ଦୁଇ କୁନି ପିଲାଙ୍କୁ ଛାଡି ଆରପାରିକୁ ଚାଲି ଗଲା , ମାଆକୁ ଝୁରୁଛି ପୁରା ଗାଆଁ

ଗାଆଁର ସମସ୍ତଙ୍କର ଥିଲେ ଭାରି ପ୍ରିୟ । ଜଣେ ଅଙ୍ଗନବାଡ଼ି ଦିଦି ଭାବରେ କାର୍ଯ୍ୟ କରୁଥିଲେ ସେ । ସମସ୍ତେ ତାଙ୍କୁ ବେଶ୍ ଭଲ ପାଉଥିଲେ ଆଉ ସେ ମଧ୍ୟ ସମସ୍ତଙ୍କ ମନ କଥା ବୁଝୁଥିଲେ । ଗାଆଁରେ କାହା ସହିତ ବି ଉଚ୍ଚ ସ୍ବରରେ କଥା କହୁ ନଥିଲେ । ପିଲା ମାନେ ଥିଲେ ତାଙ୍କ ଜୀବନ । ପିଲା ମାନଙ୍କ ସବୁ ଅଳି ଅଝଟ ବୁଝୁଥିଲେ ସେ । ଯେପରି ସେ ସମସ୍ତ ପିଲାଙ୍କ କଥା ବୁଝୁଥିଲେ ଠିକ୍ ସେହିପରି ତାଙ୍କର ମଧ୍ୟ ଦୁଇଟି ପିଲା ଥିଲେ , ଯେଉଁ ମାନେ ତାଙ୍କ ଦୁଇ ଆଖିର ତାରା ଥିଲେ । କିନ୍ତୁ ସମସ୍ତଙ୍କୁ ଛାଡି ସେ ସବୁଦିନ ପାଇଁ ଚାଲି ଗଲେ ଆରପାରିକୁ ।

ତେବେ ଏହି ଘ-ଟଣା ବିଷୟରେ ଆପଣ ମାନେ ସମସ୍ତେ ଶୁଣି ସାରିଥିବେ । ଗାଁର ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ମୃ-ତଦେହ ଉ-ଦ୍ଧାର ହୋଇଛି । ଆଉ ଏହା ହ-ତ୍ୟା ନା ଆ-ତ୍ମହ-ତ୍ୟା ଜଣା ପଡି ନାହିଁ । ସେ ନିଜେ ଆ-ତ୍ମହ-ତ୍ୟା କଲେ ନା କାହା ଚାପରେ ତାଙ୍କୁ ଏପରି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଲା , ତାହା ତ ସମୟ କହିବ । କିନ୍ତୁ ଗାଆଁ ଲୋକ ଦେଖିଲା ବେଳକୁ ସେ ମରି ଅଙ୍ଗନବାଡ଼ି କେନ୍ଦ୍ର ଭିତରେ ପଡ଼ିଥିଲେ । ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଆଉ ପୋଲି-ସକୁ ଡ଼ାକି ଥିଲେ ।

ତେବେ ଏପରି ଘଟ-ଣା ଦେଖିବାକୁ ମିଳିଛି , ବାଲେଶ୍ଵର ଜିଲା ଖନ୍ତାପଡ଼ା ବ୍ଲକ ଅନ୍ତର୍ଗତ ମହାରାଜପୁର ଗାଆଁରେ । ମୃ-ତ ମହିଳା ଜଣକ ହେଉଛନ୍ତି ଗାଆଁର ଅଙ୍ଗନବାଡ଼ି ଦିଦି ପ୍ରଜ୍ଞା ପରମିତା ଦାସ । ସବୁଦିନ ଭଳି ସେଦିନ ମଧ୍ୟ ଘରୁ ବାହାରି ଦୁଇ କୁନି ପିଲାଙ୍କୁ ଘରେ ଛାଡ଼ି ଯାଇଥିଲେ । କିନ୍ତୁ ଘରକୁ ଫେରି ଥିଲେ ଶ-ବ ହୋଇ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ପ୍ରଜ୍ଞାଙ୍କ ମାତ୍ର ଗୋଟିଏ ବର୍ଷର କୁନି ପିଲା ଅଛି । ଯିଏ ମାଆ କଣ ଜାଣି ପାରିଲା ନାହିଁ । ଏବେ ତା କଥା କିଏ ବୁଝିବ , ତାକୁ ନେଇ ସମସ୍ତେ ଚିନ୍ତାରେ ।

ଅନ୍ୟ ପକ୍ଷରେ ଜଣେ ଅଙ୍ଗନବାଡ଼ି ଦିଦିଙ୍କୁ ହରାଇ ପୁରା ଗାଆଁ ଭାଙ୍ଗି ପଡ଼ିଛି । ଛୁଆ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ଆଖିରେ ଲୁ-ହ । କଣ ହୋଇଗଲା ଯେ , ଏପରି ଅଚାନକ ତାଙ୍କର ମୃ-ତ୍ୟୁ ହୋଇଗଲା , ତାହାକୁ କେହି ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି । ସମସ୍ତଙ୍କର ପ୍ରିୟ ଦିଦିଙ୍କ ହଠାତ୍ କଣ ହେଲା ସେ ଛାଡି ଚାଲି ଗଲେ , ତାହା ସେମାନେ ଜାଣି ପାରୁ ନାହାଁନ୍ତି । ତେବେ ବର୍ତ୍ତମାନ ପୋ-ଲିସ ଘଟ-ଣାର ତଦ-ନ୍ତ କରିବାରେ ଲାଗିଛି । ଖୁବ ଶୀଘ୍ର ସତ କଣ ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *