ସହିଦ ବାପାର ଜୁଇ ଆଗରେ ସେଲ୍ୟୁଟ କରୁଛି ପୁଅ ଆଉ କହୁଛି ” ମୁଁ ବି ଯବାନ ହେବି “:-

ସେହି ମୁହୂର୍ତ୍ତ କେମିତି ହୋଇଥିବ , ଯେତେବେଳେ ଜଣେ କୁନି ପୁଅ ଦୁନିଆ ବିଷୟରେ ନଜାଣୁ ନିଜ ବାପାକୁ ହରାଇ ଦିଏ । ତାହା ଅତ୍ୟନ୍ତ ହୃଦୟ ବିଦାରକ , ଯେତେବେଳେ କୁନି ପୁଅଟି ନିଜ ବାପାଙ୍କ ଜ-ଳନ୍ତା ଜୁଇ ଆଗରେ ଛିଡ଼ା ହୋଇ ରହିଥାଏ । ଆଉ ଏଭଳି ଦୃଶ୍ୟ ମଧ୍ୟ ବର୍ତ୍ତମାନ ଦେଖିବାକୁ ମିଳିଛି । ଯେଉଁଠି ଜଣେ ସହିଦ ଯବାନଙ୍କର ପୁଅ ନିଜ ବାପାଙ୍କୁ ସେଲ୍ୟୁଟ କରି ମନେ ମନେ ଅନେକ ପ୍ରତିଜ୍ଞା ନେଇ ଯାଇଛି ଏବଂ କହି ଚାଲିଛି ଯେ ସେ ବି ଯବାନ ହେବ ଏବଂ ଦେଶ ପାଇଁ ଜୀବନ ଦେବ । ଆଉ ତ୍ରିରଙ୍ଗା ପତାକା ସାମ୍ନାରେ ପ୍ରତିଜ୍ଞା କରି କହି ଯାଉଛି ଯେ ନିଜ ବାପାଙ୍କ ଭଳି ଦେଶର ନାଁ ରଖିବ ।

ଏଭଳି ଦୃ-ଶ୍ୟ ସମସ୍ତଙ୍କୁ କା-ନ୍ଦିବାକୁ ବାଧ୍ୟ କରିଛି । ଯେଉଁ ପୁଅ ନିଜ ବାପାଙ୍କ ହାତ ଧରି ଚାଲିବା ଶିଖିଥିଲା ସେହି ପୁଅ ଆଜି ନିଜ ବାପା ମୁହଁରେ ନି-ଆଁ ଦେଉଛି । ସେହି ଦୃ-ଶ୍ୟକୁ ଦେଖିଲେ ଆପଣ ଜାଣି ପାରିବେ ଯେ କିଭଳି ସହିଦ ପ୍ରକାଶଙ୍କ ଉପରୁ ଜାତୀୟ ପତାକାକୁ ଉଠାଯାଇ ପୁଅ ହାତରେ ଦିଆଯାଉଛି ।

ପୋ-ଲିସ ମାନେ ତ୍ରିରଙ୍ଗା ପତାକା ହାତରେ ଧରେଇ ଦେଶର ସୁର-କ୍ଷାକୁ ତାଙ୍କ ହାତରେ ଦେଇ ଚାଲି ଯାଉଛନ୍ତି । ଆଉ ପୁଅ ଆଗରେ ଆଜି ବାପାଙ୍କ ଜୁ-ଇ ଜ-ଳି ଯାଇଛି । ବାପାର ଆବଶ୍ୟକତାକୁ ବୁଝିବା ଆଗରୁ ହିଁ ସହିଦ ହୋଇ ଯାଇଛନ୍ତି ପ୍ରକାଶ । କହିରଖିବୁ ଯେ ଛତିଶଗଡ଼ରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରକାଶ ସହିଦ ହୋଇଥିଲେ ।

ମାହାଙ୍ଗା ଗୋପାଳପୁରରେ ମୃ-ତଦେ-ହ ପହଞ୍ଚିବା ପରେ ପ୍ରକାଶଙ୍କ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ତେବେ ବୀର ପୁଅ ସହିଦ ପ୍ରକାଶଙ୍କ ସୁଲଭ ଶେଷକୃତ୍ୟରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ଆଉ ଏପଟେ ବୀର ପୁଅର ମୃ-ତ୍ୟୁରେ ପୁରା ପରିବାର ସମେତ ସମଗ୍ର ଗାଁ ଲୋକେ ଦୁଃ-ଖ ପ୍ରକାଶ କରିଛନ୍ତି । ହୁଏତ ଦେଶ ପାଇଁ ଜୀବନ ଦେଇଥିବା ଯବାନଙ୍କ ପାଇଁ ପରିବାର ଲୋକେ ଏବଂ ଦେଶବାସୀ ଗର୍ବିତ , କିନ୍ତୁ ଜଣେ ମା’ କୋଳକୁ ସନ୍ତାନ , ପୁଅ ପାଖରୁ ବାପା ଏବଂ ସ୍ତ୍ରୀ ପାଖରୁ ଯାଇଥିବା ସ୍ୱାମୀ ଆଉ କେବେବି ଫେରିବେ ନାହିଁ । ଯାହା ବାସ୍ତବରେ ଅତ୍ୟନ୍ତ ଦୁଃ-ଖଦ ଅଟେ ।

Leave a Reply

Your email address will not be published. Required fields are marked *