ଦୀପିକା ପରେ ପଦ୍ମିନୀ , ଶାଶୁ ଘର ଆଗରେ ଧାରଣା ଦେଇ ବସିଛନ୍ତି

ସାରା ଓଡ଼ିଶାକୁ ଦୋହଲାଇ ଦେଇଥିଲା କେ ଦୀପିକାଙ୍କ ଧାରଣା । ମାସ ମାସ ଧରି ସେ ନ୍ୟାୟ ପାଇବା ପାଇଁ ଶାଶୁ ଘର ଆଗରେ ଧାରଣା ଦେଇ ବସିଥିଲେ ଆଉ ଶାଶୁ ଘର ଲୋକ ତାଙ୍କୁ ବୋହୂ ଭାବରେ ଗ୍ରହଣ ନ କରିଲେ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ । ଆଉ ଠିକ୍ ତାଙ୍କ ପରେ ପରେ ଅନେକ ମହିଳାଙ୍କୁ ଶାଶୁ ଘର କିମ୍ବା ପ୍ରେମିକ ଘର ଆଗରେ ଧାରଣା ଦେଇ ବସିଥିବାର ଦେଖା ଯାଇଥିଲା । ନିଜ ଅଧିକାର କେହି କିଛି ବି କରିବାକୁ ରାଜି ଥିଲେ ।

ତେବେ ବର୍ତ୍ତମାନ ସମୟରେ ସେହି ଭଳି ଜଣେ ମହିଳା ସାମ୍ନାକୁ ଆସିଛନ୍ତି । ସେ ହେଉଛନ୍ତି ପଦ୍ମିନୀ ସ୍ୱାଇଁ । ନିଜ ଶାଶୁ ଘର ଆଗରେ ୬ ଦିନ ଧରି ଦୁଇ ପୁଅଙ୍କୁ ନେଇ ଧାରଣା ଦେଇ ବସିଛନ୍ତି । କାହିଁକି ନା ଶାଶୁ ଘର ଲୋକ ତାଙ୍କୁ ବୋହୂ ଭାବରେ ଗ୍ରହଣ କରିବାକୁ ରାଜି ନାହାଁନ୍ତି । ତେବେ ଏହି ଘ-ଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ । ସୂଚନା ଅନୁସାରେ , ପଦ୍ମିନୀ ବିବାହ କରିବା ପରେ ବହୁତ ଖୁସି ଥିଲେ । ଆଉ ଦୁଇ ପୁଅ ମଧ୍ୟ ତାଙ୍କ କୋଳକୁ ଆସିଥିଲେ । କିନ୍ତୁ ଧୀରେ ଧୀରେ ସମୟ ବଦଳି ଯାଇଥିଲା ଆଉ ସମସ୍ୟା ଆସିଥିଲା।

ଆଉ ଶାଶୁ ଘର ଲୋକ ପଦ୍ମିନୀଙ୍କ ଉପରେ ମିଛ ଦୋ-ଷ ଲଗାଇ ଘରୁ ବାହାର କରି ଦେଇଥିଲେ । ଶାଶୁ ଘର ଲୋକ କହିବାରେ ଲାଗିଛନ୍ତି କି , ପଦ୍ମିନୀ ଆଉ କେଉଁ ପୁଅକୁ ଭଲ ପାଉଛି । ଆଉ ସେହି ମିଛକୁ ମିଛ ପ୍ରମାଣିତ କରିବା ପାଇଁ ପଦ୍ମିନୀ ଛଅ ଦିନ ହେଲା ଦୁଇ ପିଲାଙ୍କୁ ଧରି ଖରା ବର୍ଷା ଖାତିର ନ କରି ଧାରଣା ଦେଇ ବସିଛନ୍ତି । ଛଅ ଦିନ ହେଲା ଦୁଇ ପିଲା ସ୍କୁଲ ମଧ୍ୟ ଯାଇ ନାହାଁନ୍ତି । ସେମିତି ଦୁଇ ପିଲା ନିଜ ମାଆ ସହିତ ବାହାରେ ବସିଛନ୍ତି । ଯାହା ଦୁଇ ମୁଠା ଖାଇ ସେଠାରେ ପଡ଼ି ରହିଛନ୍ତି ।

କିନ୍ତୁ ସେପଟେ ଶାଶୁ ଘର ଲୋକ ତାଙ୍କ ଉପରକୁ ଅଳିଆ ଫୋପାଡ଼ିବା ସହିତ ତାଙ୍କ ପିଲା ମାନଙ୍କ ଉପରକୁ ମଧ୍ୟ ଫୋପାଡ଼ି ଥିଲେ । ଯାହା ପରେ ସେ ପୋଲିସକୁ ମଧ୍ୟ ଜଣାଇ ଥିଲେ । କିନ୍ତୁ ପୋ-ଲିସ ନିଜେ ତାଙ୍କୁ କିଛି ସାହାଯ୍ୟ ନ କରୁଥିବା କଥା କହିଛନ୍ତି ପଦ୍ମିନୀ । ସେ କହିଛନ୍ତି କି , ଶାଶୁ ଘର ଲୋକଙ୍କ ମି-ଥ୍ୟା ଅଭି-ଯୋଗକୁ ପ୍ରମାଣ କରି ଦେଖାଇବେ । ସେ ଏମିତି କେତେ ଦିନ ଦୁଇ ପିଲାଙ୍କୁ ଧରି ବସିବେ ଆଉ ତାଙ୍କ ଜୀବନ ଖରାପ କରିବେ । ସେ ଏମିତି ସଂ-ଘର୍ଷ କରି ନିଜକୁ ଠିକ୍ ପ୍ରମାଣ କରିବେ କିନ୍ତୁ ଦୁଇ ପିଲାଙ୍କ ଜୀବନ କେବେ ଖରାପ ହେବାକୁ ଦେବେ ନାହିଁ ।

Leave a Reply

Your email address will not be published. Required fields are marked *