ସ୍ତ୍ରୀ କରୁଥିଲା ଅନ୍ୟ ଯୁବକ ସହ ରାସ-ଲୀଳା , ଧରିଲା ସ୍ଵାମୀ , ତାପରେ ସ୍ୱାମୀକୁ …

ଜଣେ ବିବାହିତା ମହିଳା । ବିବାହ କରିବାର ପ୍ରାୟ ୨୩ ବର୍ଷ ହେଲାଣି । ଆଉ ଦୁଇ ଦୁଇଟି ପିଲା । କିନ୍ତୁ ପ୍ରେମ କରିବାକୁ ମନ ଆଜି ବି ହେଉଛି । ଦୁଇ ଦୁଇଟି ପିଲା ଥାଇ ମଧ୍ୟ ପିଲା ମାନଙ୍କ କଥା ନ ଭାବି କି ପରିବାର କଥା ନ ଭାବି କେବଳ ନିଜ ସ୍ବାର୍ଥ ପାଇଁ ମହିଳା ଜଣକ ଏପରି କାମ କରିଛନ୍ତି , ଯାହା ବିଷୟରେ କହିବା ଅତ୍ୟନ୍ତ ଲ-ଜ୍ଜାକର ମନେ ହେଉଛି । ଆଜିକାଲି ଦେଖିବାକୁ ଗଲେ , ଏଭଳି ମହିଳା ମାନେ ଆଉ ପୁରୁଷ ମାନେ ଅଧିକ ପ୍ରେମରେ ପଡୁଛନ୍ତି , ଯେଉଁ ମାନେ ବିବାହ କରି ସାରିଛନ୍ତି ।

ତେବେ ଆଜି ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ । ସୂଚନା ଅନୁଯାୟୀ , ଜଣେ ମହିଳା ନିଜ ସ୍ଵାମୀ ଥାଉ ଥାଉ ମଧ୍ୟ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଆଉ ଯେତେବେଳେ ସ୍ଵାମୀ ସବୁ କଥା ଜାଣି ଦେଇଥିଲେ , ତାଙ୍କୁ ସାରା ଜୀବନ ବାଟରୁ ହଟାଇ ଦେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ସୌଭାଗ୍ୟବଶତଃ ମହିଳାଙ୍କ ସ୍ଵାମୀ ଜଣକ ବଞ୍ଚି ଯାଇଥିଲେ ଆଉ ବର୍ତ୍ତମାନ ମହିଳାଙ୍କ ସ୍ବାମୀ ଯାଇ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୁଆଖାଇ ଥା-ନା ବଡକଇଁଞ୍ଚି ନିକଟ ବାଲିସାହି ଗାଆଁରେ ।

ଏହି ଗାଆଁର ଅମୂଲ୍ୟ କୁମାର ଗୁରୁ ୨୦୦୦ ମସିହାରେ କଲ୍ୟାଣ ଦାସଙ୍କ ଝିଅ ବିଜୟଲକ୍ଷ୍ମୀ ଦାସଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା ଆଉ ହସ ଖୁସିରେ ପରିବାର ଆଗକୁ ବଢିଥିଲା । କିନ୍ତୁ ଧୀରେ ଧୀରେ ଯେତେବେଳେ ଅମୂଲ୍ୟ ସେନା ବାହିନୀରେ ଚାକିରି କରିବା ପାଇଁ ବାହାରକୁ ଚାଲି ଯାଇଥିଲେ । ଏପଟେ ସ୍ତ୍ରୀ ହରିରାମଚନ୍ଦ୍ରପୁର ଅଞ୍ଚଳର ବିକାଶ ବିଶ୍ଵାଳଙ୍କୁ ପ୍ରେମ କରି ବସିଥିଲେ । ଆଉ ଦୁହିଁଙ୍କ ମଧ୍ୟରେ ଏତେ ପ୍ରେମ ସମ୍ପ-ର୍କ ଆଗକୁ ବଢ଼ି ଯାଇଥିଲା କି , ଦୁହିଁଙ୍କ ମଧ୍ୟରେ ଶାରୀ-ରିକ ସ-ମ୍ପର୍କ ଗଢ଼ି ଉଠିଥିଲା ।

ତେବେ ଏପଟେ ସ୍ଵାମୀ ସବୁ କଥା ଜାଣି ପାରି ସ୍ତ୍ରୀଙ୍କୁ ବାରଣ କରିଥିଲେ । କିନ୍ତୁ ସ୍ତ୍ରୀ ମାନି ନଥିଲେ । ଓଲଟା ସ୍ତ୍ରୀ ଆଉ ତାଙ୍କ ପ୍ରେମିକ ମିଶି ସବୁଦିନ ପାଇଁ ଅମୂଲ୍ୟଙ୍କୁ ବାଟରୁ ହରାଇବା ପାଇଁ ଯୋଜନା କରୁଥିଲେ । ଆଉ ବିଜୟଲକ୍ଷ୍ମୀ ଅମୂଲ୍ୟଙ୍କୁ କୋଲ ଡ୍ରିଙ୍କ ରେ ଏକ ନି-ଶାଦ୍ର-ବ୍ୟ ମିଶାଇ ଦେଇଥିଲେ ଆଉ ତାଙ୍କୁ ତକିଆ ଜାକି ମା-ରିବାକୁ ଯୋଜନା କରିଥିଲେ ।ଆଉ ଏଥିରେ ତାଙ୍କ ସାଥ ଦେଇଥିଲେ ତାଙ୍କ ପୁଅ , ସ୍ତ୍ରୀ ଆଉ ପ୍ରେମିକ । ତେବେ ଏହାପରେ ଅମୂଲ୍ୟ ଯେମିତି ହେଉ ସେଠାରୁ ମୁକୁଳି ଆସିଥିଲେ ଆଉ ପୋଲିସ ପାଖରେ ସବୁ କହିଥିଲେ । ତେବେ ବର୍ତ୍ତମାନ ଅମୂଲ୍ୟଙ୍କ ସ୍ତ୍ରୀ , ପୁଅ ଆଉ ତାଙ୍କ ପ୍ରେମିକଙ୍କୁ ପୋ-ଲିସ ଗି-ରଫ କରି ନେଇଛି ।

Leave a Reply

Your email address will not be published. Required fields are marked *