ଜଙ୍ଗଲ DFO ଏବଂ ରେଞ୍ଜରଙ୍କୁ ହାତ ମୁଠାରେ ରଖିଛନ୍ତି ମହିଳା । ଆଉ ଗଛ କାଟି କରୁଛନ୍ତି କୋଟି କୋଟି ଟଙ୍କାର କାରବାର । ଆଉ ଲୋକେ ଜାଣିବା ପରେ …….

ଆଜିକାଲି ଯେଉଁଠି ଦେଖ ଦୁର୍ନୀତି । ଆଉ ପାଠୁଆ ଲୋକ ହିଁ ଅଧିକ ଦୁର୍ନୀତିଗ୍ରସ୍ତ ଅଟନ୍ତି । ଏସବୁ କେବଳ କମ ସମୟରେ ଟଙ୍କା ରୋଜଗାର କରିବାର ଇଚ୍ଛା କାରଣରୁ ହିଁ ହେଉଛି । ଆଉ ଏପଟେ କିଛି ଲୋକ ଅଛନ୍ତି ସାଧାରଣ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଲୁଟି ଟଙ୍କା ରୋଜଗାର କରିବାରେ ବ୍ୟସ୍ତ ।

ସେଠାରେ ପୁଣି ଏହି ବନରକ୍ଷୀ ମ୍ୟାଡ଼ମ ବା କେମିତି ବାଦ ପଡ଼ିବେ । ଆଉ ଏହି ମହିଳାଙ୍କ କାରନାମା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଯେ , ନିମ୍ନ ପଦବୀରେ ଥାଇବି ସୁଦ୍ଧା କିପରି କୋଟି କୋଟି ଟଙ୍କାର ମଳିକାଣି ହୋଇଛନ୍ତି । ତେବେ ସୂଚନା ଅନୁଯାୟୀ ଏଭଳି କିଛି ଘ-ଟଣା ସାତକୋଶିଆ ରେଞ୍ଜରେ ଦେଖିବାକୁ ମିଳିଛି ।

ଯେଉଁଠି ବନରକ୍ଷୀ ମ୍ୟାଡ଼ମ ଜଣକ ଜଙ୍ଗଲର କିଛି ଅଞ୍ଚଳ ଘେରାଉ କରିବା ସହିତ ଜଙ୍ଗଲ କାଟି ବିକ୍ରି ମଧ୍ୟ କରୁଛନ୍ତି । ଆଉ ଏ ବିଷୟରେ ସାଧାରଣ ଲୋକେ ଅଭି-ଯୋଗ ମଧ୍ୟ ଆଣିଛନ୍ତି । ପୁଣି ଅଧିକ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ମହିଳାଙ୍କ ଉପର ପଦବୀରେ କାମ କରୁଥିବା ଡିଏଫଓ ଓ ରେଞ୍ଜର ,ଯେଉଁମାନଙ୍କ ବିନା ଅନୁମତିରେ କେହିବି ଗଛରୁ ପତ୍ରଟିଏବି ନେଇ ପାରିବେ ନାହିଁ । ସେମାନେ ମଧ୍ୟ ଚୁପ ରହିଛନ୍ତି । ମହିଳା ଜଣକ ଯେମିତି ସେମାନଙ୍କୁ ହାତ ମୁଠାରେ ରଖିଛନ୍ତି । ଏହି ମ୍ୟାଡ଼ମ ଜଣକ ଜଙ୍ଗଲରୁ କୋଟି କୋଟି ଟଙ୍କାର ଗଛ କାଟି ବିକ୍ରି କରି ଦେଇଥିବା କଥା ଅଭି-ଯୋଗ ହୋଇଥିଲା ।

ଏହାବ୍ୟତୀତ ଜଙ୍ଗଲର କିଛି ଜାଗା ନିଜ ଅକ୍ତିଆରର ରଖିଥିଲେ ଏହି ମ୍ୟାଡ଼ମ ଜଣକ । କିନ୍ତୁ ମ୍ୟାଡ଼ମଙ୍କ ଉପରେ ଡିଏଫଓ ଏବଂ ରେଞ୍ଜର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ତେବେ ସେହି ମ୍ୟାଡ଼ମ ଜଣକୁ ସାତକୋଶିଆ ରେଞ୍ଜରୁ କରଞ୍ଜିଆ ଜଙ୍ଗଲକୁ ଟ୍ରାନ୍ସଫର କରାଯାଇଛି ।

କିନ୍ତୁ ଡିଏଫଓ ଏବଂ ରେଞ୍ଜରଙ୍କୁ ହାତ ମୁଠାରେ ରଖି ସାତକୋଶିଆ ଜଙ୍ଗଲରୁ ମ୍ୟାଡ଼ମ ଯାଉ ନାହାଁନ୍ତି । ଏନେଇ ଲୋକେ ଡିଏଫଓ ଏବଂ ରେଞ୍ଜରଙ୍କୁ ଯୋଗାଯୋଗ କରିଥିଲେ । କିନ୍ତୁ ଡିଏଫଓ , ରେଞ୍ଜରଙ୍କ ଉପରେ ଦୋ-ଷ ଲଦୁଛନ୍ତି । ଏମିତିକି ଉଭୟେ ଉଭୟଙ୍କ ଉପରେ ଦୋ-ଷ ଲଦାଲଦି ହେଉଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା ହେ ସାତକୋଶିଆ ଜଙ୍ଗଲରୁ ଏହି ମ୍ୟାଡ଼ମ ଜଣକ କେବେ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *