ମଣିଷ ହା-ଡ଼ରେ ତିଆରି ହୋଇଛି ଏହି ରାଜପଥ , ଶୁଣିଲେ ଚମକି ପଡ଼ିବେ ଆପଣ

ଆପଣ ସମସ୍ତେ ଜାଣିଥିବେ କି , ଗୋଟିଏ ରାସ୍ତା ତିଆରି କରିବା ପାଇଁ କେବଳ ଗୋଡ଼ି , ସିମେଣ୍ଟ , ବାଲି ଇତ୍ୟାଦି ଦରକାର ହୋଇଥାଏ । କିନ୍ତୁ କେବେ ଶୁଣିଛନ୍ତି କି , ଗୋଟିଏ ରାସ୍ତା ତିଆରି କରିବା ପାଇଁ ମଣିଷ ହାଡ ଦରକାର ହୋଇଛି । ବିଶ୍ୱାସ ନ ହେଲେ ମଧ୍ୟ କଥାଟି ପୁରାପୁରି ସତ । ଏପରି ଏକ ଅଦ୍ଭୂ-ତପୂର୍ବ ଘ-ଟଣା ଯାହା ଆଜି ବି ଲୋକଙ୍କ ମନରେ ଭ-ୟ ସୃଷ୍ଟି କରିଥାଏ ଆଉ ଏହାକୁ କେହି ସହଜରେ ବିଶ୍ୱାସ କରି ପାରନ୍ତି ନାହିଁ । ଏହି ରାସ୍ତାକୁ ଦୁନିଆଁର ଏକ ବିଶାଳ ରାସ୍ତା ଭାବରେ ମଧ୍ୟ ପରିଗଣିତ କରାଯାଏ । ତେବେ ଆସନ୍ତୁ ତାହା ବିଷୟରେ ଜାଣିବା ।

ସୂଚନା ଅନୁଯାୟୀ , ଏହି ରାସ୍ତା ତିଆରି କରିବା ପାଇଁ ମଣିଷ ହା-ଡ ବ୍ୟବହାର କରାଯାଇଛି । ତେବେ ଏହା କିଛି ଛୋଟ ମୋଟ ରାସ୍ତା ନୁହେଁ । ଦୁନିଆଁରେ ରହିଥିବା ଏକ ସୁଦୀର୍ଘ ରାଜପଥ ଏହା । ଏହି ରାସ୍ତାର ଲମ୍ବ ୨୦୨୫ କିମି । ଆଉ ମଣିଷ ହା-ଡ଼ରେ ତିଆରି ହୋଇଥିବାରୁ ଏହାକୁ ରୋଡ ଅଫ ବନ ମଧ୍ୟ କୁହାଯାଏ । ତେବେ ଏହି ରାସ୍ତାକୁ ତିଆରି କରିବା ପାଇଁ କାହିଁକି ମଣିଷ ହା-ଡ଼ର ବ୍ୟବହାର କରାଯାଇଛି , ତାହା ଆପଣଙ୍କୁ ଆଶ୍ଚର୍ୟ୍ଯ କରି ଦେଉଥିବ । ପ୍ରକୃତରେ ଏହି ରାସ୍ତାଟି ରହିଥିବା ସ୍ଥାନରେ ବହୁତ ଥଣ୍ଡା ପଡିଥାଏ । ତେଣୁ କରି ଏହି ରାସ୍ତାରେ ଗାଡ଼ି ଗୁଡ଼ିକର ଚକା ଖସି ଯାଇଥାଏ ।

ତେଣୁ କରି ଏହାକୁ ତିଆରି କରିବା ପାଇଁ ବାଲି , ଗୋଡ଼ି ସହିତ ମଣିଷ ମାନଙ୍କ ହା-ଡ ମିଶା ଯାଇଥିଲା । କିନ୍ତୁ ସବୁଠାରୁ ଦୁଃ-ଖର ବିଷୟ ହେଉଛି ଏହି ରାସ୍ତାକୁ ତିଆରି କରିବା ପାଇଁ ପ୍ରାୟତଃ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରା-ଣ ହରାଇବା ପାଇଁ ପଡ଼ିଥିଲା । ତେବେ ହଁ ଆଜ୍ଞା ଏହି ରାସ୍ତାଟି ଋଷ ରେ ରହିଛି , ଯାହା କୋଲିମା ରାଜପଥ ନାମରେ ଜଣାଶୁଣା । ଋଷ ର ପୂର୍ବ ଅଞ୍ଚଳରେ ରହିଥିବା ଏହି ରାଜପଥ ୟାକୁଦ ସହରରେ ଅପର ପାର୍ଶ୍ଵରେ ଥିବା ଲେନା ନଦୀ କୂଳରେ ନିଜିନିବେସ୍ତିଆ ଦେଇ ମାଦାଦାନକୁ ସଂଯୋଗ କରୁଛି । କୁହାଯାଏ ୧୯୩୦ ମସିହାରେ ଏହି ରାଜପଥ କାମ ଆରମ୍ଭ ହୋଇଥିଲା । ସୋଭିଏତ ୟୁନିଅନର ଏକଛତ୍ରବାଦୀ ଶାସକ ଜୋସେଫ ସ୍ତାଲିନ ସମୟରେ ଏହାକୁ ଆରମ୍ଭ କରା ଯାଇଥିଲା ।

କୋଲିମା କ୍ୟାମ୍ପରେ ଥିବା ବ-ନ୍ଦୀ ଶ୍ରମିକ ଏବଂ କଏ-ଦୀ ମାନଙ୍କୁ ଏହି କାମରେ ଲଗା ଯାଇଥିଲା । କୁହାଯାଏ ଏହି କ୍ୟାମ୍ପକୁ ଯଦି ଥରେ କେହି ଯାଏ , ତେବେ ସେଠାରୁ ଫେରିବା ଅସମ୍ଭବ । ଯଦି ବି କେହି ସେଠାରୁ ଖସିବାକୁ ଚେଷ୍ଟା କରୁଥିଲା , ତେବେ ତାକୁ ମୃ-ତ୍ୟୁ ଦ-ଣ୍ଡ ମିଳୁ ଥିଲା । ଆଉ ଯଦି ବି କେହି ସେଠାରୁ ଖସି ଆସୁଥିଲା , ତେବେ ଏତେ ଥଣ୍ଡା ଯୋଗୁଁ ସେହି ରାସ୍ତାରେ ହିଁ ମ-ରି ଯାଉଥିଲା । ନଚେତ୍ ତାକୁ ସେହି ଅଞ୍ଚଳରେ ଭାଲୁ ଖାଇ ଦେଉଥିଲା । ତେବେ ଖାଲି ଏତିକି ନୁହେଁ , ଥଣ୍ଡା ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ କାମ କରୁଥିବା କ-ଏଦୀ ମାନଙ୍କୁ ଅନେକ ରୋ-ଗ ହେଉଥିଲା ଆଉ ସେମାନେ ମ-ରି ଯାଉଥିଲେ । ଯାହା ଫଳରେ ସେମାନଙ୍କୁ ସେଠାରେ ପୋତି ଦିଆ ଯାଉଥିଲା । ତେବେ ଏହି ଭଳି ଭାବରେ ଲକ୍ଷ ଲକ୍ଷ କ-ଏଦୀ ମାନଙ୍କ ହା-ଡ ନେଇ ସେହି ରାସ୍ତା ତିଆରି ହେଉଥିଲା ।

Leave a Reply

Your email address will not be published. Required fields are marked *