ପ୍ରେମିକ ଘର ଆଗରେ ଧାରଣାରେ ପ୍ରେମିକା , ୨୮ ଦିନ ଧରି ଘର ଆଗରେ ଶୋଉଛନ୍ତି

ପ୍ରେମ କରିବା ପଡ଼ିଲା ମହଙ୍ଗା ଆଉ ଶେଷରେ ଏପରି ଦିନ ଦେଖିବାକୁ ପଡ଼ିବ ବୋଲି ଜଣା ନଥିଲା । ଜଣେ ଯୁବତୀ ନିଜ ପ୍ରେମ ପାଇଁ ଦୀର୍ଘ ୨୮ ଦିନ ହେବ ସଂ-ଘର୍ଷ କରିବାରେ ଲାଗିଛନ୍ତି । ସେଠାରେ ହିଁ ଖାଉଛନ୍ତି ଆଉ ସେଠାରେ ହିଁ ଶୋଇ ପଡ଼ୁଛନ୍ତି । ପ୍ରେମିକର ଘର ଦାଣ୍ଡ ସାଜିଛି ତାଙ୍କ ପାଇଁ ସବୁକିଛି । କିନ୍ତୁ ଏତେ ଦିନ ଚେଷ୍ଟା କରିବା ପରେ ମଧ୍ୟ ତାଙ୍କୁ କିଛି ସୁଫଳ ମିଳି ପାରିନାହିଁ । ତେବେ ଏପରି ଏକ ଘଟ-ଣାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା ।

ସୂଚନା ଅନୁଯାୟୀ , ସମ୍ବଲପୁରରୁ ଜଗତସିଂହପୁର ପର୍ଯ୍ୟନ୍ତ ଧାଇଁ ଆସିଛନ୍ତି ଯୁବତୀ ଜଣକ । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି , ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ନହରଣା ଗାଆଁରେ । ଆଶିଷ କୁମାର ରାଉତ ନାମକ ଜଣେ ଯୁବକ ସମ୍ବଲପୁରରେ ରହି କାମ କରୁଥିଲେ ।ତେବେ ସେଠାରେ ରହିବା ସମୟରେ ମୋବାଇଲରେ ତାଙ୍କର ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପ-ର୍କ ଗଢ଼ି ଉଠିଥିଲା । ଯୁବତୀ ଜଣକ ବାଙ୍ଗାଲୋରରେ ରହି କାମ କରୁଥିଲେ ଆଉ ତାଙ୍କ ଘର ଗଞ୍ଜାମ ଜିଲ୍ଲାରେ ଅଟେ ।

ତେବେ ଆଶିଷଙ୍କ ସହିତ ପ୍ରେମରେ ପଡ଼ିବା ପରେ ମିନତି ବାଙ୍ଗାଲୋର ଛାଡି ରେଙ୍ଗାଲି ପଳାଇ ଆସିଥିଲେ । ଆଉ ସେଠାରେ ଭଡ଼ା ଘରେ ରହିଥିଲେ । ତେବେ ଏହାରି ମଧ୍ୟରେ ସେମାନେ ୪ ମାସ ଧରି ଶାରୀ-ରିକ ସମ୍ପ-ର୍କ ରଖିଥିଲେ । କିନ୍ତୁ ଏହା ପରେ ଆଶିଷ ତାଙ୍କୁ ଛାଡି ଦେଇ ପଳାଇ ଆସିଥିଲେ । ତେବେ ପାଗଳ ଭଳି ହୋଇ ଯାଇଥିଲେ ମିନତି । ସେ କଣ କରିବେ ବୋଲି ଭାବି ପାରି ନଥିଲେ । ଆଉ ଶେଷରେ ମିନତି ନିଜ ପ୍ରେମକୁ ପାଇବା ପାଇଁ ଜଗତିସିଂହପୁର ବାହାରି ଆସିଥିଲେ ।

ତେବେ ଦୀର୍ଘ ୨୮ ଦିନ ଧରି ସେ ଧାରଣାରେ ବସିଛନ୍ତି । ସେଠାରେ ହିଁ ଖାଉଛନ୍ତି ଆଉ ସେଠାରେ ହିଁ ଶୋଉଛନ୍ତି । ଏତେ ଦିନ ଧାରଣାରେ ବସିବା ପରେ ମଧ୍ୟ ତାଙ୍କୁ କିଛି ନ୍ୟା-ୟ ମିଳି ପାରିନାହିଁ । ପ୍ରଶାସନ ମଧ୍ୟ କିଛି ପଦକ୍ଷେପ ନେବାକୁ ରାଜି ନାହିଁ । ଏପରିକି ଏ ବିଷୟରେ ସରପଞ୍ଚଙ୍କୁ ପଚାରିବାରୁ ସେ କହିଥିଲେ କି , ଏ ବିଷୟରେ ସେ କିଛି ବି ଜାଣି ନାହାଁନ୍ତି କି ତାଙ୍କୁ କେହି ଜଣାଇ ନାହାଁନ୍ତି । ଅନ୍ୟ ପକ୍ଷରେ ତାଙ୍କ ପ୍ରେମିକ ଆଶିଷ ତାଙ୍କ ଫୋନ ମଧ୍ୟ ଭାଙ୍ଗି ଦେଇଥିବା କଥା ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *