ବିଦ୍ୟାଳୟରେ ମାତିଛି ଭୂତ , ଗୁଣିଆ ଆସିଲେ ମଧ୍ୟ ଛାଡି ଯାଉନାହିଁ

ଚାରିଆଡ଼େ ଭୟଙ୍କର ପରିବେଶ ଆଉ ସମସ୍ତେ କରୁଛନ୍ତି ଗୋଟିଏ ଚର୍ଚ୍ଚା ଆଉ ତାହା ହେଉଛି ସ୍କୁଲରେ ବାହାରିଛି ଭୂତ । ସ୍କୁଲ ଭିତରେ ଥିବା ସେହି ବୁଢ଼ା ବରଗଛ ମୂଳକୁ ଗଲେ ପିଲା ମାନେ ଅଜବ ବ୍ୟବହାର କରିବାକୁ ଲାଗୁଛନ୍ତି ଆଉ ଅଜବ ପାଟି ମଧ୍ୟ କରୁଛନ୍ତି । ତେବେ ଏପରି ଏକ ଘଟ-ଣାକୁ ନେଇ ବର୍ତ୍ତମାନ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ସତରେ କଣ ସ୍କୁଲ ଭିତରେ ଭୂତ ଅଛି ନା ଏହା ଏକ ମାନସିକ ରୋଗ । ଯାହା ଫଳରେ ପିଲା ମାନେ ଏପରି ବ୍ୟବହାର କରିବାରେ ଲାଗିଛନ୍ତି ।

ତେବେ ହଁ ଆଜ୍ଞା ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଭଦ୍ରକ ଜିଲ୍ଲାରେ । ସୂଚନା ଅନୁଯାୟୀ , ଭଦ୍ରକ ଜିଲ୍ଲା ବାସୁଦେବପୁର ନିକଟସ୍ଥ ଅଡ଼ୁଆ ନୋଡାଲ ପ୍ରାଇମେରୀ ସ୍କୁଲରେ ଏପରି ଭ-ୟଙ୍କର ଘ-ଟଣା ଦେଖିବାକୁ ମିଳିଛି । ଦୁର୍ଗାପୂଜା ପୂର୍ବରୁ ସବୁକିଛି ଠିକ୍ ଠାକ୍ ଥିଲା । କିନ୍ତୁ ହଠାତ୍ ଯେତେବେଳେ ସ୍କୁଲ ଛୁଟି ଖୋଲିଲା , ସେତେବେଳେ ସ୍କୁଲର ୬ ୭ ଜଣ ପିଲାଙ୍କ ଠାରେ ଏପରି ଲକ୍ଷଣ ଦେଖା ଦେଇଥିଲା । ସେମାନଙ୍କ ମୁଣ୍ଡ ପ୍ରଥମେ ବୁଲାଇବାକୁ ଲାଗିଲା ।

ଆଉ ତାପରେ ସେମାନେ ଧାଇଁ ଧାଇଁ ସେହି ବୁଢ଼ା ବରଗଛ ପାଖକୁ ଯିବାକୁ ଲାଗିଲେ ।ଆଉ ଆସିଲା ବେଳେ ଛୋଟେଇ ଛୋଟଇ ଆସିବାକୁ ଲାଗିଲେ । ତେବେ ଗାଆଁ ଲୋକ ମାନେ ଏପରି ପରିସ୍ଥିତି ଦେଖି ଗୁଣିଆକୁ ମଧ୍ୟ ଡକାଇ ଥିଲେ । କିନ୍ତୁ ଗୁଣିଆ କିଛି କରିପାରିଲା ନାହିଁ ଆଉ ଲୋକେ କହୁଛନ୍ତି ଏବେ ବି ଭୂତ ଅଛି । ସେହି ଭୂତ ପିଲା ମାନଙ୍କ ଉପରକୁ ମାଡ଼ି ବସୁଛି । ଅନେକ ଅଭିଭାବକ ମାନେ କହିଛନ୍ତି କି , ରାତିରେ ପିଲା ମାନେ କହୁଛନ୍ତି ତାଙ୍କୁ କିଏ ଧଳା ଶାଢ଼ୀ ପିନ୍ଧି ଆସି ମାଡ଼ି ବସୁଛି ।

ଆଉ କେବେ କେବେ କୁଣ୍ଢାଇ ଧରୁଛି । ଏହାପରେ ସେମାନେ ଭୟରେ ନିଜ ଘର ଲୋକଙ୍କ ପାଖକୁ ଧାଇଁ ପଳାଉଛନ୍ତି । ତେବେ ଏପରି ପରିସ୍ଥିତିରେ ଏହାର ସମାଧାନ କିପରି କରା ଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ । ପିଲା ମାନେ ହଠାତ୍ ଉଠି ସେହି ବୁଢ଼ା ବରଗଛ ପାଖକୁ ଧାଇଁ ଯିବାକୁ ନେଇ ସମସ୍ତଙ୍କ ମନରେ ଭ-ୟ । ସତରେ କଣ ଭୂ-ତ ସେହି ବରଗଛରେ ଅଛି , ତାହାକୁ ନେଇ ସମସ୍ତଙ୍କର ସ-ନ୍ଦେହ । ରାତି ହେଲେ ସେହି ବାଟ ଦେଇ କେହି ବି ଯିବାକୁ ଭ-ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *