେସେଜ ଆସିଥାଏ । ଲୋକ ମାନେ ତାଙ୍କୁ ସାହାଯ୍ୟ ମାଗି ଥାଆନ୍ତି ଆଉ କହିଥାନ୍ତି ଆମକୁ ଟିକିଏ ସାହାଯ୍ୟ କରନ୍ତୁ , ନଚେତ୍ ଆମେ ଭାସିଯିବୁ । ତେବେ ଏହି କ୍ଷେତ୍ରରେ ରାଣୀ ପଣ୍ଡା କହିଛନ୍ତି ଯେ , ସେ ବି ସାଧାରଣ ନାରୀଟିଏ । ତାଙ୍କ ପାଖରୁ ଏତେ ଟଙ୍କା ଆସିବ କେଉଁ ଠାରୁ । ରାତି ରାତି ଅନିଦ୍ରା ରହି କାମ କରିଲେ ତାଙ୍କୁ ଟଙ୍କା ମିଳୁଛି । ଏପରିକି ସେଥିରୁ ଟଙ୍କା କାଟିବା ପାଇଁ ମାଲିକ କହୁଛନ୍ତି । ତେଣୁ ସେ ଏପରି ହେଲେ ଚଳିବେ କେମିତି ଆଉ ଲୋକଙ୍କୁ ସାହାଯ୍ୟ କରିବେ କେମିତି ।

ତେଣୁ ସେ କହିଛନ୍ତି କି , ତାଙ୍କୁ ଗୋଟିଏ ଅଞ୍ଚଳର MLA କରାଇ ଦିଅନ୍ତୁ । ଆଉ ତାଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜିତାଇ ଦିଅନ୍ତୁ । ତାପରେ ଦେଖିବେ ରାଣୀ ପଣ୍ଡା କଣ କରିପାରେ । ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଯିବେ । ଯେଉଁ ମିଛ , ଭଣ୍ଡ ନେତା ମନ୍ତ୍ରୀ ମାନଙ୍କୁ ଭୋଟ ଦେଉଛନ୍ତି ଦୟା କରି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଆଉ ରାଣୀ ପଣ୍ଡାଙ୍କୁ ଭୋଟ ଦିଅନ୍ତୁ। ଦେଖିବେ ଆଉ କାହାର କିଛି ଅଭାବ ରହିବ ନାହିଁ ଆଉ ସୁଖ ଦୁଃଖରେ ରାଣୀ ପଣ୍ଡା ତାଙ୍କ ପାଖରେ ଛିଡା ହୋଇଥିବେ ।

Leave a Reply

Your email address will not be published. Required fields are marked *