ଓଡ଼ିଆ ଚଳଚ୍ଚିତ୍ର ” ପ୍ରିୟେ ତୁ ମୋ ସିଏ ” ଫିଲ୍ମ ବିବାଦ । ଯାହାକୁ ନେଇ ଏଭଳି କିଛି କହିଲେ ରୁଦ୍ର ।

ବର୍ତ୍ତମାନ ସମୟରେ ସାରା ଓଡ଼ିଶାରେ ସବୁଠି ଏହି ମାମଲା ଚର୍ଚ୍ଚାର ବିଷୟ ପାଲଟିଛି ଯେ ଏକ ଫିଲ୍ମ ରିଲିଜ କାରଣରୁ ବିବାଦରେ ରହି ଆସିଛି । ଯାହା ଉପରେ ଅନୁସୂଚିତ ଜାତିଜନଜାତି ତୀବ୍ର ନିନ୍ଦା ପ୍ରକଟ କରିଛନ୍ତି । ଆଉ ଏହାକୁ ନେଇ ବର୍ତ୍ତମାନ ସମୟରେ ଇଣ୍ଡଷ୍ଟ୍ରିର ଅନେକ ଜ୍ଞାନୀ ଲୋକ ତୀବ୍ର ସମାଲୋଚନା କରୁଛନ୍ତି ଫିଲ୍ମ ନିର୍ମାତାଙ୍କୁ ନେଇ । ବର୍ତ୍ତମାନ ସମୟରେ ଅଲିଉଡ଼ ଇଣ୍ଡଷ୍ଟ୍ରିର ପ୍ରିୟ କଳାକାର ରୁଦ୍ରଙ୍କ ତରଫରୁ ଏହି ଫିଲ୍ମକୁ ନେଇ ପ୍ରତିକ୍ରିୟା ଆସିଛି ଯେଉଁଥିରେ ସେ ଫିଲ୍ମ ନିର୍ମାତାଙ୍କ ବିରୋଧରେ ବୟାନ ଦେଇଥିବା ଶୁଣିବାକୁ ମିଳିଛି । ଏହାକୁ ଲୋକେ ସମର୍ଥନ ମଧ୍ୟ କରିଛନ୍ତି ।

କହିରଖିବୁ ଯେ ଗତ କିଛି ଦିନ ତଳେ ନୂତନ ଓଡ଼ିଆ ଚଳଚ୍ଚିତ୍ର ” ପ୍ରିୟେ ତୁ ମୋ ସିଏ ” ଥିଏଟରରେ ରିଲିଜ ହୋଇଥିଲା । ଯାହାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଏହାର ବିରୋଧ କରିଛନ୍ତି । ଯେଉଁ କାରଣରୁ ଏହି ଫିଲ୍ମ ବିବାଦରେ ରହିଛି । ମାମଲା ଏହା ଯେ ଏହି ଫିଲ୍ମରେ ଅନୁସୂଚିତ ଜାତିକୁ କେନ୍ଦ୍ର କରି ହରିଜନ ନାମକୁ ବାରମ୍ବାର ବ୍ୟବହାର କରାଯାଇଛି । ଯାହାକି ଲୋକଙ୍କୁ ଖୁବ ଆଘାତ ଦେଇଛି । ଯେଉଁ ଦେଶରେ ଜାତି ପ୍ରଥାକୁ ସମ୍ପୂର୍ଣ୍ଣ ବରଖାସ୍ତ କରାଯାଇ ସମସ୍ତଙ୍କ ପାଇଁ ସମାନ ଅଧିକାର ଆଇନ ପ୍ରଣୟନ ହୋଇଛି , ସେହି ଦେଶରେ ଫିଲ୍ମ ନାମରେ ଏଭଳି କାମ କରିବା କେତେ ଦୂର ସଠିକ ହେବ ? ପୁଣି ଏହି ଫିଲ୍ମର ନିର୍ମାତା ହେଉଛି ଝିଲିକ ଭଟ୍ଟାଚାର୍ଯ୍ୟ ଯିଏକି ପୂର୍ବରୁ ଜଣେ ଅଲିଉଡ଼ ଅଭିନେତ୍ରୀ ରହି ଆସିଛନ୍ତି ।

