ନିଜ ଭାଇର ସବୁ କେଳେଙ୍କାରୀ ବିଷୟରେ ଖୋଲି କହିଲେ ସଂଯୁକ୍ତ…

ଅନେକ ସମୟରେ ସମ୍ପ-ର୍କରେ ଫାଟ ପଡିଯାଏ ଆଉ ନିଜର ଲୋକ ନିଜର ହୋଇ ରୁହନ୍ତି ନାହିଁ । ବେଳେ ବେଳେ ସତକୁ ସାମ୍ନା କରିବା କଷ୍ଟକର ହୋଇଥାଏ କିନ୍ତୁ କଣ କରା ଯାଇପାରିବ , ତାହା ହିଁ ସତ ହୋଇଥାଏ ଯାହାକୁ ଆମେ ସହଜରେ ଗ୍ରହଣ କରି ପାରୁ ନାହିଁ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି କଥା ସାମ୍ନାକୁ ଆସିଛି , ଯାହା ଆଶ୍ଚର୍ଯ୍ୟ କରି ଦେଉଛି । ପ୍ରଥମେ ଜଣେ ଭାଇ ଆଉ ତାଙ୍କ ପରିବାର ଲୋକ ଜଣେ ଭଉଣୀ ଉପରେ ଆଣିଥିଲେ ଅଭି-ଯୋଗ , ଏହାପରେ ଭଉଣୀ ଜଣକ ନିଜ ଭାଇ ଉପରେ ଓଲଟା ଅଭି-ଯୋଗ ଆଣିଛନ୍ତି ଆଉ ସବୁ କଥା ଖୋଲାଖୋଲି ଭାବରେ କହି ଦେଇଛନ୍ତି ।

ତେବେ ଆମେ କହୁଛୁ ଗତକାଲି ଗଣମାଧ୍ୟମରେ ପ୍ରସାରିତ ହୋଇଥିବା ଜୋନାଲ ପ୍ରେସିଡେଣ୍ଟ ସଂଯୁକ୍ତା ମହାଲଙ୍କ ବିଷୟରେ । ତାଙ୍କ ଭାଇ ଆଉ ତାଙ୍କ ପରିବାର ଲୋକ ମିଶି ଅଭି-ଯୋଗ ଆଣିଥିଲେ କି , ସେ କାହାକୁ ମଧ୍ୟ ଖାତିର କରୁ ନାହାଁନ୍ତି ଆଉ ତାଙ୍କର ସବୁ ସମ୍ପତ୍ତି ହଡ଼ପ କରିବାକୁ ବସିଛନ୍ତି । କେବଳ ଏତିକି ନୁହେଁ , ତାଙ୍କ ବାପାଙ୍କ ଠାରୁ ଜୋର୍ ଜବ-ରଦସ୍ତ କରି ପେନସନ ଟଙ୍କା ନେଇ ଯାଉଛନ୍ତି । ତେବେ ଏହି କଥାକୁ ବର୍ତ୍ତମାନ ମିଛ ବୋଲି ପ୍ରମାଣ ଦେଇଛନ୍ତି ସଂଯୁକ୍ତା ମହାଲ ।

ସେ କହିଛନ୍ତି କି , ଯେଉଁ ପରିବାରର ଲୋକ ନିଜେ ଏତେ ତଳକୁ ଖସି ଯାଇ ପାରନ୍ତି ତାଙ୍କୁ ବା ଆଉ କଣ କୁହା ଯାଇପାରେ । ତାଙ୍କ ଉପରେ ଅଭି-ଯୋଗ ଆଣିଥିବା ତାଙ୍କ ଭାଇ ପୁରାପୁରି ମି-ଛର ଆସରା ତଳେ ଅଛନ୍ତି । ସେ କୋରାପୁଟରେ ଜଣେ କନେଷ୍ଟବଳ ଭାବରେ ଚାକିରି କରନ୍ତି କିନ୍ତୁ କାହିଁକି ଆସି ଭୁବନେଶ୍ୱରରେ ଏତେ ସମୟ ରୁହନ୍ତି ଆଉ କିପରି ରୁହନ୍ତି । ଅନ୍ୟ ପକ୍ଷରେ ସେ ଏତେ ବିଳାସପୂର୍ଣ୍ଣ ଜୀବନ କିପରି ବଞ୍ଚି ପାରୁଛନ୍ତି , ଯଦି ତାଙ୍କ ଦରମା ମାତ୍ର ୩୦ ରୁ ୪୦ ହଜାର ଟଙ୍କା । କିନ୍ତୁ ସତ କହିବାକୁ ଗଲେ , ତାଙ୍କର ମାସିକ ଦରମା ଲକ୍ଷେ ଉପରେ । ସେ ଦୁନିଆଁକୁ ମି-ଛ ଦେଖାଉଛନ୍ତି ।

ଆଉ ତାଙ୍କ ନାମରେ ମି-ଛ ଅଭି-ଯୋଗ ଆଣିଛନ୍ତି । କେବଳ ୧୮୦୦୦ ଟଙ୍କା ଦେଇ ସେ ଘରେ ଭଡ଼ା ରହୁଛନ୍ତି ବୋଲି କହିଛନ୍ତି । ତେବେ ଏତେ ଟଙ୍କା ତାଙ୍କ ପାଖରେ କୁଆଡେ ଆସୁଛି । ଅନ୍ୟ ପକ୍ଷରେ ବାପାଙ୍କ ପାଖରୁ ପେନସନ ନେବା କଥା ପୁରା ମିଛ । କାହିଁକି ନା ବାପା କେବଳ ତାଙ୍କ ଇଚ୍ଛାରେ ଝିଅକୁ ଟଙ୍କା ଦେଉଥିଲେ । ଅନ୍ୟ ପକ୍ଷରେ ସେ କହିଛନ୍ତି ଭାଇ ତାଙ୍କର ଚାରିଆଡ଼େ ଘର କିଣି ରଖିଛନ୍ତି , ଯାହାର ଦାମ୍ ୧ କୋଟି ଆଡ଼େ ହୋଇଯିବ । ଏତେ ଟଙ୍କା ତାଙ୍କ ପାଖରେ କୁଆଡୁ ଆସୁଛି , ତାର ତ-ଦନ୍ତ କରାଯାଉ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *