ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ପଡିଲେ ଧରାପଡିଲେ ଶିକ୍ଷକ

ସ୍କୁଲରେ ପିଲାମାନେ ଖାଇବେ ବୋଲି ସରକାର ମଧ୍ୟାହ୍ନ ଭୋଜନ ଏବଂ ଚାଉଳ ଦଉଛି। କିନ୍ତୁ ଶିକ୍ଷକ ମାନେ ପିଲାଙ୍କୁ ଖାଇବାକୁ ନ ଦେଇ ବାହାରେ ଚାଉଳ ବିକ୍ରି କରିଦେଉଛନ୍ତି। ହଁ ଆଜ୍ଞା କଟକ ଜିଲ୍ଲା ସାଲେପୁର ଅଞ୍ଚଳର ସ୍କୁଲରେ ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

କଟକ ଜିଲ୍ଲା ସାଲେପୁର ବ୍ଲକ ମଣିତ୍ରି ଗ୍ରାମର ଜାଗୁଳାଇ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସକ୍ୟୁଲା ସାର୍ ଏବଂ ରଞ୍ଜିତ ମୁଦୁଲି ନାମକ ଆଉ ଜଣେ ଶିକ୍ଷକ ପିଲାଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଚାଉଳକୁ ବାହାରେ ବ୍ରିକି କରିଦିଅନ୍ତି। କିନ୍ତୁ ଗତ କାଲି ସେ ଯେତେବେଳେ ମାହାଙ୍ଗା ଥାନା ଅନ୍ତର୍ଗତ ତ୍ରୀବେଣିଶ୍ୱର ଅଞ୍ଚଳର ଚାଉଳ ବେପାରୀ କୃଷ୍ଣ ଦତଙ୍କୁ ଚାଉଳ ବିକ୍ରି କରୁଥିଲେ ସେତେବେଳେ ମଣିତ୍ରି ଗ୍ରାମର ଜଣେ ଯୁବକ ଟାଙ୍କି କାମ ଦେଖି ବାକୁ ଯିବା ବେଳେ ଚାଉଳ ବେପାରୀଙ୍କୁ ଦେଖିଲେ ସେ କହିଲେ ଚାଉଳ ନେଇ କୁଆଡେ ଯାଉଛୁ ଆଉ ବେପାରୀଟି କହିଲା ସ୍କୁଲ ସାର୍ ଚାଉଳ ଦେଲେ ଆଉ କହିଲେ କଣ ପାରିବ ପତ୍ର କିଣା ହେବ।

ତାପରେ ଗାଆଁ ଲୋକ ଏବଂ ପିଲା ମାନେ ସବୁ ଆସି ସେଠାରେ ଗଦା ହେଲେ। ବେପାରୀ ଜଣଙ୍କ ସବୁ ସତ କଥା କହିଲା।ଗାଆଁ ଅନ୍ୟ ଜଣେ କହିଛନ୍ତି ସ୍କୁଲ୍ ରେ ୧୮୫ ପିଲା ପାଠ ପଢୁଛନ୍ତି କିନ୍ତୁ ସବୁ ପିଲାଙ୍କ ପାଇଁ ଖାଇବା ହଉନି। କୋରାନ ବେଳେ ଯୋଉ ଚାଉଳ ମିଳୁଥିଲା ବହୁତ୍ କମ୍ ମିଳୁଥିଲା ସାରଙ୍କୁ ପଚାରିବାରୁ ସେ କହିଲେ ବସ୍ତାରେ ବାମ ମାରି ସେମାନେ ରଖି ଦେଉଛନ୍ତି।

ତାପରେ ସାଲେପୁର ପୋଲିସଙ୍କୁ ଘଟଣା ସ୍ଥଳକୁ ଡକା ଗଲା। କିନ୍ତୁ ସ୍କୁଲ୍ ର ଶିକ୍ଷକଙ୍କୁ ଯେତେବେଳେ ସାଲେପୁର ପୋଲିସ୍ ଏ ବିଷୟରେ ପଚାରିଲା ସେ କିଛି ସତ କହି ନଥିଲେ ସେ କହିଲେ ସ୍କୁଲ୍ ରୁ କିଛି ଜିନିଷ ବିକା ହେଇନି। କୋଉ ବେପାରୀ କ’ଣ କହିଲା ତାଙ୍କ କଥାକୁ ବିଶ୍ଵାସ କରିବା କିଛି ଦରକାର ନାହିଁ।

Leave a Reply

Your email address will not be published. Required fields are marked *