ତେବେ କହିବାକୁ ଗଲେ ସେ ପଶ୍ଚିମବଙ୍ଗର ଅଟନ୍ତି କିନ୍ତୁ ବର୍ତ୍ତମାନ ସେ ଓଡ଼ିଶାର ବୋହୂ ଅଟନ୍ତି । ତେଣୁ ରୁଦ୍ରଙ୍କ କହିବା ଅନୁଯାୟୀ ସେ ଏହି ଫିଲ୍ମ କରିବା ଆଗରୁ ନିର୍ଦେଶକ ଏବଂ ସ୍କ୍ରିଫ୍ଟ ରାଇଟରଙ୍କ ସହିତ ବସି ସ୍କ୍ରିଫ୍ଟକୁ ଭଲ ଭାବରେ ତଦାରଖ କରିବା ଉଚିତ ଥିଲା ଏବଂ ଇଣ୍ଡଷ୍ଟ୍ରିର ଅନ୍ୟ ଜ୍ଞାନୀ ଲୋକଙ୍କ ଠାରୁ ବୁଝିସୁଝି ଫିଲ୍ମ କରିବାର ଥିଲା । ଯେହେତୁ ଦର୍ଶକଙ୍କ ପାଇଁ ଫିଲ୍ମ ଚାଲିଛି , ତେଣୁ ଫିଲ୍ମ ଉପରେ ଯଦି ଦର୍ଶକ ଏଭଳି ପ୍ରତିକ୍ରିୟା ରଖନ୍ତି ତେବେ ଏଭଳି ଫିଲ୍ମ ଆଇନ ବିରୋଧ ଅଟେ । ତେବେ କହି ରଖିବୁ ଯେ ଏହି ଫିଲ୍ମକୁ ନେଇ ବର୍ତ୍ତମାନ ଥାନାରେ ଝିଲିକ , ଫିଲ୍ମ ନିର୍ଦେଶକ ଏବଂ ମୁଖ୍ୟ ଅଭିନେତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିବା ବେଳେ ଲୋକେ ଏହି ଫିଲ୍ମକୁ ତୀବ୍ର ନିନ୍ଦା କରିବାରେ ଲାଗି ପଡ଼ିଛନ୍ତି ।

କେହି କେହି ଏହି ଫିଲ୍ମକୁ ବ୍ୟାନ କରାଯାଉ ବୋଲି କହିଛନ୍ତି । କାରଣ ଜାତି ଜନଜାତି ଉପରେ କାହାରି ଆଙ୍ଗୁଠି ଉଠାଇବା କିମ୍ବା ଏଭଳି ସମ୍ବୋଧନ କରିବାର ଅଧିକାର ନାହିଁ । ଆଉ ଯଦି କେହି ଏଭଳି କହେ ତେବେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରାଯିବାର ବିଧାନ ରହିଛି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଜଣେ ନିର୍ମାତା ହୋଇ , ପୁଣି ଏହା ଝିଲିକଙ୍କର ଚତୁର୍ଥ ଫିଲ୍ମ ହେବା ସତ୍ତ୍ୱେବି ସେ ଏଭଳି ବଡ଼ ଭୁଲ କିଭଳି କରି ପାରିଲେ । କାହିଁକି ସେ ଫିଲ୍ମ କରିବା ଆଗରୁ ଫିଲ୍ମର ସ୍କ୍ରିଫ୍ଟ ଉପରେ ଧ୍ୟାନ ଦେଲେ ନାହିଁ କିମ୍ବା କାହାରି ପରାମର୍ଶ ଲୋଡ଼ିଲେ ନାହିଁ ? ତେଣୁ ଏଭଳି ଏକ ଭୁଲକୁ କ୍ଷମା କରାଯାଇ ପାରିବ ନାହିଁ ବୋଲି ଲୋକେ ନିଜର ମତ ରଖୁଛନ୍ତି ।

Leave a Reply

Your email address will not be published. Required fields are marked *